କେନ୍ଦ୍ର ଓ ରାଜ୍ୟରେ ସ୍ଥାୟୀ କ୍ଷମତାସମ୍ପନ୍ନ କମିସନ ଗଠନ ପାଇଁ ରାଜ୍ୟପାଳଙ୍କୁ ଜନଶୁଣାଣି

ଭୁବନେଶ୍ୱର : ଗତ ୭୦ ବର୍ଷ ମଧ୍ୟରେ ହୀରାକୁଦ ଡ୍ୟାମ ନିର୍ମାଣ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବିଭିନ୍ନ ଘରୋଇ ଓ ସରକାରୀ ପ୍ରକଳ୍ପ ଦ୍ୱାରା ଲକ୍ଷ ଲକ୍ଷ ସ୍ଥାନୀୟ ଜନତା ବିସ୍ଥାପିତ ହୋଇଛନ୍ତି। ଏପର୍ଯ୍ୟନ୍ତ ନାମକୁ ମାତ୍ର ୪୫  ପ୍ରତିଶତଙ୍କୁ ଥଇଥାନ କରାଯାଇଛି। ବିସ୍ଥାପିତଙ୍କୁ ନ୍ୟାୟପୂର୍ଣ୍ଣ ଥଇଥାନ ସହ କ୍ଷତିପୂରଣ କରାଯାଇ ନ ଥିବା ଯୋଗୁଁ ଅଧିକାଂଶ ଜୀବିକାରୁ ବଞ୍ଚିତ। ସେହି ସମସ୍ୟାକୁ ନେଇ ଲୋକଶକ୍ତି ଅଭିଯାନ ତରଫରୁ ରାଜ୍ୟର ପାଞ୍ଚଟି ଅଞ୍ଚଳରେ ବିସ୍ଥାପିତମାନଙ୍କ ଜନଶୁଣାଣି କରାଯାଇଥିଲା । ୨୦୧୮ ରୁ ୨୦୨୦ ପର୍ଯ୍ୟନ୍ତ ଏହାର ସମୀକ୍ଷା କରି ବିଶେଷଜ୍ଞମାନଙ୍କ ଦ୍ୱାରା ରିପୋର୍ଟ ତିଆରି କରାଯାଇଛି ପ୍ରଫେସର ମନୋରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ । 

ଆଜି ଏହି ରିପୋର୍ଟ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କୁ ସାକ୍ଷାତ କରି ପ୍ର୍ରଫେସର ମହାନ୍ତି, ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା, ପ୍ରଫେସର ଗୋଲକ ନାଥ ଓ ଲୋହିଆ ଏକାଡ଼େମୀ ସଂପାଦକ ଦେବପ୍ରସାଦ ରାୟ ଉକ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟରେ କରାଯାଇଥିବା ସୁପାରିଶ ଅନୁଯାୟୀ – କେନ୍ଦ୍ର ଓ ରାଜ୍ୟରେ ବିସ୍ଥାପିତମାନଙ୍କୁ ନ୍ୟାୟ ଦେବା ପାଇଁ କ୍ଷମତା ସଂପନ୍ନ ସ୍ଥାୟୀ କମିସନ ଗଠନ କରିବାକୁ ରାଜ୍ୟପାଳ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । ଏହା ସହ ଗ୍ରାମ ସଭାର ବିନା ସମ୍ମତିରେ ଜବରଦସ୍ତ ଜମି-ଜଙ୍ଗଲ ଅଧିଗ୍ରହଣ ନିଷେଧ କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବାକୁ ଅନୁରୋଧ କରାଯାଇଛି । ସଂବିଧାନର ପଞ୍ଚମ ଅନୁଚ୍ଛେଦ, ପେସା, ଜଙ୍ଗଲ ଅଧିକାର ଆଇନ (୨୦୦୬) ଓ ଜମି ଅଧିଗ୍ରହଣ ଆଇନ (୨୦୧୩)କୁ ସଠିକ୍ ଭାବେ ଲାଗୁ କରିବାକୁ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । 

Leave a Reply

Your email address will not be published. Required fields are marked *