ବୈଦ୍ୟେଶ୍ୱର ପୁଲିସକୁ ମିଳିଲା ବଡ଼ ସଫଳତା

ପ୍ରବାହ ନ୍ୟୁଜ୍‌ : ଦୁଇ ମାସ ତଳେ ବୈଦ୍ୟେଶ୍ୱର ଥାନା ଅନ୍ତ୍ରର୍ଗତ ବଳଭଦ୍ରପୁର ଗ୍ରାମରରେ ସିରିଜ ଚୋରି ଘଟଣାରେ ଜଣେ ଗିରଫ l ଗିରଫ ଯୁବକକଙ୍କ ନାମ ନାରାୟଣ ନାଏକ ଓରଫ ମଣ୍ଟୁ l ଘର କାନପୁର ହୋଇଥିବା ବେଳେ ପିତାଙ୍କ ନାମ ଦେବେନ୍ଦ୍ର ନାଏକ 12ବର୍ଷ ହେଲା ବଳଭଦ୍ରପୁର ଗ୍ରାମ ମାମୁଁ ଘରେ ସ ପରିବାର ରହି ଆସୁଥିଲା l ସେ ରଜୀବ ଗ୍ରାମରେ ଥିବା ଇଟା ଫାକ୍ଟ୍ରି ରେ କାମ କରେ l ଗୋଟିଏ ରାତିରେ ଗାଁ ରେ ଛଅ ଛଅ ଟି ଘରୁ ଦୁର୍ବୁର୍ତ୍ତ କଳାକନା ବୁଲାଇ ଲୁଟି ନେଇଥିଲେ ଚୋର l କେଉଁଠି ଲୁହା ଆଲମିରା ତାଡି ନେଇଥିଲେ ତ କେଉଁଠି ସିନ୍ଦୁକ ଭାଙ୍ଗି ଲୁଟି ନେଇଥିଲେ ଲୁଟେରା l ନଗଦ ଲକ୍ଷାଧିକ ଅର୍ଥରାଶୀ ସହ ପାଖାପାଖି 15 ଲକ୍ଷ୍ୟ ରୁ ଉର୍ଧ୍ଵ ମୂଲ୍ୟ ର ସୁନା ଅଳଙ୍କାର ଓ ବହୁ ପିତଳ ଓ କଂସା ବାସନ ଆଦି ଲୁଟ ହୋଇଥିବାର ଅଭିଯୋଗ ହୋଇଥିଲା | ଫେରାର ହୋଇଥିବା ଯୁବକ ଙ୍କ ଉପରେ ରହିତଲା ପୁଲିସର ନଜର l ଗତ କାଲି ବଳଭଦ୍ରପୁର ଗ୍ରାମର ହରି ନାଏକ ଙ୍କ ସ୍ତ୍ରୀ ବାଙ୍କୀର ଏକ ସୁନା ଦୋକାନୀ କୁ ଗହଣା ବିକ୍ରି କରିବାକୁ
ଯାଇଥିଲା ବେଳେ ବୈଦ୍ୟେଶ୍ୱର ପୁଲିସ କୁ ସୂଚନା ମିଳିଥିଲା l ସେଠାରେ l ଅଚାନକ ଖବର ପାଇ ବୈଦ୍ୟେଶ୍ୱର ଥାନାରେ ଅଳ୍ପ କେଇ ଦିନ ହେଲା ଯୋଗ ଦେଇଥିବା ଆଇ ଆଇ ସି ସଞ୍ଜୟ ଜେନା ଙ୍କ ସମେତ ସେକେଣ୍ଡ ଅଫିସର ପ୍ରଭାକର ନାୟକ ତାଙ୍କ ଦଳ ବଳ ଧରି ରଜୀଵ ଗ୍ରାମରେ ମାଡି ବସିଥିଲା ଫେରାର ଥିବା ଲୁଟେରାକୁ l ନୂତନ ଭାବେ ଯୋଗଦାନ କରିଥିବା ଦକ୍ଷ ଆଇ ଆଇସି ସଞ୍ଜୟ ଜେନା ଲୁଟେରା କୁ କାବୁ କଲା ପରେ ଛନକା ପସିଛି ସିରିଜ ଚୋରୀରେ ସମ୍ପୃକ୍ତ ରହିଥିବା ଫେରାର ଚୋରଙ୍କ ମନରେ l ଗିରଫ ନାରାୟଣ ଓ ରଫ ମଣ୍ଟୁ ନିକଟରୁ 3ଟି ସୁନା ମୁଦି ସହ ଗୋଟିଏ ମୋବାଇଲ ଜବତ ହୋଇଥିବା ଆଇ ଆଇସି ସଂଜୟ ଜେନା ସୂଚନା ଦେଇଛନ୍ତି l ପୂର୍ବରୁ ବିଭିନ୍ନ ଚୋରୀ, ଡକାୟତି କ୍ରାଇମରେ ରେକର୍ଡ ରହିଥିବା ଏବେ ଗିରଫ ଡକାୟତକୁ ପୁଲିସ ବାଙ୍କୀ କୋର୍ଟ ଚାଲାଣ କରିଛି l ସିରିଜ ଚୋରୀ ଘଟଣାରେ ମହିଳା ସମେତ ଅନ୍ୟ ଯୁବକ ମାନେ ଫେରାର ରହିଛନ୍ତି ଖୁବ ଶୀଘ୍ର ସେମାନେ ଗିରଫ କରାଯିବ ବୋଲି ଜଣାଇଛନ୍ତି ଥାନା ଅଧିକାରୀ l

Leave a Reply

Your email address will not be published. Required fields are marked *