ଗୌରବ ମାସ: ବେଦାନ୍ତ ଆଲୁମିନିୟମ ଏହାର ବିବିଧ କାର୍ଯ୍ୟକ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ପ୍ରତିବଦ୍ଧ

ନୂଆଦିଲ୍ଲୀ, ୨୯ ଜୁନ ୨୦୨୩: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଏକ ବିବିଧ କାର୍ଯ୍ୟକ୍ଷେତ୍ରକୁ ପ୍ରତିପାଦିତ କରିବା ଲାଗି ଉତ୍ସର୍ଗୀକୃତତାକୁ ଏକ ଉତ୍ସବ ଭାବରେ ପାଳନ ପାଇଁ ଗୌରବ ମାସ ପାଳନ କରିଥିଲା । ନିକଟରେ ଦୁଇଜଣ ଟ୍ରାନସଜେଣ୍ଡର ବୃତିଧାରୀଙ୍କୁ ଓଡ଼ିଶାର ଲାଂଜିଗଡ଼ରେ ଏହାର କାର୍ଯ୍ୟକ୍ଷେତ୍ରକୁ ସ୍ୱାଗତ କରିଥିଲା । କମ୍ପାନିର ଲାଂଜିଗଡ଼, ବାଲକୋ ସଂସ୍ଥାରେ ମଧ୍ୟ ଏହାର କାର୍ଯ୍ୟକାରୀତା କରାଯାଇଥିଲା । ବେଦାନ୍ତ ଆଲୁମିନିୟମ ମିଶନରେ ଏହା ଏକ ମହତ୍ୱପୂର୍ଣ୍ଣ ସଫଳତା ଭାବରେ ପ୍ରମାଣିତ ହୋଇଛି ଯେଉଁଠାରେ ବିବିଧ କାର୍ଯ୍ୟକ୍ଷେତ୍ରକୁ ପ୍ରତପାଦିତ କରିବା, ଭାରତ ତଥା ବିଶ୍ୱର ଉତ୍ପାଦନ ଓ ଭାରୀ ଇଂଜିନିୟରିଂ ଫାର୍ମ ମଧ୍ୟରେ କମ୍ପାନିକୁ ସ୍ଥାନିତ କରି ଏଲଜିବିଟିକ୍ୟୁଏ+ କର୍ମଚାରୀଙ୍କୁ ବିଭିନ୍ନ ଭୂମିକାରେ ସୁରକ୍ଷା, ସାମଗ୍ରୀ ଗତିବିଧି ଓ ଆତିଥ୍ୟଭଳି କାର୍ଯ୍ୟକୁ ଅନ୍ତର୍ଭୁକ୍ତ କରିଛି ।

ସମାଜର ପାରିପାଶ୍ୱିର୍କ ସ୍ଥାନରୁ ସ୍ମାର୍ଟ ଉତ୍ପାଦନ କାରଖାନାକୁ ଗୋଷ୍ଠୀ ପରିବର୍ତନକୁ ସହଜିଆ କରିବା ଓ ସେମାନଙ୍କୁ ଅର୍ଦ୍ଧ କୁଶଳୀ ବ୍ୟକ୍ତିରୁ ବୃତିଗତ ଭାବରେ ବିକଶିତ କରିବାରେ ସାହାଯ୍ୟ କରିବାକୁ ବେଦାନ୍ତ
ଆଲୁମିନିୟମ ତ୍ରିସ୍ତରୀୟ ପ୍ରଣାଳୀ ଅନ୍ତର୍ଭୁକ୍ତ କରିଛି ଯାହା:

• ସ୍କିଲ ମ୍ୟାପିଂ ଅଧ୍ୟୟନ କରି ଟ୍ରାନସ ବ୍ୟକ୍ତିଙ୍କୁ ଏକ ସର୍ବନିମ୍ନ ଦକ୍ଷତା ସେଟ କରିବାରେ ସମର୍ଥ କରାଇବା ।
• ନିଯୁକ୍ତି ପାଇଁ ବ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ସଫ୍ଟ ସ୍କିଲ ଓ ବ୍ୟବସାୟିକ ଜ୍ଞାନ ସହ ଦକ୍ଷତାକୁ ଯୋଡିବା ଲକ୍ଷ୍ୟ ରଖାଯାଇଛି ।
• ଟ୍ରାନସ ଲୋକମାନଙ୍କୁ ସାମଜିକ ତଥା ମାନସିକ ସମର୍ଥନ, ଉପଯୁକ୍ତ ଆଚରଣ ଓ ସମସ୍ତଙ୍କ ପାଇଁ ଉପଯୁକ୍ତ ସମନ୍ୱିତ ତଥା ଉତ୍ସାହଜନକ ପରିବେଶ ଗଠନ ପାଇଁ ଆହ୍ୱାନ ସୃଷ୍ଟି କରାଯାଉଛି ।

ସର୍ବଭାରତୀୟ ସ୍ତରରେ ଉତ୍ପାଦନ ଓ ଭାରୀ ଇଂଜିନିୟରିଂ ଶିଳ୍ପରେ ଲିଙ୍ଗ ନିର୍ବିଶେଷରେ ଅନୁପାତ କମ ରହୁଥିବାରୁ ଏହି ତାରତମ୍ୟକୁ ଦୂର କରିବା ଜରୁରୀ ଅଟେ । ବହୁମୁଖୀ ଚିନ୍ତାଧାରା ଓ ରଣନୀତିକ ନିଷ୍ପତି ନେବାରେ ବିବିଧତାର ପରିବର୍ତନଶୀଳ ଶକ୍ତିକୁ ସ୍ୱୀକୃତି ଦେଇ ବେଦାନ୍ତ ଆଲୁମିନିୟମ ଉତ୍ପାଦନ ଶିଲ୍ପ ଲାଗି ଏକ ମିଶନ ଆରମ୍ଭ କରିଛି ଓ ଲିଙ୍ଗ ନିର୍ବଶେଷରେ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରୁଛି । ଆର୍ଥକ ବର୍ଷ ୨୩ ପରଠାରୁ କମ୍ପାନିଗୁଡ଼ିକ କର୍ମକ୍ଷେତ୍ରରେ ଏଲଜିବିଟିକ୍ୟୁଆଇଏ+ ଗୋଷ୍ଠୀର ସଦସ୍ୟମାନଙ୍କୁ ସକ୍‌୍ରିୟ ଭାବେ କାର୍ଯ୍ୟସୁଯୋଗ ଦେବା ପାଇଁ ଆଗଭର ହେଉଛନ୍ତି ।

ଏହାର ବିବିଧ କାର୍ଯ୍ୟ ସଂସ୍କୃତିକୁ ମଜବୁତ କରିବା ଲାଗି କମ୍ପାନିର ପ୍ରୟାସ ଉପରେ ବେଦାନ୍ତ ଲିମିଟେଡ- ସିଇଓ ଆଲୁମିନିୟମ ବିଜିନେସ ଶ୍ରୀ ରାହୁଲ ଶର୍ମା କହିଛନ୍ତିଯେ- ଆମର ବିଶ୍ୱ ବଜାର ଓ ଗ୍ରାହକଙ୍କ ବିବିଧ ତଥା ଜଟିଳ ଦୃଶ୍ୟକୁ ନେଭିଗେଟ କରିବା ବେଳେ ଏହାର ବିବିଧତାକୁ ଗ୍ରହଣ କରିବାର ଅମୂଲ୍ୟ ଅବଦାନକୁ ଆମେ ଜାଣିପାରିଛୁ । ଆମେ ଭବିଷ୍ୟତ ପାଇଁ ଏହି ଉଦ୍ୟମ ଜାରୀ ରଖିବୁ ଯେଉଁଠାରେ ବିବିଧତା ନୂତନତା ଓ ସଫଳତାର ଏକ ଅନୁକ୍ରମଣିକା ଭାବେ ପାଳିତ ହେବ ।

ତାଙ୍କ ଅଭିଜ୍ଞତାକୁ ବାଂଟି ଲାଞିଗଡ଼ରେ ନିଯୁକ୍ତ ଟ୍ରାନସ ପ୍ରଫେସନାଲ ରଂଜନ ପ୍ରଧାନ କହିଛନ୍ତିଯେ ଏକ ସ୍ଥାୟୀ ଜୀବିକା ଅର୍ଜନ କରିବା ଓ ମୋର ବ୍ୟକ୍ତିଗତ ଓ ବୃତିଗତ ଅଭିବୃଦ୍ଧି ଲାଗି ମୁଁ କୃତଜ୍ଞ । ଏହିପରି ପଦକ୍ଷେପ ମାଧ୍ୟମରେ ବେଦାନ୍ତ ଦଳିତ ଟ୍ରାନସ ଗୋଷ୍ଠୀକୁ ସମାଜର ମୁଖ୍ୟ ସ୍ରୋତ ସହିତ ସମାନ କରିବାକୁ ପ୍ରୟାସ କରୁଥିବାରୁ ମୁଁ ଅସୀମ ଧନ୍ୟବାଦ ଜଣାଉଛି ।

Leave a Reply

Your email address will not be published. Required fields are marked *