ବାଙ୍କୀ ଡମପଡା ଡିଜିଟାଲ ମିଡିଆ ୟୁନିୟନର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ପ୍ରବାହ ନ୍ୟୁଜ୍ : ବାଙ୍କୀ ନିକଟସ୍ଥ ଅଂଶୁପା ପ୍ରକୃତି ଉଦ୍ୟାନରେ ଅଗ୍ରଣୀ ସାମ୍ବାଦିକ ସଂଘ ବାଙ୍କୀ ଡମପଡା ଡିଜିଟାଲ ମିଡିଆ ୟୁନିୟନର ନବ ବର୍ଷ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବାଙ୍କୀ ଅଞ୍ଚଳର ଜଣାଶୁଣା ରାଜନୈତିକ ନେତୃତ୍ବ ତଥା ସାମ୍ବାଦିକତା ରୁ କ୍ୟାରିୟର ଆରମ୍ଭ କରି ଏବେ ରାଜନୀତିରେ ସକ୍ରିୟ ଥିବା ପ୍ରଣବ କିଶୋର ପଟେଲ , ବାଙ୍କୀ ଏନ୍ ଏ ସି ନଗରପାଳ ଶ୍ରୀମତୀ ମାଣିକ ସାହୁ , ସୁବର୍ଣ୍ଣପୁର ଫାଣ୍ଡି ଅଧିକାରୀ ନିମନ୍ତ୍ରିତ ଅତିଥି ଭାବରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବାଙ୍କୀ ଶାଖାର ବରିଷ୍ଠ ସଦସ୍ୟ ସୁଶାନ୍ତ ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଆଲୋଚନା ଚକ୍ରରେ ରାଜ୍ୟ ସଂଘ ସଭାପତି ସତ୍ୟବ୍ରତ ଦାଶ, ସଂଗଠନ ସମ୍ପାଦକ ଅକ୍ଷୟ ଚାନ୍ଦ, ରାଜ୍ୟ ମିଡିଆ ସଂଯୋଜକ ବର୍ଷା ଦାଶ, ଯୁଗ୍ମ ସମ୍ପାଦକ ପ୍ରସନ୍ନ ଦାସ ଉପସ୍ଥିତ ରହି ବାଙ୍କୀ ସଂଘ ର କାର୍ଯ୍ୟଧାରା କୁ ବେଶ୍ ତାରିଫ କରିଥିଲେ । ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ସମ୍ମାନ ସୁରକ୍ଷା ଏବଂ ଅଧିକାର ଲଢେଇ ରେ ସଦା ସର୍ବଦା ବାଙ୍କୀ ର ଭୂମିକା ଆଗରେ ରହିବ ବୋଲି ବାଙ୍କୀ ର ସଭାପତି ମାନସ ସାହୁ ଦୃଢତାର ସହ ପ୍ରକାଶ କରିଛନ୍ତି । କଟକ ଜିଲ୍ଲା କମିଟି ସଦସ୍ୟ ପୂର୍ନେନ୍ଦୁ ନାୟକ କାର୍ଯ୍ୟକ୍ରମ ଆୟୋଜନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବେଳେ ସଦସ୍ୟ ଶୁଭେନ୍ଦୁ ମହାପାତ୍ର , ଅଶୋକ ରଣା , ପ୍ରତାପ ନାୟକ , ପ୍ରଶାନ୍ତ କର , ଅନନ୍ତ ରଣା , ରାଜେଶ ସାହୁ , ଶିବ ପ୍ରସାଦ ସାହୁ , ମୃତ୍ୟୁଞ୍ଜୟ ମହାପାତ୍ର, ଶ୍ରବଣ କୁମାର , ବସନ୍ତ ଦଳେଇ ସକ୍ରିୟ ସହଯୋଗ କରିଥିଲେ ।