ଘଷିପୁରା ମଣ୍ଡଳ ସଭାପତି ମାନଙ୍କ ମା ତାରିଣୀ ଦର୍ଶନ

ପ୍ରବାହ ନ୍ୟୁଜ୍ : ଭରତୀୟ ଜନତା ପାର୍ଟିର ସଦ୍ୟସମାପ୍ତ ସାଙ୍ଗଠନିକ ନିର୍ବାଚନ ପରେ ପରେ ଘଷିପୁରା ନିର୍ବାଚନ ମଣ୍ଡଳୀର ସାତଗୋଟି ମଣ୍ଡଳ ସଭାପତି ଚୟନ ଆନୁଷ୍ଠାନିକ ଭାବେ ସରିଯାଇଥିବା ବେଳେ ରାଜ୍ୟ ସଭାପତି ଙ୍କ ମୋହର କ୍ରମେ ସେମାନଙ୍କ ନାମ ଘୋଷଣା କରାଯାଇଛି। ତନ୍ମଧ୍ୟରୁ ଘଷିପୁରା ବ୍ଲକ ଦେଓଗାଁ ମଣ୍ଡଳ ର ସଭାପତି ଶ୍ରୀ ବାଇଧର ଚିନ୍ଦ୍ରା, ଖାଳିଆମେଣ୍ଟା ମଣ୍ଡଳ ର ସଭାପତି ଶ୍ରୀ ଯୋଗେନ୍ଦ୍ର ବାବୁ ଦାସ ଓ ରାମଚନ୍ଦ୍ରପୁର ମଣ୍ଡଳର ସଭାପତି ଶ୍ରୀ ଅଜୟ ବାରିକ ଏବଂ ବୈତରଣୀ ମଣ୍ଡଳ ର ସଭାପତି ଶ୍ରୀ ମନମୋହନ ପାତ୍ର ସାଙ୍ଗଠନିକ କାର୍ଯ୍ୟ ଆରମ୍ଭ କରିବା ପୂର୍ବ ରୁ ମିଳିତ ଭାବେ ଘଟଗାଁ ର ଆରାଧ୍ୟା ଦେବୀ ମା ତାରିଣୀ ଙ୍କ ଦର୍ଶନ କରି ଆଶିଷ ଲାଭ କରିବା ସହ ଆଶ୍ରିବାଦ ଭିକ୍ଷା କରିଥିଲେ। ଏପରିକି ଘଷିପୁରା ନିର୍ବାଚନ ମଣ୍ଡଳୀ କିପରି ଏକ ସରସ ସୁନ୍ଦର ହୋଇ ଗଢା ଯାଇ ପାରିବ ଏବଂ ଆଗମୀ ପଞ୍ଚାୟତ ନିର୍ବାଚନ ରେ ବିଜେପି କିପରି ବିଜୟ ଲାଭ କରିବ ସେଥିପାଇଁ ମା ତାରିଣୀ ଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଥିଲେ। ଉକ୍ତ କାର୍ଯ୍ୟ କ୍ରମରେ ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ମମତା ସିଂ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅମର ସିଂ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ରୁଦ୍ର ପ୍ରସାଦ ବେହେରା ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯଥା – ସୁମନ୍ତ ଭାଇ, ଅନନ୍ତ ଜେନା , ଚିନ୍ମୟ ସା , ଅଶୋକ ସାହୁ, ସୁଶାନ୍ତ ମହାରଣା, ବାପୁନ ପୁହାଣ, ଶ୍ରୀଧର ମହାନ୍ତ, ବିଷ୍ଟୁଁ ସାମଲ, କରୁଣା ଜେନା, ବିଜୟ ବେହେରା, ଆଲୋକ ରାଉତ , ରବୀନ୍ଦ୍ର ପଣ୍ଡା, ବିଦ୍ୟାଧର ଦାସ, ଜୟଂତ ସେଠୀ , ବିଜୟ ଜେନା, ପ୍ରହଲ୍ଲାଦ ବାରିକ, ରାଜେନ୍ଦ୍ର ନାୟକ, ଲିପୁନ ଭାଇ, ଲକ୍ଷ୍ମୀଧର ରାଉତ, ମଙ୍ଗୁଳି ପାତ୍ର, ହରିହର ସାହୁ ଆଦି ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।