ଗଞ୍ଜାମ ଜିଲାପ୍ରତି ରେଳ ବିଭାଗର ବୈମାତୃକ ମନୋଭାବର ପ୍ରତିବାଦ

ବ୍ରହ୍ମପୁର,ପ୍ରବାହ ନ୍ୟୁଜ୍ : ସମ୍ପ୍ରତି କେନ୍ଦ୍ର ସରକାରଙ୍କ ବଜେଟରେ ଗଞ୍ଜାମ ଜିଲା ପ୍ରତି ରେଳ ବିଭାଗର ବୈମାତୃକ ମନୋଭବର କଟୁ ସମାଲୋଚନା କରାଯାଇ ପ୍ରତିବାଦ କରାଯାଇଛି। ସ୍ଥାନୀୟ ନବୀନ ଭବନରେ ଗଞ୍ଜାମ ଜିଲା ବିକାଶ ମଞ୍ଚ ତରଫରୁ ଅ।ହୂତ ଏକ ବୈଠକରେ କେନ୍ଦ୍ର ତଥା ରାଜ୍ୟ ସରକାର ଗଞ୍ଜାମ ଜିଲା ପ୍ରତି ରେଳ ବିଭାଗ ବଜେଟର ତର୍ଜମା କରାଯାଇ ଉଦବେଗ ପ୍ରକାଶ କରାଯାଇଛି। ଗଞ୍ଜାମ ଜିଲା ବିକାଶ ମଞ୍ଚର ସଭାପତି ରାଜେନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବ୍ରହ୍ମପୁର-ସମ୍ବଲପୁର ପ୍ରସ୍ତାବିତ ରେଳପଥ ପାଇଁ ବଜେଟରେ ଅର୍ଥ ବ୍ୟବସ୍ଥା କରାଯାଇନଥିବା ଯୋଗୁଁ ଦୃଢ଼ ପ୍ରତିବାଦ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ତଥା ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ଅ।ବାହକ ରବି ରଥ ଏହି ବୈଠକରେ ଯୋଗଦେଇ କହିଥିଲେ ଯେ ପୂର୍ବ ସରକାର ଅମଳରେ ବ୍ରହ୍ମପୁର ସମ୍ବଲପୁର ଭାୟା ଭଞ୍ଜନଗର, ଫୁଲବାଣୀ, ବୌଦ୍ଧ, ରେଢ଼ାଖୋଲ ରେଳପଥ ପାଇଁ ପ୍ରଧାନମନ୍ତ୍ରୀଙ୍କ ଗତିଶକ୍ତି ଯୋଜନାରେ ପ୍ରସ୍ତାବ ଗୃହିତ ହୋଇଥିଲା। କିନ୍ତୁ ନୂତନ ସରକାରଙ୍କ ଅ।ଗତ ରେଳ ବଜେଟରେ ଅର୍ଥ ମଞ୍ଜୁର ନ କରିବା ଗଞ୍ଜାମ ଜିଲା ପ୍ରତି ଉପହାସ ବୋଲି ମତ ପ୍ରଦାନ କରିଥିଲେ। ବରିଷ୍ଟ ଶିକ୍ଷକ ନେତା କାମରାଜୁ ମହାରଣା, ଅ।ଡ଼ଭୋକେଟ ଡ଼ଃ. ଶିବ ପ୍ରସାଦ ମିଶ୍ର, ଶିକ୍ଷକ ମହାସଂଘର ସମ୍ପାଦକ ଅଶୋକ କୁମାର ଦଳାଇ, ଇଂ. ମାନସ ରଂଜନ ତ୍ରିପାଠୀ, ରଂଜନ କୁମାର ସାହୁ, ସୁଶାନ୍ତ କର ଅ।ଲୋଚନାରେ ଅଂଶଗ୍ରହଣ କରି ବ୍ରହ୍ମପୁର-ସମ୍ବଲପୁର ରେଳପଥ ପାଇଁ ଡିପିଅ।ର ପ୍ରସ୍ତୁତ ସରି ୨୪୧ କିମି ପାଇଁ ସର୍ଭେ କାମ ଅ।ରମ୍ଭ ହୋଇଥିଲେ ମଧ୍ୟ ବଜେଟରେ ଅର୍ଥ ବ୍ୟବସ୍ଥା ନ କରିବା ଗଞ୍ଜାମ, ଫୁଲବାଣୀ, ବୌଦ୍ଧ ଜିଲା ପ୍ରତି ଉପହାସ ବୋଲି ମତ ପ୍ରଦାନ କରିଥିଲେ। ଏହି ରେଳପଥ ସଂଯୋଗୀକରଣ ଫଳରେ ଅ।ଦିବାସୀ ଅଞ୍ଚଳର ଜନସାଧାରଣ ବହୁଳ ଭାବେ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଥିଲା।
ଅନୁରୂପ ଭାବେ ଦୀଘା ଠାରୁ ଗୋପାଳପୁର ପର୍ଯ୍ୟନ୍ତ ସାଗର ମାଳା ଯୋଜନାରେ ସମ୍ପ୍ରତି ଗୋପାଳପୁରକୁ ବାଦ୍ ଦିଅ।ଯାଇଛି। ଏହାର ପୁନଃବିଚାର କରି ବିକଳ୍ପ ବ୍ୟବସ୍ଥା ସରକାର ଗ୍ରହଣ କଲେ ସାଧାରଣ ଜନତା ଉପକୃତ ହେବା ସଙ୍ଗେ ସଙ୍ଗେ ବାଣିଜ୍ୟ, ପର୍ଯ୍ୟଟନ, ମତ୍ସ୍ୟଜୀବୀ, ଚାଷୀ କୁଳ ଉପକୃତ ହେବେ ଏବଂ ଜିଲାର ସମୁଦ୍ର ପାଶ୍ୱର୍ବର୍ତ୍ତୀ ଗ୍ରାମଗୁଡ଼ିକ ଲୁଣା ପାଣି ପ୍ରଭାବରୁ ମୁକ୍ତ ହେବେ।
ରାଜ୍ୟ ସରକାର ତଥା ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ର ରେଳମନ୍ତ୍ରୀ ପୁନଃ ବିଚାର କରିବା ପାଇଁ ଦାବି କରାଯାଇଛି। ଅନ୍ୟଥା ଉପରୋକ୍ତ ଜିଲା ଅଧିବାସୀ ବୃନ୍ଦ ଏକ ବିରାଟ ଅନ୍ଦୋଳନ ଗଢ଼ି ତୋଳିବା ପାଇଁ ପ୍ରସ୍ତୁତ ହେବେ ଏବଂ ପରିଣାମ ପାଇଁ ଉଭୟ ସରକାରୀ ଦାୟୀ ରହିବେ ।