ଗୋଠଛଡା ଦନ୍ତା ହାତୀର ଆତଙ୍କ

ଖୋର୍ଦ୍ଧା : 24 07 2022ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଜଂ ନିରାକାରପୁର ଓ ଜଂକିଆ ଅଂଚଳରେ କିଛିଦିନ ହେବ ଦନ୍ତାହାତୀ ଉପଦ୍ରବ ଦେଖିବାକୁ ମିଳିଛି ।କେତେବେଳେ ହାତୀ ଆକ୍ରମଣରେ ଧନଜୀବନ ନଷ୍ଟ ହେଉଛି ତ କେତେବେଳେ ହାତୀର ଜୀବନ ଯାଉଛି ।ଖାଦ୍ୟ ଲୋଭରେ ଜଙ୍ଗଲ ଛାଡି ଦନ୍ତାହାତୀ ଜନବସତି ଆଡକୁ ମାଡି ଆସି ବାରିଗିଚାରେ ଫସଲ କ୍ଷତି କରିବା ସହିତ ଘର ଦ୍ୱାର ଭାଙ୍ଗୁଛନ୍ତି । ଗତକାଲି ରାତିରେ ନିରାକାରପୁର କଲେଜ ଛକ ନିକଟରେ ଘର କରି ରହିଥିବା କେତେକ ଲୋକଙ୍କ ବାରିବଗିଚାରେ ପଶି ଗଛପତ୍ର ଖାଇ ଘର ଭାଙ୍ଗିଛି ଦନ୍ତାହାତୀ । ରାତିଅଧରେ ଘରେ ଲୋକେ ଶୋଇଥିବା ବେଳେ ଦନ୍ତା କରିଛି ଉପଦ୍ରବ । ଦନ୍ତାହାତୀ ଲଗାତର ଭାବରେ ନିରାକାରପୁର,କମାଗୁର,ଅରିସଲ,ଜଂକିଆ, ଗୋଳବାଇ, ଗୋଡିପଡା, କାୟା ଜଂଗଲରେ ଘୁରିବୁଲି କରୁଛି ଉପଦ୍ରବ ।ହାତୀକୁ ଜଂଗଲ ମଧ୍ୟକୁ ତଡିବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ବେଳେ ସ୍ଥାନୀୟ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏବଂ ବନ ବିଭାଗ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ଦାବି କରିଛନ୍ତି ।


