ବାର୍ଷିକ ଉତ୍ସବରେ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ

ବ୍ରହ୍ମପୁର : ଗତକାଲି ଶନିବାର ଅପରାହ୍ନରେ ଆର୍ଯ୍ୟଭଟ୍ଟ ଲର୍ଣ୍ଣିଙ୍ଗ ଫୋରମ ଦ୍ଵାରା ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବ ”ପ୍ରେରଣା’ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବରେ ରାଷ୍ଟ୍ରୀୟ ସ୍ଥରର ପ୍ରବେଶିକା ପରୀକ୍ଷା ଯଥା JEE MAINS,ADVANCED BITSAT ଓ.NEET ରେ ସଫଳତା ଅର୍ଜ୍ଜନ କରିଥିବା ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ବର୍ଷର NEET ପରୀକ୍ଷାଫଳରେ ବ୍ୟାପକ ଅନିୟମିତତା ଓ ପେପର ଲିକ୍ ଯୋଗୁଁ ଦେଶରେ ଅନେକ ଛାତ୍ରଛାତ୍ରୀ ଅସତ୍‌ ଉପାୟରେ ଯଦିଓ ଭଲ ମାର୍କ ପାଇଯାଇଛନ୍ତି, ଅନୁଷ୍ଠାନ ତରଫରୁ ଗଲା ବର୍ଷର ଯେଉଁ ମାର୍କରେ ପାଇପାରିଥିଲେ ନିଷ୍ଠାପର ଭାବେ ସେଇ ମାର୍କରୁ ଉର୍ଦ୍ଧ୍ଵ ମାର୍କ ରଖିଥିବା ସମସ୍ତ NEET ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହାରାଜା କୃଷ୍ଣଚନ୍ଦ୍ର. ଗଜପତି ଭେଷଜ ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡ.ଚନ୍ଦନ ଗନ୍ରାୟତ
ଅତିଥି ୟୂଥ୍ ଆଇକନ ଭାବେ ଯୋଗଦେଇ ଡାକ୍ତରୀ ଶିକ୍ଷାର ପ୍ରାଧାନ୍ୟ ଓ ଜଣେ ଡାକ୍ତରର ମୌଳିକ ଦାୟୀତ୍ଵ ବିଷୟରେ ବୁଝେଇ ଥିଲେ । ସଭାପତିତ୍ଵ କରିଥିଲେ ଅନୁଷ୍ଠାନ ମୂଖ୍ୟ ସୁଧୀର ରାଭତ । ଆର୍ଯ୍ୟଭଟ୍ଟ ଫାଉଣ୍ଡେସନର ବରିଷ୍ଠ ସ୍ଵେଚ୍ଛାସେବୀ ତଥା ଶିକ୍ଷାବିତ୍ ଶ୍ୟାମସୁନ୍ଦର ଖାଡଙ୍ଗା ସ୍ଵାଗତ ଭାଷଣ ଦେବା ସହ ଏହି ଫାଉଣ୍ଡେସନ୍ ର ସମର୍ପିତ ସମାଜସେବା ଓ ଅନୁଷ୍ଠାନ ମୁଖ୍ୟଙ୍କ ସହ ସମାଜ ପାଇଁ ତ୍ୟାଗପୁତ ଜୀବନରେ ନିଜ ଅନୁଭୂତି ବିଷୟରେ କହିଥିଲେ।
ଶେଷରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରବନ୍ଧକ ସୁଶାନ୍ତ ମହାନ୍ତି ଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଠାନ କାର୍ଯ୍ୟକର୍ତ୍ତା ମାନେ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମର ଆକର୍ଷଣ ଥିଲେ ଦୁଇ ହିରୋ ବିକାଶ ସାହୁ ଓ ନୀର ମଲ୍ଲିକ। ଦୁହେଁ ସମାଜ ର ଆର୍ଥିକ ଦୂର୍ବଳ ଶ୍ରେଣୀର ଛାତ୍ର। ଶୈଶବରୁ ପିତୃହରା ବିକାଶ ନିପଟ ମଫସଲରୁ । ବାପା ଙ୍କ ମୃତ୍ୟୁ ପରେ ବଡ଼ା ପାକୁଡି ଗାଁରେ ବିକି ପରିବାର ଗୁଜରାଣ ମେଣ୍ଟେଇବା ସହ ପାଠ ପଢି ୧୦ମ ପାସ୍ କରିଥିଲେ। ପାଠପଢ଼ିବା ଇଚ୍ଛା ଥିଲେ ମଧ୍ୟ ଆର୍ଥିକ ସମସ୍ୟା ରାସ୍ତା ଓଗାଳିଥିଲା। ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ବିପଦର ବନ୍ଧୁ’ ସହାୟତାର ହାତ ବଢ଼େଇ ତାଙ୍କର ରହିବା ଖାଇବା ଖର୍ଚ ବହନ କରେ ଓ ଆର୍ୟଭଟ୍ଟ ତାଙ୍କୁ ଦୁଇ ବର୍ଷ ମାଗଣା ଶିକ୍ଷା ଦାନ କରନ୍ତି। ବିକାଶ କୃତିତ୍ଵର ସହ ଦ୍ଵାଦଶ ପାସ୍‌ କରିବା ସହ JEE MAINS ଓ NEET ରେ ସଫଳ ହୋଇଛନ୍ତି। ରାଉରକେଲା NIT ରେ ସିଭିଲ ପଢ଼ିବା ପାଇଁ ମଧ୍ୟ ଚୟନ ହୋଇସାରିଛନ୍ତି।ନୀର ମଲ୍ଲୀକ ଆଦିବାସୀ ଗାଁର ପିଣ୍ଡ ହରା ପିଲା । କଷ୍ଟେମଷ୍ଟେ ନବୋଦୟ ବିଦ୍ୟାଳୟରୁ ୧୦ମ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ୧୨ଶ ପାସ କରି ପଢ଼ାରେ ଡୋରୀ ବାନ୍ଧିବା ବେଳେ ବିପଦର ବନ୍ଧୁ ଦ୍ଵାରା ଆର୍ଯ୍ୟଭଟ୍ଟ ରେ ପହଞ୍ଚି ନିଃଶୁଳ୍କ ଶିକ୍ଷାଗ୍ରହଣ କରନ୍ତି ।JEE MAINS ରେ ଆଡ୍‌ଭାନ୍‌ସ୍ ପାଇଁ କୃତ କାର୍ଯ୍ୟ ହେବା ସହ NEET ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଛନ୍ତି।
ପ୍ରକାଶ ଥାଉକି ଆର୍ଯ୍ୟଭଟ୍ଟ ସ୍ଥାପନା ଦିବସରୁ ହିଁ ପ୍ରତିବର୍ଷ ଅର୍ଥୀକ ଦୂର୍ବଳ ଶ୍ରେଣୀର ପିଲାମାନଙୁ ମାଗଣା ପଢ଼େଇବା ସହ ଆବଶ୍ୟକ ସ୍ଥଳେ ରହିବା ଖାଇବା ଖର୍ଚ୍ଚ ବହନ କରି ଆସୁଅଛି । ପ୍ରତିବର୍ଷ କେବଳ ଏହି ଶ୍ରେଣୀର ଛାତ୍ରୀଙ୍କ ପାଇଁ ବିଜ୍ଞାପନ଼ଦିଆଯାଏ । ୧୦ ରୁ ୧୫ ଜଣ ଏହି ଶ୍ରେଣୀର ଛାତ୍ରଛାତ୍ରୀ କୁ ମାଗଣା ଶିକ୍ଷା ଦିଆଯାଏ ।କେତେକ କ୍ଷେତ୍ରରେ ସଫଳ ହୋଇଥିବା ଏହି ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ରେ ଯୋଗ ଦେବାପାଇଁ ଅର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଆସୁଛି।ଏହି ଶ୍ରେଣୀର଼ ଅନେକ ଛାତ୍ରଛାତ୍ରୀ ଦେଶ ତଥା ବିଶ୍ଵର ପ୍ରତିଷ୍ଠିତ ସଂସ୍ଥା ମାନଙ୍କରେ ଅଧାୟନ ଅବା କର୍ମରତ ହୋଇଥିବା ଜଣାପଡୁଛି ।

Leave a Reply

Your email address will not be published. Required fields are marked *