ଗୋଦରେଜ୍ ଆପ୍ଲାଏନ୍ସେସ୍ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାର ଚାନ୍ଦୋଳର ଗ୍ରାହକମାନଙ୍କୁ ବ୍ୟାପକ ବର୍ଗମାଳାର ହୋମ୍ ଆପ୍ଲାଏନ୍ସେସ୍ ଓ ସପିଙ୍ଗ୍ ଅନୁଭୂତି ପ୍ରଦାନ

ଗୋଦରେଜ୍ ଇନ୍ସ୍ପାୟାର୍ ହବ୍ ଉନ୍ମୋଚିତ-କେନ୍ଦ୍ରାପଡ଼ାର ପ୍ରଥମ ସ୍ୱତନ୍ତ୍ର ଗୋଦରେଜ୍ ଆପ୍ଲାଏନ୍ସେସ୍ ଆଉଟ୍ଲେଟ୍
ଭୁବନେଶ୍ୱର: ଗୋଦରେଜ୍ ଗ୍ରୁପ୍ର ପ୍ରମୁଖ ସଂସ୍ଥା ଗୋଦରେଜ୍ ଆଣ୍ଡ୍ ବଏସ୍ର ଅଂଶ ଗୋଦରେଜ୍ ଆପ୍ଲାଏନ୍ସେସ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଓଡ଼ିଶା ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଥମ ଷ୍ଟୋର୍ ଚାନ୍ଦୋଳ ଠାରେ ଉଦ୍ଘାଟନ କରି କଂପାନି ଏହାର ସ୍ୱତନ୍ତ୍ର ବ୍ରାଣ୍ଡ୍ ଆଉଟ୍ଲେଟ୍ର ନେଟ୍ୱର୍କକୁ ଆହୁରି ବିସ୍ତାର କରିବା ଏବଂ ଏହାର ଉପସ୍ଥିତିକୁ ସୁଦୃଢ଼ କରିବା ଯୋଜନା ରଖିଛି । କଂପାନିର ଭୁବନେଶ୍ୱର ଶାଖା ଅଧୀନରେ ଏହା କଂପାନିର ୨୬ତମ ସ୍ୱତନ୍ତ୍ର ଆଉଟ୍ଲେଟ୍ ।
ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ଏବଂ କେନ୍ଦ୍ରାପଡ଼ାରେ ଗ୍ରାହକମାନଙ୍କ ଲାଗି ପରବର୍ତି ସ୍ତରର ଅନୁଭୂତି ସୃଷ୍ଟି କରିବା ଲାଗି ଗୋଦରେଜ୍ ଆପ୍ଲାଏନ୍ସେସ୍ ପକ୍ଷରୁ ଏହାର ଚ୍ୟାନେଲ୍ ପାର୍ଟନର୍ ଜଗନ୍ନାଥ ଇଲେକ୍ଟ୍ରୋନିକ୍ସ ସହଯୋଗରେ ଚାନ୍ଦୋଳ ମେନ୍ ରୋଡ୍ର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୧୨୦୦ ବର୍ଗଫୁଟରୁ ଅଧିକ ଅଂଚଳରେ ବ୍ୟାପକ ସ୍ୱତନ୍ତ୍ର ବ୍ରାଣ୍ଡ୍ ଆଉଟ୍ଲେଟ୍ “ଗୋଦରେଜ୍ ଇନ୍ସ୍ପାୟାର୍ ହବ୍’କୁ ଖୋଲାଯାଇଛି ।
ଆଜିର ଗ୍ରାହକମାନେ ସୁବିଧା ଓ ଆରାମକୁ ପ୍ରାଥମିକତା ଦେଉଛନ୍ତି । ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ସହରରେ ପ୍ରିମିୟମ୍ ଉତ୍ପାଦର ଚାହିଦାରେ ପର୍ଯ୍ୟାୟକ୍ରମେ ହେଉଥିବା ବୃଦ୍ଧିରୁ ଏହା ଜଣାପଡ଼ୁଛି । ପୁନଶ୍ଚ, ମହାମାରୀ ଦୃଶ୍ୟପଟ୍ଟରୁ ଆପ୍ଲାଏନ୍ସେସ୍ ଏବେ ପ୍ରତିଟି ଭାରତୀୟ ଘରର ଆବଶ୍ୟକତା ଭାବେ ଉଭା ହୋଇଛି ।
ଇବିଓଗୁଡ଼ିକ ସାରା ଦେଶରେ ଥିବା ଗୋଦରେଜ୍ ଆପ୍ଲାଏନ୍ସେସ୍ର ବ୍ୟାପକ ନେଟ୍ୱର୍କକୁ ଆହୁରି ଦୃଢ଼ କରିଥିବା ବେଳେ ଏହାର ଗ୍ରାହକମାନଙ୍କ ପ୍ରିମିୟମ୍ ଉତ୍ପାଦ ଆବଶ୍ୟକତା ପୂରଣ କରୁଛି ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଚୟନ କରିବା ଲାଗି ସେମାନଙ୍କ ଏକ ବ୍ୟାପକ ଡିସ୍ପ୍ଲେ ରହିଛି ଯାହା କିଣାକିଣି ଅନୁଭୂତିରେ ଉନ୍ନତି ଆଣୁଛି । ବର୍ତମାନ ସାରା ଦେଶରେ କଂପାନିର ୧୨୦ରୁ ଅଧିକ ସ୍ୱତନ୍ତ୍ର ଆଉଟ୍ଲେଟ୍ ରହିଛି ଏବଂ ଚଳିତ ଆର୍ଥିକ ବର୍ଷ ସୁଦ୍ଧା କଂପାନି ୧୪୦ରୁ ଅଧିକ ଇବିଓ ପାଇଁ ଲକ୍ଷ୍ୟ ରଖିଛି ।
ଏହି ଉନ୍ମୋଚନ ଅବସରରେ ଗୋଦରେଜ୍ ଆପ୍ଲାଏନ୍ସେସ୍ର ଜାତୀୟ ବିକ୍ରି ମୁଖ୍ୟ ସଞ୍ଜୀବ୍ ଜୈନ କହିଛନ୍ତି ଯେ, “ଗ୍ରାହକମାନଙ୍କର ଯଥା ସମ୍ଭବ ନିକଟତର ହେବା ଲାଗି ଆମେ ସର୍ବଦା ଉଦ୍ୟମ କରୁଛୁ । ଆମର ବିଶ୍ୱାସ ରହିଛି ଯେ ଆମର ସ୍ୱତନ୍ତ୍ର ବ୍ରାଣ୍ଡ୍ ଆଉଟ୍ଲେଟ୍ ଆମର ବିଶ୍ୱସନୀୟ ଗ୍ରାହକମାନଙ୍କୁ ଶ୍ରେଷ୍ଠ ମୂଲ୍ୟ ପ୍ରଦାନ କରିବ । ଆମର ସ୍ୱତନ୍ତ୍ର ସୋ’ରୁମ୍ ସହିତ ଆମେ ଗୋଟିଏ ସ୍ଥାନରେ ଆମର ସମ୍ପୂର୍ଣ୍ଣ ଶ୍ରେଷ୍ଠ ଆପ୍ଲାଏନ୍ସେସ୍ ବର୍ଗମାଳାକୁ ପ୍ରଦର୍ଶନ କରିବାର ସୁଯୋଗ ପାଇଛୁ । ଆମ ପାଇଁ ଓଡ଼ିଶା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ଶ୍ରେଷ୍ଠ ସପିଙ୍ଗ ଅନୁଭୂତି ସହିତ ଆମେ ଆମର ଗ୍ରାହକମାନଙ୍କୁ ଉଲ୍ଲସିତ କରିବାକୁ ଚାହିରହିଛୁ ।’’
ଏହି ଅବସରରେ ଜଗନ୍ନାଥ ଇଲେକ୍ଟ୍ରୋନିକ୍ର ତତ୍ୱାବଧାୟକ ସଞ୍ଜୟ କୁମାର ବେହେରା କହିଛନ୍ତି ଯେ, “ଉଚ୍ଚ ସମ୍ମାନଜନକ ଓ ଭରସାଯୋଗ୍ୟ ବ୍ରାଣ୍ଡ୍ ଗୋଦରେଜ୍ ଆପ୍ଲାଏନ୍ସେସ୍ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ । ଆମେ ନିଶ୍ଚିତ ଯେ ଆମର ଆଉଟ୍ଲେଟ୍ ଚାନ୍ଦୋଳ, ଗ୍ରାହକମାନଙ୍କ ପାଇଁ ଗୋଦରେଜ୍ ଆପ୍ଲାଏନ୍ସେସ୍ର ସ୍ୱତନ୍ତ୍ର ଉତ୍ପାଦ ଜରିଆରେ ଏକ ଶ୍ରେଷ୍ଠ ସ୍ଥଳ ପ୍ରମାଣିତ ହେବ ।’’
ଏହି ସ୍ୱତନ୍ତ୍ର ବ୍ରାଣ୍ଡ୍ ଆଉଟ୍ଲେଟ୍ରେ ଗୋଦରେଜ୍ ଆପ୍ଲାଏନ୍ସେସ୍ର ସମ୍ପୂର୍ଣ୍ଣ ଉତ୍ପାଦ ବର୍ଗମାଳା ପ୍ରଦର୍ଶିତ ହେବ ଯେଉଁଥିରେ ସାମିଲ ରହିଛି ରେଫ୍ରିଜରେଟର୍, ୱାସିଂ ମେସିନ୍, ଏୟାର କଣ୍ଡିସନର୍, ଡିସୱାସର୍, ଏୟାର କୁଲର୍, ଡିପ୍ ଫ୍ରିଜର୍, ମାଇକ୍ରୋୱେଭ୍ ଓଭେନ୍, ଥର୍ମୋଇଲେକ୍ଟ୍ରିକ୍ ପ୍ରଯୁକ୍ତିର ଶକ୍ତି ଥିବା ଗୋଦ୍ରେଜ୍ କ୍ୟୁବ୍ ଓ ୟୁଭି ପ୍ରଯୁକ୍ତି ଭିତିକ ଗୋଦରେଜ୍ ଭିରୋସିଲ୍ଡ । ଏହା ସହିତ ଗ୍ରାହକମାନଙ୍କ ପାଇଁ ନିର୍ଦିଷ୍ଟ କେତେକ ମଡେଲ୍ରେ ଉଦଘାଟନୀ ନିଶ୍ଚିତ ଉପହାର ରହିଛି । ପ୍ରତି ଗୋଦରେଜ୍ ଆପ୍ଲାଏନ୍ସେସ୍ର ବ୍ରାଣ୍ଡ୍ ଆଉଟ୍ଲେଟ୍ରେ ଗ୍ରାହକମାନେ ସ୍ୱତନ୍ତ୍ର ଭାବେ କିଛି ନିର୍ଦିଷ୍ଟ ମଡେଲ୍ରେ ଏକ ବର୍ଷର ମାଗଣା ବର୍ଦ୍ଧିତ ୱାରେଂଟି ଓ ଏକ ବର୍ଷର ଉତ୍ପାଦ ବୀମା ପାଇପାରିବେ । ପ୍ରତି ଗୋଦରେଜ୍ ସ୍ୱତନ୍ତ୍ର ଷ୍ଟୋର୍ ଗ୍ରାହକମାନଙ୍କୁ କଂପାନି ଅଗ୍ରାଧିକାର ଭିତିରେ ବିକ୍ରି ପରବର୍ତି ସେବା ଯୋଗାଉଛି ।