ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଇଏଫ୍‌ଏ ବଟିକା

ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍‌) : ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ଆଇରନ୍ ଓ ଫଲିକ୍ ଏସିଡ୍ ବଟିକା ବାଣ୍ଟିବେ । ଆନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ (ଅମ୍ଳାନ୍‌) କାର୍ଯ୍ୟକ୍ରମରେ ରାଜ୍ୟକୁ ଆନେମିଆ ମୁକ୍ତ କରିବା ପାଇଁ ଏପରି ପଦକ୍ଷେପ ନେଇଛନ୍ତି । ସ୍କୁଲ ଖୋଲିବା ପୂର୍ବରୁ ଆଇଏସ୍‌ଏ ଟାବଲେଟ୍ ବାଣ୍ଟିବାକୁ ଲକ୍ଷ୍ୟ ରଖାଯାଇଛି ।
ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଏହି ବଟିକା ବଣ୍ଟନ କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ହୋଇଛି । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ମାନଙ୍କରେ ଏହାକୁ ବଣ୍ଟନ କରାଯିବ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଆଇଏଫ୍ (ଗୋଲାପୀ) ବଟିକା, ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଆଇଏଫ୍‌ଏ (ନୀଳ) ବଟିକା ଦିଆଯିବ ।
ଅଭିଭାବକଙ୍କ ଉପସ୍ଥିତିରେ ଏକ୍ସପାରୀ ତାରିଖ ତଦାରଖ କରି ପ୍ରଦାନ କରାଯିବ । ବଟିକା ଦେବା ପୂର୍ବରୁ କାର୍ଯ୍ୟକାରିତା ସଂପର୍କରେ ଅଭିଭାବକଙ୍କୁ ଅବଗତ କରାଯିବ । ଖରାଛୁଟିର ପ୍ରତି ସପ୍ତାହର ସୋମବାର ଏହା ଦିଆଯିବ । ପିଲାମାନେ ଖରାବେଳ ଖାଦ୍ୟ କିମ୍ବା ରାତି ଖାଦ୍ୟ ଖାଇବା ପରେ ବଟିକା ଖାଇବେ । ଦରକାର ପଡ଼ିଲେ ଆଇଏଏ ବଟିକା ବିତରଣର ତଦାରଖ ସ୍କୁଲ୍ ପରିଚାଳନା କମିଟି କରିବ । ଖରାଛୁଟିରେ ବଣ୍ଟନ ହୋଇଥିବା ବଟିକାର ସମସ୍ତ ତଥ୍ୟକୁ ଦାଖଲ କରାଯିବ । ବ୍ଲକ ଶିକ୍ଷା ଅଧିକାରୀମାନେ ଏହି ଦାୟିତ୍ୱରେ ରହିବେ ।

Leave a Reply

Your email address will not be published. Required fields are marked *