ଫର୍ନସ ଏନ ପେଟାଲ୍ସ ପକ୍ଷରୁ ପୁରୀରେ ଏହାର ପ୍ରଥମ କେକ ଓ ଫୁଲ ଷ୍ଟୋର ଉନ୍ମୋଚିତ

ପୁରୀ, ୧ ସେପ୍ଟେମ୍ବର ୨୦୨୨: ସାରା ଭାରତରେ ଏହାର ଦ୍ରୁତ ବିକାଶ ଓ ବିସ୍ତାର ଳକ୍ଷ୍ୟରେ ଫର୍ନସ ଏନ ପେଟାଲ୍ସ ଓଡ଼ିଶାର ପୁରୀରେ ଏହାର ନୂଆ କେକ ଓ ଫୁଲ ଦୋକାନକୁ ଶୁଭାରମ୍ଭ କରିଛି । ୭୫୦ ବର୍ଗଫୁଟ ସ୍ଥାନରେ ଏହି ଦୋକାନଟି ଅକ୍ଷୟ ପାତ୍ର ଫାଉଣ୍ଡେସନ, ଗ୍ରାଣ୍ଡ ରୋଡ, ପୁରୀଠାରେ ଅବସ୍ଥିତ । ଏଠାରେ ଦେଶୀ ବିଦେଶୀ ଫୁଲ, ପ୍ଲାଂଟର୍ସ, ତାଜା କେକ, କୃତ୍ରିମ ଫୁଲ, ସାଜସଜ୍ଜା ସାମଗ୍ରୀ ଉପଲବ୍ଧ ହେବ । ଏହି ବ୍ରାଣ୍ଡରେ ଦେଶ ବ୍ୟାପୀ ଉଭୟ କେକ ଓ ଫୁଲ ପାଇଁ ୪୦୦+ ମୋଟ ଖୁଚୁରା ଦୋକାନ ରହିଛି ଯାହା ମଧ୍ୟରେ ୨୭୩ଟି ଫୁଲ ପାଇଁ ଓ ୧୫୦ଟି କେକ ଦୋକାନ ଅଛି । ଏକ ଉଚ୍ଚମାନ ବଜାୟ ରଖି କଂପାନି ଲକ୍ଷ୍ନୌ, ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର, ପୁନେ, କୋଲକାତା, ଜୟପୁର, ପାଟଣା ଓ ହାଇଦ୍ରାବାଦରେ ୧୨ଟି ବେସ କିଚେନ ସ୍ଥାପନ କରିଛି ।
ଏହି ଦୋକାନର ଶୁଭାରମ୍ଭ ସଂପର୍କରେ ଶ୍ରୀ ଅନିଲ ଶର୍ମା, ସିଓଓ, ରିଟେଲ ଓ ଫ୍ରାଂଚାଇଜି, ଫର୍ନସ ଏନ ପେଟାଲ୍ସ କହିଛନ୍ତିଯେ ଓଡ଼ିଶାର ପୁରୀରେ ଆମେ ଦୋକାନ ଖୋଲିଥିବାରୁ ଆନନ୍ଦିତ । ନୂତନ ପଥରେ ଆଗେଇବା ଓ ଦ୍ରୁତ ବିସ୍ତାର ଯୋଜନା ସହିତ ଆମର ବ୍ରାଣ୍ଡର ଗତିଧାରା ଜାରୀ ରହିଛି । ସେ ଆହୁରି ମଧ୍ୟ କହିଛନ୍ତିଯେ ଅସାଧାରଣ ଗ୍ରାହକ ସେବା ଓ ବ୍ରାଣ୍ଡ ଅଭିଜ୍ଞତାକୁ ମୂଳମନ୍ତ୍ର କରି ଆମେ ବିଶ୍ୱସନୀୟତା ସ୍ଥାପନ ଲକ୍ଷ୍ୟ ରଖିଛୁ । ସଂପ୍ରତି ଆମେ ଗୁଣମାନର ସେବା ଓ ନେଟ୍ୱର୍କ ବିସ୍ତାର ଦ୍ୱାରା ଗ୍ରାହକମାନଙ୍କ ସହିତ ଏକ ଦୀର୍ଘସ୍ଥାୟୀ ସଂପର୍କ ସ୍ଥାପନ ଉପରେ ଗୁରୁତ୍ୱ ଦେଉଛୁ । ଏହି ଷ୍ଟୋରରେ ବିଭିନ୍ନ କଟା ଫୁଲ ଓ ଅନ୍ୟାନ୍ୟ ଫୁଲର ବ୍ୟବସ୍ଥା, କୃତ୍ରିମ ଓ ଶୁଖିଲା ଫୁଲ, ଉଦ୍ଭିଦ ଓ ସାଜସଜ୍ଜା ସାମଗ୍ରୀ ସହିତ ସୁଗନ୍ଧିତ ମହମବତୀ, ମହମବତୀ ଷ୍ଟାଣ୍ଡ, ଆମଦାନିକୃତ ଇଟାଲି ଗ୍ଲାସ ଭେଜ ଓ ସ୍ୱତନ୍ତ୍ର ଉପହାର ସାମଗ୍ରୀ ଉପଲବ୍ଧ ହୋଇଥାଏ । ଏହା ବ୍ୟତୀତ ଫଟୋ ଫ୍ରେମ, ଡିଜାଇନର, ଆରୋମାଥେରାପି ଓ ପୋଟୋପୋରିସ ଉପରେ ଆଧାରିତ ସ୍ୱତନ୍ତ୍ର ଧୂପ, ବିଶେଷ ଫୁଲ ଓ ଆକର୍ଷଣୀୟ ସାମଗ୍ରୀ ଉପଲବ୍ଧ ହୋଇଥାଏ ।
ସେହିପରି କେକ ଷ୍ଟୋରରେ ତାଜା କେକ ସାମଗ୍ରୀ, ଚକୋଲେଟ,ସ୍ନାକସ, ପାନୀୟ ଓ ଅନ୍ୟାନ୍ୟ ସାଭୋରିୟସ, ବିବାହ ପାଇଁ କେକ, ବେଲୁନ ଆର୍ଟ ଓ ପାର୍ଟି ଆସେସୋରିଜ, ବ୍ୟକ୍ତିଗତ ଉପହାର ସାମଗ୍ରୀ ତଥା ଗ୍ରୀନ ପ୍ଲାଂଟର୍ସ ଏହା ପ୍ରମୁଖ ସାମଗ୍ରୀ ଭାବରେ ରହିଛି । ଏହି ବ୍ରାଣ୍ଡ ମର୍ତମାନ ଆନ୍ତର୍ଜାତିକ ବଜାରରେ ତାର ଉପସ୍ଥିତି ଯଥା ୟୁଏଇ, କ୍ୱାତାର ଓ ସିଙ୍ଗାପୋରରେ ରହିଛି । ଷ୍ଟୋର ଠିକଣା- ଅକ୍ଷୟ ପାତ୍ର ଫାଉଣ୍ଡେସନ, ଗ୍ରାଣ୍ଡ ରୋଡ, ପୁରୀ-୭୫୨୦୦୧