ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଲ୍‌ଭିପିଇଆଇରେ ବିଜୟାନନ୍ଦ ପଟ୍ଟନାୟକ ସ୍ମାରକୀ ବକ୍ତୃତା ପ୍ରଦାନ କଲେ

ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ \’କର୍ମଯୋଗ\’ ଉପରେ ୧୩ତମ ବିଜୟାନନ୍ଦ ପଟ୍ଟନାୟକ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ ।

ଭୁବନେଶ୍ୱର ୩ ମାର୍ଚ୍ଚ ୨୦୨୩ : ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୨୦୨୩,ମାର୍ଚ୍ଚ ୨ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟର ମିଥୁ ତୁଳସୀ ଚନରାଇ କ୍ୟାମ୍ପସରେ \’କର୍ମ ଯୋଗ- ଜୀବନର ସାରତତ୍ୱ\’ ଶୀର୍ଷକ ୧୩ତମ ବିଜୟାନନ୍ଦ ପଟ୍ଟନାୟକ ବକ୍ତୃତା ପ୍ରଦାନ କରିଛନ୍ତି । ଏହି ବକ୍ତୃତାରେ କର୍ମ ଯୋଗ\’ ଏବଂ ଜୀବନର ଅଜଡ଼ିତ ଆସକ୍ତିର ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଥିଲା ।

୧୩ତମ ବିଜୟାନନ୍ଦ ପଟ୍ଟନାୟକ ବକ୍ତୃତାରେ ଏଲଭିପିଇଆଇ ନେଟୱର୍କର ବ୍ୟକ୍ତିଗଣ, ଏହାର ଦାତାଗଣ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ଅନ୍ୟାନ୍ୟ ସହଯୋଗୀ ଅନୁଷ୍ଠାନର ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଏହି ଅବସରରେ ମିଥୁ ତୁଳସୀ ଚନରାଇ କ୍ୟାମ୍ପସର ମୁଖ୍ୟ ଡ. ଶ୍ରୀକାନ୍ତ ସାହୁ ଅନୁଷ୍ଠାନର ନିମନ୍ତ୍ରଣକୁ ରକ୍ଷା କରି କର୍ମଯୋଗ ଉପରେ ଏଭଳି ଅନ୍ତର୍ଦୃଷ୍ଟିପୂର୍ଣ୍ଣ ବ୍ୟାଖ୍ୟା ପ୍ରଦାନ କରିଥିବାରୁ ପ୍ରଫେସର ଗଣେଶୀ ଲାଲଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ପ୍ରଫେସର ବିଜୟାନନ୍ଦ ପଟ୍ଟନାୟକ ବକ୍ତୃତାମାଳାର ମହତ୍ୱ ଏବଂ ଏହା କିପରି ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟର ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିଛି ସେ ମଧ୍ୟ ତାହାର ପ୍ରଶଂସା କରିଥିଲେ ।

ବିଜୟାନନ୍ଦ ପଟ୍ଟନାୟକ ବକ୍ତୃତା ଓଡ଼ିଶାରେ ଗୁଣାତ୍ମକ ଚକ୍ଷୁ ସେବା ଯୋଗାଇଦେବା ପାଇଁ ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟର ଦୃଢ଼ ସମର୍ଥକ ପ୍ରଫେସର ବିଜୟାନନ୍ଦ ପଟ୍ଟନାୟକଙ୍କ ସମ୍ମାନରେ ଆରମ୍ଭ ହୋଇଥିବା ଏକ ସ୍ମାରକୀ ବକ୍ତୃତାମାଳା ଅଟେ । ବିଜ୍ଞାନଠାରୁ ଆରମ୍ଭ କରି କଳା, ଦର୍ଶନ ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ନିଜର ଜ୍ଞାନ ବାଂଟିବା ପାଇଁ ଏହି ବକ୍ତୃତାମାଳାରେ ବିଶିଷ୍ଟ ବକ୍ତା ଓ ବ୍ୟକ୍ତିତ୍ୱମାନେ ବିଭିନ୍ନ ସମୟରେ ଆସିଛନ୍ତି । ବର୍ଷ ବର୍ଷ ଧରି ଅନେକ ବ୍ୟକ୍ତି ଏଥିରୁ ଉପକୃତ ହୋଇଛନ୍ତି, ଏବଂ ବିଭିନ୍ନ ଦୃଷ୍ଟିକୋଣରୁ ଜିନିଷଗୁଡ଼ିକୁ କିପରି ଦେଖିବେ ସେ ବିଷୟରେ ଜ୍ଞାନ ଲାଭ କରିଛନ୍ତି ।

Leave a Reply

Your email address will not be published. Required fields are marked *