ଜେଏସପି ବଡ଼ବିଲକୁ ମିଳିଲା ସମ୍ମାନଜନକ ‘ଏଚ୍ଆର୍ ୱାର୍ଲଡ ଫ୍ୟୁଚର ସ୍କିଲ୍ସ ଆୱାର୍ଡ ୨୦୨୪’

ଯୋଡା/ବଡ଼ବିଲ, ପ୍ରବାହ ନ୍ୟୁଜ୍‌ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି), ବଡ଼ବିଲ ୟୁନିଟକୁ ଇକୋନୋମିକ୍ ଟାଇମ୍ସ ଗ୍ରୁପ୍ ଦ୍ୱାରା ଜୁଲାଇ ୧୮, ୨୦୨୪ରେ ହରିୟାଣାର ଗୁରୁଗ୍ରାମ ଠାରେ ଶ୍ରେଷ୍ଠ ‘ଲର୍ଣ୍ଣିଙ୍ଗ ଆଣ୍ଡ ଡେଭଲପମେଣ୍ଟ ଡାଟା ଆନାଲିଟିକ୍ସ’ ବର୍ଗରେ ସମ୍ମାନଜନକ ‘ଏଚ୍ଆର୍ ୱାର୍ଲ୍ଡ ଫ୍ୟୁଚର ସ୍କିଲ୍ସ ଆୱାର୍ଡ ୨୦୨୪’ ପ୍ରଦାନ କରାଯାଇଛି । ଏହା କମ୍ପାନୀର କର୍ମଚାରୀମାନଙ୍କ ମଧ୍ୟରେ ଥିବା ନିରନ୍ତର ପ୍ରଶିକ୍ଷଣ ଏବଂ ବୃତ୍ତିଗତ ଅଭିବୃଦ୍ଧିର ସଂସ୍କୃତି ପ୍ରତି ଥିବା ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି ।

ଇକୋନୋମିକ୍ ଟାଇମ୍ସ ଗ୍ରୁପ୍ରର ଏହି ସ୍ୱୀକୃତି ପ୍ରତିଭା ବିକାଶ ପାଇଁ ଆମର ଅଭିନବ ଆଭିମୁଖ୍ୟକୁ ସୂଚାଇଥାଏ, ଯେଉଁଥିରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ମେଣ୍ଟରସିପ୍ ସୁଯୋଗ ଏବଂ କ୍ୟାରିୟରର ପ୍ରତ୍ୟେକ ପର୍ଯ୍ୟାୟରେ ଆମ କର୍ମଚାରୀମାନଙ୍କର କୌଶଳ ବିକାଶ ଦିଗରେ ବ୍ୟବହୃତ ହେଉଥିବା ଡିଜିଟାଲ୍ ଶିକ୍ଷଣ ପ୍ଲାଟଫର୍ମ ଆଦି ଅନ୍ତର୍ଭୁକ୍ତ । ଆମେ ବିଶ୍ୱାସ କରୁ ଯେ ଆମ କର୍ମଚାରୀମାନଙ୍କର ପ୍ରଶିକ୍ଷଣ ଓ ବ୍ୟକ୍ତିଗତ ବିକାଶ କମ୍ପାନୀର ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ |

ବଡ଼ବିଲସ୍ଥିତ ଜେଏସପି ପେଲେଟ ପ୍ଲାଣ୍ଟ ୟୁନିଟ୍ ମୁଖ୍ୟ ଶ୍ରୀ ପୁରୁଷୋତ୍ତମ ଏମ ଡି ନିଜର ଖୁସି ବ୍ୟକ୍ତ କରି କହିଛନ୍ତି ଯେ, “ଏହି ସଫଳତା ଆମର ବିଶ୍ୱାସକୁ ଦୃଢ଼ କରୁଛି ଯେ ନିରନ୍ତର କର୍ମଚାରୀମାନଙ୍କର ଉନ୍ନତିର ବାତାବରଣ ସୃଷ୍ଟି କରି ଆମେ ଉଭୟ ବ୍ୟକ୍ତିଗତ ଏବଂ କମ୍ପାନୀର ପ୍ରଦର୍ଶନକୁ ବୃଦ୍ଧି କରିପାରିବାରେ ସଫଳ ହୋଇପାରିଛୁ ।“ ଏହି ସମ୍ମାନଜନକ ପୁରସ୍କାର ପାଇବା ପରେ ମାନବ ସମ୍ବଳ ବିଭାଗ ମୁଖ୍ୟ ଶ୍ରୀ ଆଶିଷ ରଞ୍ଜନ ମହାନ୍ତି କହିଛନ୍ତି ଯେ, “ଏହି ପୁରସ୍କାର ପାଇ ଆମେ ଆନନ୍ଦିତ, ଯାହା ଆମର ମାନବ ସମ୍ବଳ ଟିମର ସମର୍ପଣ ଏବଂ ଆମ କର୍ମଚାରୀଙ୍କ ପ୍ରଶିକ୍ଷଣ ପ୍ରତି ଉତ୍ସାହକୁ ପ୍ରତିଫଳିତ କରୁଛି ।“

Leave a Reply

Your email address will not be published. Required fields are marked *