ବେଦାନ୍ତ ଆଲୁମିନିୟମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୪ ଅବସରରେ ସ୍ୱାସ୍ଥ୍ୟ ପଦକ୍ଷେପ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଜାତୀୟ ପୁଷ୍ଟିମାସ ୨୦୨୪ ପାଳନ କରିଥିଲା ଓ ଏହା ଥିଲା ସଂପୂର୍ଣ୍ଣ ଗୋଷ୍ଠୀ କଲ୍ୟାଣ ଭତିକ । ଏହି ଅଭିଯାନରେ ଶିଶୁ, କିଶୋର ଓ ମା ମାନଙ୍କ ପାଇଁ ସନ୍ତୁଳିତ ଖାଦ୍ରର ମହତ୍ୱ ଓ ପୁଷ୍ଟିକର ଖାଦ୍ୟ ନିଶ୍ଚିତ କରିବା ଲାଗି କମ୍ପାନି ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ପ୍ରତିବର୍ଷ ଏହି ମାସକୁ ଭାରତ ସରକାର ପାଳନ କରନ୍ତି ଓ ଏହି ବର୍ଷର ମାସର ଶୀର୍ଷକ ହେଉଛି ସମସ୍ତଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ।
ଏହି ପଦକ୍ଷେପ ସଂପର୍କରେ ମତ ଦେଇ ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ, ସୁନୀଲ ଗୁପ୍ତା କହିଛନ୍ତି ଯେ ଆମ ଗୋଷ୍ଠୀର କଲ୍ୟାଣ ପାଇଁ ପୁଷ୍ଟିକର ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଆମେ ଏକ ସ୍ଥାୟୀ ପ୍ରଭାବ ସୃଷ୍ଟି କରିବାକୁ ଉତ୍ସର୍ଗୀକୃତ । ସ୍ଥାନୀୟ ଗୋଷ୍ଠୀ ମଧ୍ୟରେ ପୁଷ୍ଟିକର ଖାଦ୍ର ବିଷୟରେ ସଚେତନ ସୃଷ୍ଟି କରିବା ଓ ସ୍ୱାସ୍ଥ୍ୟକର ଅଭ୍ୟାସ ଗ୍ରହଣ ପ୍ରତି ଆମର ପ୍ରତିବଦ୍ଧତା ଓ ସଭିଙ୍କୁ ସୁସ୍ଥ ରଖିବା ପ୍ରତି ଆମର ଭବିଷ୍ୟତ ଦୃଷ୍ଟିକୋଣ ପ୍ରତିଫଳିତ ।
ଚା ଭରତ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ବାଲକୋ) ଯିଏକି ଭାରତର ପ୍ରତିଷ୍ଠିତ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତର ଏକ ଅଂଶ ପୋଶଣ ମାହ ଅର୍ନ୍ତଗତ ନନ୍ଦଘର ଓ ଅଙ୍ଗନବାଡ଼ି କେନ୍ଦ୍ରରେ ପୁଷ୍ଟିକର ଖାଦ୍ୟ ତଥା ସ୍ୱାସ୍ଥ୍ୟ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବା ଲାଗି ହୋମ ରେସନ ନିଅନ୍ତୁ ରେସିପି ତାଲିମ ସହିତ ମା ମାନଙ୍କ ପାଇଁ ସୁସ୍ଥ ଖାଦ୍ୟ ଅଭ୍ୟାସ ଉପରେ ଉତ୍ସାହ ସୃଷ୍ଟି ପାଇଁ କିଚେନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଶିଶୁମାନଙ୍କ ସ୍ୱାସ୍ଥ୍ୟ ଯାଂଚ ସହ ସମସ୍ୟା ଗୁଡ଼ିକର ଚିହ୍ନଟ କରାଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଥିଲା । ସେହିପରି ପୁଷ୍ଟିକର ଖାଦ୍ୟର ମହତ୍ୱ ବିଷୟରେ ପରାମର୍ଶ ଦିଆଯାଇଥିଲା । ୩୦ ସେପ୍େଟମ୍ବର ୨୦୨୪ ରେ ପୋଶଣ ମାହ ସମାପନ ସମାରୋହରେ ଏହି ପ୍ରୟାସକୁ ପାଳନ କରି ଚାମ୍ପିଅନ୍ ମା ମାନଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ଚିରସ୍ଥାୟୀ ପୁଷ୍ଟିକର ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପୋଶାଣ ବାର୍ତା ଭିଡିଓ ସିରିଜ୍ ଏବଂ ‘ପୋଶାନ୍ ପାତ୍ରିକା’ ସମ୍ବାଦପତ୍ର ଉନ୍ମୋଚନ ମଧ୍ୟ କରାଯାଇଥିଲା ।
ଚା ବେଦାନ୍ତ ଲାଞ୍ଜିଗଡର କାର୍ଯ୍ୟ ପରିଚାଳନାରେ ଶିଶୁ, କିଶୋର ଓ ମା ମାନଙ୍କ ପାଇଁ ଭାରତ ସରକାରଙ୍କ ଥିମ ଅନୁଯାୟୀ ସମସ୍ତଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସହ ସନ୍ତୁଳିତ ଓ ପୌଷ୍ଟିକ ଖାଦ୍ୟ ପସନ୍ଦକୁ ଗୁରୁତ୍ୱ ଦିଆଯାଇଥିଲା । ଜିରୋ କ୍ଷୁଧା ଓ ଉତମ ସ୍ୱାସ୍ଥ୍ୟର ସ୍ଥାୟୀ ବିକାଶ ଲକ୍ଷ୍ୟରେ ଖାଦ୍ୟ ପ୍ରଦର୍ଶନୀ, ରନ୍ଧନ ପ୍ରତିଯୋଗିତା ଓ ସ୍ୱାସ୍ଥ୍ୟ ସମ୍ବେଦନଶୀଳ ଅଭିଯାନ ଅନ୍ତର୍ଭୁକ୍ତ ରହିଥିଲା । ଏହା ସହ ପେହେଲି ଉଡ଼ାନ ପ୍ରକଳ୍ପରେ କିଶୋର ସ୍ୱାସ୍ଥ୍ୟକୁ ସମ୍ବୋଧିତ କରି ପନିପରିବା ବଗିଚା କରିବା, ଗୋଷ୍ଠୀରେ ରକ୍ତହୀନତା ଦୂର କରିବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହା ଦ୍ୱାରା ୭୦୦ରୁ ଅଧିକ ଲୋକ ଉପକୃତ ହୋଇଥିଲେ ।
ଚା ଝାରସୁଗୁଡ଼ାରେ କମ୍ପାନି ଜିଲ୍ଲା କଲ୍ୟାଣ ଅଧିକାରୀଙ୍କୁ ୧୭୫୦୦ୟୁନିଟ ମିଲେଟ ପ୍ରୋଟିନ ଯୋଗାଇ ଦେଇଛି, ଯାହାକୁ ୧୭୫ଟି ନନ୍ଦଘର ଗୁଡ଼ିକ ମାଧ୍ୟମରେ ମା ଓ ଶିଶୁ ମାନଙ୍କୁ ଯୋଗାଇ ଦିଆଯାଇଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।
୰୰୰