ବାଘମାରୀ ଥାନା ପଙ୍ଗାରସିଂ ଗ୍ରାମରେ ବାଣ ତିଆରି କରୁଥିବା ସମୟରେ ବିସ୍ଫୋରଣ : ୬ରୁ ଉର୍ଦ୍ଧ ମହିଳା ଗୁରୁତର

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଘମାରୀ ଥାନା ଅଧିନସ୍ଥ ପଙ୍ଗାରସିଂ ଗ୍ରାମରେ ବାଣ ତିଆରି ବେଳେ ବିସ୍ଫୋରଣ ।  ଉକ୍ତ ଗ୍ରାମର ଶେଖ ସରାଫ ଘରେ ବାଣ ତିଆରି ବେଳେ ବିସ୍ଫୋରଣ ହୋଇଥିବା ଜଣାପଡିଛି ।

ବାଣ ତିଆରି କରୁଥିବା ଛଅ ଜଣ ମହିଳା ଏଥିରେ ଗୁରୁତର ହୋଇଥିବା ସୂଚନା ମିଳିଛି । ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର କୁ ସ୍ଥାନାନ୍ତରିତ ।

ଏହାସହିତ ଆହୁରି କିଛି ମହିଳା ମଧ୍ୟ ଆହତ ହୋଇଥିବାବେଳେ ଗୋଟିଏ ଘର ସମ୍ପୂର୍ଣ୍ଣ ରୂପେ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି ।

ଘଟଣା ସମ୍ପର୍କରେ ସୂଚନା ପାଇ ବାଘମାରୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା ନେଇ ଅନୁଧ୍ୟାନ କରିଛନ୍ତି ।

ଏହା ସହିତ ପୂର୍ବରୁ ମଧ୍ୟ ବେଆଇନ ବାଣ ତିଆରି କରିବା ମାମଲାରେ ଗିରଫ ହୋଇ ଶେଖ ସରାଫ ଜେଲ ଯାଇଥିବା ଜଣାପଡିଛି  ଓ ବିସ୍ଫୋରଣ ଘଟଣାରେ ଜଣଙ୍କ ଅବସ୍ଥା ଗୁରୁତର ଥିବା ଖୋର୍ଦ୍ଧା ଜିଲ୍ଲା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁଶୀଲ ମିଶ୍ର ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *