ବେଦାନ୍ତ ଆଲୁମିନିୟମର ଗ୍ରାଷ୍ମ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଝାରସୁଗୁଡ଼ାର ୬୫୦୦ରୁ ଅଧିକ ଲୋକ ଉପକୃତ ହୋଇଛନ୍ତି


ଭୁବନେଶ୍ୱର: ୯ ଜୁନ ୨୦୨୩: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବ୍ୟାପକ ଗ୍ରୀଷ୍ମ ପ୍ରଭାବ ଜନିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଗୋଷ୍ଠୀର ଲୋକମାନଙ୍କୁ ଉତାପର ପ୍ରଭାବରୁ ନିଜକୁ ସୁରକ୍ଷିତ ରଖିବା ବିଷୟରେ ଉପଯୁକ୍ତ ସତର୍କ କରାଯାଇଥିଲା । ଏଥିପାଇଁ ବଢେଇମୁଣ୍ଡା ଛକ, ଘରୋଇ ବସଷ୍ଟାଣ୍ଡ, ରେଳ ଷ୍ଟେସନ, ସରବାହାଲ ଛକ, ବିଟିଏମ ଛକ ସହିତ ୨୮ ଟି ଗ୍ରାମରେ ଲୋକମାନଙ୍କୁ ସଚେତନ କରାଇଥିଲା । ଲାଇଭ ଅଧିବେଶନ, ଲିଫଲେଟ ବଂଟନ ଓ ଓଆରଏସ ପାଉଡର ବିତରଣ ମାଧ୍ୟମରେ ଏକ ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମ ସଫଳତାର ସହ ୬୫୦୦ରୁ ଅଧିକ ଲୋକଙ୍କ ପାଖରେ ପହଁଚିଥିଲା ।

ଅଂଶୁଘାତ ହେଉଛି ଏକ ଗରୁତର ସମସ୍ୟା ଯେତେବେଳକି ଶରୀରରୁ ଜଳୀୟ ଅଂଶ ହ୍ରାସ ପାଇଁ ଲୋକ ଅସୁସ୍ଥ ହୋଇ ଯାଏ । ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତନ ସହିତ ଅଂଶୁଘାତ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ଓ ପ୍ରତିଷେଧକ ବିଷୟରେ ବୁଝାଇବା ଉପରେ ସଚେତନ କରାଯାଇଥିଲା । ଅଂଶୁଘାତକୁ ଚିହ୍ନିବା କ୍ଷଣି ତୁରନ୍ତ ଉପଚାର ବ୍ୟବସ୍ଥା କିପରି ଗ୍ରହଣ କରାଯିବ ସେ ବିଷୟରେ ଲୋକମାନଙ୍କୁ ବୁଝାଯାଇଥିଲା । ଏହି ସମୟରେ ବିଶେଷ ଶାରୀରିକ ପରିଶ୍ରମ ନକରିବା ପାଇଁ ଲୋକଙ୍କୁ ବୁଝାଯାଇଥିଲା ।

ଠିକ ସମୟରେ ଲୋକମାନଙ୍କୁ ସଚେତନ କରିବାକୁ ଉଦ୍ୟମ କରୁଥିବାରୁ କମ୍ପାନିକୁ ଧନ୍ୟବାଦ ଜଣାଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଝାରସୁଗୁଡ଼ା ଡ. ଦୋଳମଣି ପଟେଲ କହିଛନ୍ତିଯେ- ଗୋଷ୍ଠୀ ସ୍ୱାସ୍ଥ୍ୟ ଅଭିବୃଦ୍ଧି ପାଇଁ ମୁଁ ବେଦାନ୍ତ ଆଲୁମିନିୟମକୁ ଧନ୍ୟବାଦ ଜଣାଉଛି । ଲୋକଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ସଚେତନ କରାଇ ଆମେ ବିପଦକୁ ସଫଳତାର ସହ ମୁକାବିଲା କରିପାରିବା ।

ସଂପ୍ରତି ଝାରସୁଗୁଡ଼ାର ଲୋକମାନଙ୍କୁ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷା ଦେବା ପାଇଁ କମ୍ପାନି ପକ୍ଷରୁ ଜଳ ସେବା ଶିବିର ଆୟୋଜନ କରାଯାଇ ବାସିନ୍ଦା ତଥା ଯାତ୍ରୀମାନଙ୍କୁ ମାଗଣା ଜଳ, ଓଆରଏସ, ଲେମ୍ବୁପାଣି ଓ ବଟରମିଲକ ଯୋଗାଇ କଂପାନି ପ୍ରାୟ ୮୦୦୦ ଲୋକଙ୍କ ପାଖରେ ପହଁଚିଥିଲା । ଝାରସୁଗୁଡ଼ାର ୧୧ଟି ୱାର୍ଡ଼ର ୧୭ଟି ସ୍ଥାନରେ ଗୋଷ୍ଠୀକୁ ପାନୀୟ ଜଳ ଯୋଗାଇବା ପାଇଁ କମ୍ପାନି ପାଣି ଟାଙ୍କି ବ୍ୟବସ୍ଥା କରିଥିଲା । ଏହା ଦ୍ୱାରା ୨୫,୦୦୦ ଲୋକ ବିଶୁଦ୍ଧ ପାଣି ପାଇ ପାରୁଛନ୍ତି । କମ୍ପାନି ପକ୍ଷରୁ ଆଉ କେତେକ ପଦକ୍ଷେପ ଜରିଆରେ ବର୍ଷା ଜଳ ଅମଳ ପାଇଁ ପ୍ରସ୍ତୁତି, ପୋଖରୀ,ନଳକୂପର ପୁନରୁଦ୍ଧାର , ପାଶ୍ୱର୍ବର୍ତି ଗ୍ରାମ ଗୁଡ଼ିକରେ ଜଳ ଭିତିଭୂମିର ବିକାଶ କାର୍ଯ୍ୟ ଜାରୀ ରହିଛି ।

Leave a Reply

Your email address will not be published. Required fields are marked *