ବିପୁଳ ପରିମାଣର ମଦ ଜବତ, ଜଣେ ଗିରଫ

ସାଲେପୁର : ସାଲେପୁର ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ବିପୁଳ ମାତ୍ରାରେ ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଥିବାବେଳେ ଜଣକୁ ଗିରଫ କରାଯାଇଥିବା ଜଣାଯାଇଛି । ସାଲେପୁର ପୁଲିସ ସୂତ୍ରରୁ ପ୍ରକାଶ ଯେ ସାଲେପୁର ଥାନା ଅନ୍ତର୍ଗତ ମାତନଗର ଗ୍ରାମର କାହ୍ନୁଚରଣ ବେହେରା ନିଜ ଘରେ ଓ ଫ୍ରିଜ୍‌ରେ ରଖି ୩୨୫ଲିଟର ବିଦେଶୀ ଓ ୧୫ଲିଟର ଦେଶୀ ମଦ ବିକ୍ରି କରୁଥିବାବେଳେ ସାଲେପୁର ପୁଲିସ ଚଢ଼ଉ କରି ଏହି ବିପୁଳ ପରିମାଣର ମଦ ଜବତ କରିବା ସହ କାହ୍ନୁଚରଣକୁ ଗିରଫ କରିଥିବା ସାଲେପୁର ଆଇ.ଆଇ.ସି. ମନୋଜ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *