କାଦଡିହା ରଘୁନାଥ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

କରଞ୍ଜିଆ, ପ୍ରବାହ ନ୍ୟୁଜ୍‌ :  ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ କାଦଡିହା ସ୍ଥିତ ରଘୁନାଥ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମ- ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଦିବସର ସଭାକର୍ଯ୍ୟରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ତପନ କୁମାର ବେହେରା  ସଭାପତିତ୍ବ କରିଥିଲେ। ଅଧ୍ୟାପକ ଜନ୍ମେଜୟ ଶତପଥୀ, ନାରାୟଣ ମହାନ୍ତ, ଭାରତ ଚନ୍ଦ୍ର ମହାନ୍ତ, ରଞ୍ଜନ କୁମାର ବେହେରା, ଡ. ମନୋଜ ସାମଲ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ସଭାକାର୍ଯ୍ୟ ସମାପ୍ତ ହେବାପରେ ଶିବିରରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ତପନ କୁମାର ମହାନ୍ତ, ବସନ୍ତ ମହାନ୍ତ, ବିରଞ୍ଚି ନାଏକ ତଥା ଅନ୍ୟ ସମସ୍ତ କର୍ମଚାରୀ ମାନଙ୍କ ସହଯୋଗରେ ଆଠଦିନ ବ୍ୟାପୀ ଶିବିରର ସଫଳ କାର୍ଯ୍ୟକାରିତା ପାଇଁ ସଂଯୋଜକ କାଞ୍ଚନ କୁମାର ବାରିକ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। 

Leave a Reply

Your email address will not be published. Required fields are marked *