ଟାଟା ଷ୍ଟିଲ୍ ଏସଇଜେଡରେ ହାଇଜେନ୍‌କୋର ନୂତନ ପ୍ରକଳ୍ପ ଦ୍ୱାରା ଆହୁରି ସୁଦୃଢ ହେବ ଭାରତର ସବୁଜ ଇନ୍ଧନ କ୍ଷେତ୍ର

ଭୁବନେଶ୍ୱର, ମଇ ୩, ୨୦୨୪: ଟାଟା ଷ୍ଟିଲ୍ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌) ଏବଂ ଏଚ୍‌ଏଚ୍‌ପି ଫାଇଭ୍ ପ୍ରାଇଭେଟ୍ ଲିମିଟେଡ୍ (ହାଇଜେନ୍‌କୋ) ମଧ୍ୟରେ ଓଡ଼ିଶାର ଟିଏସ୍‌ଏସ୍‌ଇଜେଡ୍‌ର ଗୋପାଳପୁର ଶିଳ୍ପ ପାର୍କ (ଜିଆଇପି)ରେ ଗ୍ରିନ୍ ହାଇଡ୍ରୋଜେନ୍ ଏବଂ ଗ୍ରିନ୍ ଆମୋନିଆ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଯାଇଛି ।

ଏହି ଚୁକ୍ତି ଅନୁଯାୟୀ ହାଇଜେନ୍‌କୋ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଗୋପାଳପୁର ଶିଳ୍ପ ପାର୍କ (ଜିଆଇପି)ରେ ଏହାର ଗ୍ରିନ୍ ହାଇଡ୍ରୋଜେନ, ଗ୍ରିନ୍ ଆମୋନିଆ ଏବଂ ଡେରିଭେଟିଭ୍ ୟୁନିଟ୍ ସ୍ଥାପନ କରିବ । ସର୍ବନିମ୍ନ ଗ୍ରୀନ ହାଇଡ୍ରୋଜେନ ଉତ୍ପାଦନରେ ଅଗ୍ରଣୀ ଥିବା ହାଇଜେନ୍‌କୋ କମ୍ପାନି ପର୍ଯାୟକ୍ରମେ ବାର୍ଷିକ ଏକ ମିଲିୟନ୍ ଟନ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି । କମ୍ପାନୀ ଡିସେମ୍ବର ୨୦୨୬ ସୁଦ୍ଧା ପ୍ରକଳ୍ପର ପ୍ରାରମ୍ଭିକ ପର୍ଯ୍ୟାୟ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । 

ଟାଟା ଷ୍ଟିଲ୍ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌) ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାୟକ କହିଛନ୍ତି ଯେ, “ହାଇଜେନକୋ ସହ ବୁଝାମଣାପତ୍ର ସ୍ୱାକ୍ଷର କରି ଆମେ ବହୁତ ଖୁସି । ଏହାକୁ ମିଶାଇ ଶିଳ୍ପ ପାର୍କରେ ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆ ଉତ୍ପାଦନର ସମୁଦାୟ କ୍ଷମତା ଏବେ ବାର୍ଷିକ ପ୍ରାୟ ୨.୬ ମିଲିୟନ ଟନ ରେ ପହଂଚିଛି । ଏହା ଆମ ଶିଳ୍ପ ପାର୍କକୁ ଭାରତରେ ଏକ ଗ୍ରିନ୍ ହାଇଡ୍ରୋଜେନ ଏବଂ ଆମୋନିଆ ହବ୍ ଭାବରେ ସୁଦୃଢ଼ କରିଛି । ଆମର ପ୍ରୟାସ ହେଉଛି ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଯେଉଁଠାରେ ନିବେଶକମାନେ ସେମାନଙ୍କ ବ୍ୟବସାୟ କରିବା ପାଇଁ ଆବଶ୍ୟକ ଭିତିଭୂମି ପାଇପାରିବେ । ଗ୍ରିନ୍ ହାଇଡ୍ରୋଜେନ ଏବଂ ଆମୋନିଆ ଶିଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଏବଂ ଜଳ ଭିତିଭୂମିର ଅଭିବୃଦ୍ଧି ସବୁଜ ଇନ୍ଧନ କ୍ଷେତ୍ରକୁ ଆହୁରି ସହଜ କରିବ ।’’

ହାଇଜେନ୍‌କୋର ପ୍ରତିଷ୍ଠାତା ତଥା ସିଇଓ ଅମିତ ବଂଶଲ କହିଛନ୍ତି ଯେ, “ଚଳିତ ବର୍ଷ ପ୍ରାରମ୍ଭରେ ଭାରତର ପ୍ରଥମ ଗ୍ରିନ୍ ହାଇଡ୍ରୋଜେନ ପ୍ରକଳ୍ପ ଆରମ୍ଭ କରି ଆମେ ଆମର ଦକ୍ଷତା ପ୍ରଦର୍ଶନ କରିସାରିଥିବା ବେଳେ ଆମେ ଏହି ପ୍ରକଳ୍ପରେ ଆମର ଉନ୍ନତ ଜ୍ଞାନକୌଶଳର ପ୍ରୟୋଗକୁ ବିସ୍ତାର କରିବୁ । ଏହାଦ୍ୱାରା ଆମର ଗ୍ରାହକଙ୍କ ପାଇଁ ସର୍ବନିମ୍ନ ମୂଲ୍ୟର ଗ୍ରିନ୍ ଆମୋନିଆ ଉପଲବ୍ଧ ହେବ । ବିଶ୍ୱବ୍ୟାପୀ ଏହି କ୍ଷେତ୍ରରେ ଏକ ପ୍ରଭାବଶାଳୀ ସଂସ୍ଥା ଭାବେ ହେବାର, ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି କାରଖାନାରୁ ଉତ୍ପାଦ ରପ୍ତାନି କରାଯିବ । ସେଥିପାଇଁ ବିଭିନ୍ନ ଗ୍ରାହକଙ୍କ ସହ ଆଲୋଚନା ହୋଇସାରିଛି ।’’

ଏହି କାରଖାନାରେ ଉତ୍ପାଦିତ ଗ୍ରିନ୍ ଆମୋନିଆ ଗୋପାଳପୁର ଶିଳ୍ପ ପାର୍କ (ଜିଆଇପି) ନିକଟରେ ଥିବା ବର୍ତମାନର ଗୋପାଳପୁର ବନ୍ଦର ମାଧ୍ୟମରେ ରପ୍ତାନି କରାଯିବ । ଗୋପାଳପୁର ଶିଳ୍ପ ପାର୍କ (ଜିଆଇପି) ଏବଂ ଗୋପାଳପୁର ବନ୍ଦର ମଧ୍ୟରେ ନିର୍ମାଣାଧୀନ ୟୁଟିଲିଟି କରିଡର ପ୍ରକଳ୍ପ ପାଇଁ ଲଜିଷ୍ଟିକ୍ସ ଏବଂ ପାଇପଲାଇନ ସଂଯୋଗକୁ ଆହୁରି ସୁଦୃଢ କରିବ । ହାଇଜେନ୍‌କୋ ଭାରତରେ ଗ୍ରିନ୍ ହାଇଡ୍ରୋଜେନର ଅନେକ ଦୀର୍ଘକାଳୀନ ପ୍ରସ୍ତାବ ସ୍ୱାକ୍ଷର କରିଛି, ଯେଉଁଥିରେ ହରିୟାଣାର ହିସାରଠାରେ ଆରମ୍ଭ ହୋଇଥିବା ପ୍ରଥମ ମେଗାୱାଟ ସ୍କେଲ ପ୍ଲାଂଟ୍ ମଧ୍ୟ ସାମିଲ ରହିଛି ।

ପୂର୍ବରୁ ଟିଏସ୍‌ଏସ୍‌ଇଜେଡ୍ ପକ୍ଷରୁ ଗ୍ରୀନ ହାଇଡ୍ରୋଜେନ ଓ ଗ୍ରୀନ ଆମୋନିଆ ପ୍ରକଳ୍ପ ପାଇଁ ଉତ୍ପାଦନକାରୀଙ୍କ ସହ ବାର୍ଷିକ ୧.୬ ମିଲିୟନ ଟନ ପ୍ରକଳ୍ପ ପାଇଁ ଅନୁରୂପ ବୁଝାମଣା ସ୍ୱାକ୍ଷର କରାଯାଇଛି 

Leave a Reply

Your email address will not be published. Required fields are marked *

You may have missed