ଜେ ଏସ୍ ଡ ବ୍ଲୁ ଉତ୍କଳ ଷ୍ଟିଲ୍ ପକ୍ଷରୁ ହରିୟାଲୀ ତୀଜ୍ ପର୍ବ ପାଳିତ

ପାରାଦ୍ୱୀପ — ପ୍ରତିବର୍ଷ ଭଳି ଚଳିତ ଵର୍ଷ ପାରମ୍ପାରିକ ହରିୟାଲୀ ତୀଜ ପର୍ବ ସ୍ଥାନୀୟ ମଧୁଵନ ସ୍ଥିତ ଜେ ଏସ୍ ଡ ବ୍ଲୁ କାର୍ଯ୍ୟାଳୟ ପରିସରରେ ପାଳନ କରାଯାଇଛି। ସାଧାରଣତ ଶ୍ରାବଣ ମାସରେ ମୈସୁମୀର ଆଗମନରେ ସାରା ପରିବେଶ ସଵୁଜ ସୁନ୍ଦର ହେଇଥିବା ଵେଳେ ଧରାପୣଷ୍ଠରେ ହରିୟାଲୀର ଏକ ଭିନ୍ନ ଅନୁଭବ ହେଇଥାଏ। ଏଥି ସହିତ ଏହି ମାସରେ ଭଗବାନ ଶିବ ଓ ଦେଵୀ ମା ପାର୍ବତୀଙ୍କ ମିଳନକୁ ସ୍ମରଣ କରିବା ପାଇ ଏହି ପର୍ଵ ପାଳନ କରାଯାଇଥାଏ   ଚଳିତ ଵର୍ଷ ଶ୍ରାବଣ  ମାସ ଶୁକ୍ଳ ପକ୍ଷ ତୣତୀୟା ତିଥୀରେ ଏହି ପର୍ବ ପାଳନ କରାଯାଇଛି। ଏହି ଅବସରରେ ଜଟାଧାର ଭବନରେ ଥିବା ସମସ୍ତ ମହିଳା ସବୁଜ ରଙ୍ଗର ଶାଢୀ ପରିଧାନ କରିବା ସହିତ ହାତରେ ମେହେନ୍ଦୀ କରି ନାଚଗୀତର ଉପଭୋଗ କରିଥିଲେ। ଏହି ଅବରରେ ଏକ ସୁସଜ୍ଜିତ ଝୁଲାକୁ ଲେଡିଜ୍ କ୍ଲବ୍ ର ଅଧକ୍ଷ୍ୟା ଶ୍ରୀମତୀ ଜେତିର୍ମୟୀ କଳ୍ପନା ଉଦଘାଟନ କରିବା ସହିତ ସମସ୍ତେ ଏହି ଝୁଲାରେ ଝୁଲିବାର ଆନନ୍ଦ ନେଇଥିଲେ। ଏହି ଅବସରରେ କ୍ଲବ୍ ର ସମସ୍ତ ମହିଳା ଓ ସମସ୍ତ ମହିଳା କର୍ମଚାରୀ ମାନଙ୍କୁ ବିଭିନ୍ନ ପ୍ରକାରର ପ୍ରସାଦାନ ସାମଗ୍ରୀ,  ପ୍ରଦାନ କରାଯାଇଥିଲା ଏହି ଅବସରରେ ଏକ ସାସ୍କୁତିକ କାଯ୍ୟକ୍ରମରେ ଜେ ଏସ୍ ଡ ବ୍ଲୁ ଉତ୍କଳ ଷ୍ଟିଲ୍ ର ଵରିଷ୍ଠ ଅଧିକାରୀ ଧନଞ୍ଜୟ ସିହ୍ନା, ନିର୍ମଳେନ୍ଦୁ ପୁରେହିତ ପ୍ରମୁଖ ଯେଗଦେଇ ଶ୍ରାବଣ କୁଇନ ଙ୍କୁ ପୁରସ୍କୁତ କରିଥିଲେ। ଶେଷରେ ସମସ୍ତ ମହିଳା ମାନେ ଚଟପଟୀ ଖାଦ୍ୟର ମଜା ନେଇଥିଲେ।

Leave a Reply

Your email address will not be published. Required fields are marked *