ହାତ ଗୁଂଜା ନ ଦେଲେ ବନବିଭାଗ କଟୁନି ମୃତ ଗଛ

ଘର ଉପରେ ପଡି ବ୍ୟାପକ କ୍ଷୟକ୍ଷତି
କେନ୍ଦୁଝର/ ବଡ଼ବିଲ(ପ୍ରବାହ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ବଡ଼ବିଲ ବନାଞ୍ଚଳ ର ବଡ଼ବିଲ ପୋୖରାଞ୍ଚଳ ତଥା ଏହାର ଆଖପାଖ ଅଂଚଳ ରେ ବହୁ ପୁରାତନ ଗଛ ସୁଖୀ ଅନେକ ସମୟରେ ଅଘଟଣ ଘଟୁଥିଲେ ସୁଦ୍ଧା ବନବିଭାଗ କୁ ବାରମ୍ବାର ଲିଖିତ ଅଭିଯୋଗ କରିଲେ ମଧ୍ୟ ଶୁଖିଲା ଗଛ ଗୁଡିକୁ କଟା ଯାଉ ନଥିବା ଅଭିଯୋଗ ହେଉଛି lତେବେ ବ୍ୟତିଗତ କାମ ପାଇଁ ଅନେକ ସମୟରେ ବନବିଭାଗ ଜାଣତରେ ବହୁ ମୂଲ୍ୟବାନ ଗଛ କଟିଦିଆଯାଉଥିବା ବେଳେ ସର୍ବସାଧାରଣ ସ୍ଥାନ ରେ ଥିବା ମୃତ ପୁରୁଣା ଗଛ କୁ ବିନା ହାତ ଗୁଂଜା ରେ କଟା ଯାଉ ନାହିଁ l ମିଳିଥିବା ସୂଚନା ଅନୁଯାୟୀ ବଡ଼ବିଲ ପୋୖରାଞ୍ଚଳ ମାଟକାମବେଡ଼ା ସ୍ଥିତ ଟପ୍ନ ହଟିଂ ରେ ରହୁଥିବା ରବୀନ୍ଦ୍ରନାଥ ଯୋଜ ଙ୍କ ଘର ଉପରେ ଗତ କାଲି ରାତି ନ ଟା ବେଳେ ଏକ ବିରାଟକାୟ ଶୁଖିଲା ସାଳ ଗଛ ପଡି ଯିବାରୁ ତାଙ୍କର ଦୁଇ ବଖରା ଘର ସମ୍ପୂର୍ଣ ଭାଙ୍ଗି ଯିବା ସହ ଘରେ ଥିବା ଆସବାବପତ୍ର ଓ କିଛି ଘରୋଇ ସାମଗ୍ରୀ ସମ୍ପୂର୍ଣ ନଷ୍ଟ ହୋଇଥିବା ବେଳେ ଘରେ ଥିବା ତାଙ୍କ ଛ ଜଣ ପରିବାର ସଦସ୍ୟ ଅଳ୍ପକେ ବର୍ତୀ ଯାଇଥିବା ଜଣାପଡିଛି ,ତେବେ ସେ ଗତ ଦୁଇ ବର୍ଷ ହେବ ବନ ବିଭାଗ ରେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ତାଙ୍କ ଘର ପାଖରେ ଥିବା ଶୁଖିଲା ଗଛ କୁ କଟା ଯାଇନଥିଲା ,ସେହିପରି ସେରେଣ୍ଡା ଠାରେ ବିଜୁଳି ମାରି ଦୁଇ ବର୍ଷ ପୂର୍ବେ ଦୁଇଟି ବିଶାଳକାୟ ସାଳ ଗଛ ମରିଯାଇଥିଲା l ତେବେ ଏ ବାବଦରେ ବଡ଼ବିଲ ବନାଞ୍ଚଳ କାର୍ଯ୍ୟାଳୟ ଚିଠି ସଂଖ୍ୟା ୨୫୧/୨.୫.୨୩ ରେ ଲିଖିତ ଅଭିଯୋଗ କଲା ପରେ ମଧ୍ୟ ସେଗୁଡିକୁ କାଟି ବାକୁ କୌଣସି ବ୍ୟବସ୍ଥା କରାଯାଉନଥିବାରୁ ସାଧାରଣ ର ଅସନ୍ତୋଷ ପ୍ରକାଶ ପାଉଛି l