କଟପାଙ୍କ ଆଖିବୁଜା ଗୁଳି ଚାଳନାର କାରଣ ଅସ୍ପଷ୍ଟ, ୫ ବିଏସଏଫ ଯବାନ ମୃତ

ଅମୃତସର: ଆଜି ପଞ୍ଜାବ ଅମୃତସର ଖାସାରେ ଅଭାବନୀୟ ଘଟଣା ଘଟିଛି । ସକାଳେ ଗୁଳିକାଣ୍ଡ ଘଟି ୫ ବିଏସଏଫ ଯବାନଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୬ଜଣ ଯବାନ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ଏହି ଗୁଳିକାଣ୍ଡ କଟପା ନାମକ ଜଣେ କନଷ୍ଟେବଳ କରିଥିବା ବେଳେ ଏଥିରେ ତାଙ୍କର ବି ମୃତ୍ୟୁ ଘଟିିଛି । ସକାଳେ କଟପା ଆଖିବୁଜା ଗୁଳି ଚଳାଇବାକୁ ଲାଗିଥିଲେ । ହେଲେ ତାଙ୍କ ଆଖିବୁଜା ଗୁଳି ଚଳାଇବାର କାରଣ କ’ଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।
ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଗରୁତର ଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *