‘ଫୋର୍ବସ୍’ ଶ୍ରେଷ୍ଠ ଧନୀ ତାଲିକା ୨୦୨୨: ବିଶ୍ବର ଶ୍ରେଷ୍ଠ ଧନୀ ତାଲିକାର ୧୦ମ ସ୍ଥାନରେ ମୁକେଶ ଅମ୍ବାନି; ୧୧ଶ ସ୍ଥାନରେ ଗୌତମ ଅଦାନୀ

ନୂଆଦିଲ୍ଲୀ: ‘ଫୋର୍ବସ୍’ର ବାର୍ଷିକ ବିଶ୍ବ ଶ୍ରେଷ୍ଠ ଧନୀ ତାଲିକା-୨୦୨୨ରେ ‘ରିଲାଏନ୍ସ୍ ଇଣ୍ଡଷ୍ଟ୍ରିଜ୍’ର ଅଧ୍ୟକ୍ଷ ମୁକେଶ ଅମ୍ବାନି ଏବଂ ‘ଇନ୍ଫ୍ରାଷ୍ଟ୍ରକ୍ଚର୍ ଟାଇକୁନ୍’ ଗୌତମ ଅଦାନୀ ଯଥାକ୍ରମେ ୧୦ମ ଓ ୧୧ଦଶ ସ୍ଥାନରେ ଅଛନ୍ତି।
ଚଳିତ ବର୍ଷ ଏହି ତାଲିକାର ପ୍ରଥମ ସ୍ଥାନରୁ ‘ଆମାଜନ୍’ର ସଂସ୍ଥାପକ ଜେଜ୍ ବିଜୋସ୍ଙ୍କୁ ‘ସ୍ପେସ୍ଏକ୍ସ୍’ ଏବଂ ‘ଟେଲ୍ସା’ର ‘ସିଇଓ’ ଏଲନ୍ ମସ୍କ୍ ହଟାଇ ଦେଇଛନ୍ତି।
ବିଶ୍ବର ୩୬ତମ ଶ୍ରେଷ୍ଠ ଧନୀ ତାଲିକାରେ ସମୁଦାୟ ୨,୬୬୮ଜଣ କୋଟିପତି ସ୍ଥାନ ପାଇଛନ୍ତି। ବ୍ୟବସାୟ ପତ୍ରିକା ‘ଫୋର୍ବସ୍’ କହିବା ଅନୁସାରେ, ଯୁଦ୍ଧ, ମହାମାରୀ ଏବଂ ମାନ୍ଦା ବଜାର ଶ୍ରେଷ୍ଠ ବିତ୍ତଶାଳୀମାନଙ୍କୁ ମଧ୍ୟ ପ୍ରଭାବିତ କରିଛି। କିନ୍ତୁ, ଗତ ବର୍ଷ ଅପେକ୍ଷା ୧୦୦୦ କୋଟିପତି ଚଳିତ ବର୍ଷ ଆହୁରି ଅଧିକ ଧନୀ ହୋଇଛନ୍ତି।

ଏହି କୋଟିପତି ତାଲିକାରେ ୨୩୬ଜଣ ନୂଆ କୋଟିପତିଙ୍କୁ ସାମିଲ କରାଯାଇଛି। ଏହି ତାଲିକାରେ ଥିବା ୭୩୫ଜଣ ଆମେରିକୀ କୋଟିପତିଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ହେଉଛି ୪.୭ ଟ୍ରିଲିୟନ୍ ଡଲାର୍।
ଚଳିତ ବର୍ଷ ରୁଷ୍ ଓ ଚୀନ୍ କୋଟିପତିଙ୍କ ସଂଖ୍ୟା ହଠାତ୍ ହ୍ରାସ ପାଇଛି। ଏହି ତାଲିକାରେ ଗତବର୍ଷ ଅପେକ୍ଷା ୩୪ଜଣ କମ୍ ରୁଷୀୟ ଏବଂ ୮୭ଜଣ କମ୍ ଚୀନା କୋଟିପତି ଅଛନ୍ତି। ପୁଟିନ୍ଙ୍କ ୟୁକ୍ରେନ୍ ଆକ୍ରମଣ ଏବଂ ‘ଟେକ୍ କମ୍ପାନି’ସମୂହ ଉପରେ ଚୀନା ସରକାରଙ୍କ ଚଢ଼ାଉ ଯୋଗୁଁ ଦୁଇ ଦେଶର କୋଟିପତିଙ୍କ ସଂଖ୍ୟା ଊଣା ହୋଇଥିବା କଥା ‘ଫୋର୍ବସ୍’ ଉଲ୍ଲେଖ କରିଛି।