ବିଶିଷ୍ଟ ଚାଟଶାଳୀ ଶିକ୍ଷକ ଗଣେଶ୍ୱର ନାଏକ ଙ୍କ ପରଲୋକ
ଚମ୍ପୁଆ – ଚମ୍ପୁଆ ବ୍ଲକ ଉଚ୍ଚବାଲି ପଂଚାୟତ ଅନ୍ତର୍ଗତ କେମୁଣ୍ଡିଆ ଗ୍ରାମର ବିଶିଷ୍ଟ ଚାଟଶାଳୀ ଶିକ୍ଷକ, ସଂଗଠକ ଗଣେଶ୍ୱର ନାଏକ (85) ଙ୍କ ପରଲୋକ ହୋଇଯାଇଛି l କେମୁଣ୍ଡିଆ ରୁପେଶ୍ୱର ମନ୍ଦିର ପରିସରରେ ସେ ଅକସ୍ମାତ ପଡିଯାଇ ଚେତା ହରାଇ ଥିଲେ l ସେ ଜଣେ ଉତ୍ତମ ସଂଗଠକ ଓ ଆଜୀବନ ଚାଟଶାଳୀ ଶିକ୍ଷକ ରୂପେ ଶିକ୍ଷା ଦାନ କରି ଆସୁଥିଲେ l ତାଙ୍କ ମୃତ୍ୟୁ ରେ ଗ୍ରାମ ତଥା ଅଂଚଳ ରେ ଗଭୀର ଶୋକ ପ୍ରକାଶ ପାଇଛି l ଗରିବୀ ଓ ଅଭାବ ମଧ୍ୟ୍ୟ ରେ ତାଙ୍କ ଜୀବନ ଅତିବାହିତ ହୋଇଛି l
ବାଲ୍ୟକାଳୁ ସେ ବିଭିନ୍ନ ସରକାରୀ ଅଧିକାରୀଙ୍କ ରୋଷେୟା, ଅନ୍ୟ ର ଛେଳି, ଗାଈ ଚରାଇବା, ଯତ୍ନ ନେବା କାମ କରୁଥିଲେ ମଧ୍ୟ୍ୟ ପାଠ ପଢ଼ିବାର ଅଦମ୍ୟ ନିଶା ଆଗ୍ରହ ଯୋଗୁ ବାଲ୍ୟ କାଳୁ ଚାଟଶାଳୀ ଶିକ୍ଷକତା କରିବା ସହ ଜଗତସିଂହପୁର ର ଏସ କେ ଏକାଡେମୀ ରୁ ଏକାଦଶ ଶ୍ରେଣୀ ଯାଏ ଅଧ୍ୟୟନ କରିଥିଲେ l ଛାତ୍ର ଓ ଯୁବକ ଅବସ୍ଥାରେ ଜଗତସିଂହପୁର ଅଂଚଳ ରେ ଏବଂ ବାଂଶପାଳ ର କାଦକଳା, ବାଟୁଦିହି, ଚମ୍ପୁଆ ବ୍ଲକ ର କାଶୀପାଳ,ନିଜ ଗ୍ରାମ କେମୁଣ୍ଡିଆ, ରରୁଆଗୋଡ଼ା ଆଦି ଅଞ୍ଚଳରେ ପିଢ଼ି ପରେ ପିଢ଼ି ପିଲାମାନଙ୍କୁ ଚାଟଶାଳୀ ପାଠ ପଢାଇ ଅତ୍ୟନ୍ତ ଲୋକପ୍ରିୟ ଥିଲେ l
ଅନେକ ଶିକ୍ଷାନୁଷ୍ଠାନ ଗଠନ କରିବାରେ ତାଙ୍କ ଭୂମିକା ରହି ଥିଲା l ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁତ୍ର ତିଳକ ଚନ୍ଦ୍ର ନାଏକ, ସୋମନାଥ ନାଏକ, ବୋହୁ, ନାତି, ନାତୁଣୀ ଆତ୍ମୟ ସୂଜନ ଉପସ୍ଥିତ ଥିଲେ l ବୈତରଣୀ ନଦୀ ଶ୍ମସାନ ଘାଟ ରେ ତାଙ୍କ ଦାହ ସଂସ୍କାର କରାଯାଇ ଥିବା ବେଳେ ପୁତୁରା ନଟବର ନାଏକ ମୁଖାଗ୍ନି ଦେଇ ଥିଲେ l
ତାଙ୍କର ମୃତ୍ୟୁ ରେ ଗଭୀର ଶୋକ ପ୍ରକାଶ କରି ପାଟଣା ର ପୂର୍ବତନ ବିଧାୟକ, ଯୋଜନା ବୋର୍ଡ ଅଧ୍ୟକ୍ଷ ହୃଷିକେଶ ନାଏକ,, ଉଚ୍ଚବାଲି ସରପଞ୍ଚ ରଣଜିତ ନାଏକ, ପୂର୍ଵତନ ନାଏବ ସରପଞ୍ଚ ସୂର୍ଯ୍ୟକାନ୍ତ ନାଏକ , ଓଡ଼ିଆ ସଂସ୍କୃତି ସୁରକ୍ଷା ମଞ୍ଚ, ସଭାପତି ବିଜୟ କୁମାର ବାରିକ, ଶିକ୍ଷାବିତ ଆଶୀର୍ବାଦ ମହାନ୍ତ, ଭଣ୍ଡା ସଂଜୀବନୀ ସାହିତ୍ୟ ସଂସଦ ସମ୍ପାଦକ, ଲେଖକ, ସଂଗଠକ ଶ୍ରୀ ଡମ୍ବରୁ ମହାନ୍ତ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇ ଜଣେ ଉତ୍ତମ ସଂଗଠକ, ଶିକ୍ଷକ ଙ୍କୁ ହରାଇଲୁ ବୋଲି ମତବ୍ୟକ୍ତ କରି ତାଙ୍କ ପରିବାର କୁ ସମବେଦନା ଜଣାଇଥିଲେ l