ଛତ୍ରପୁର ପୌରପରିଷଦରେ ବିଜେଡିର ନିର୍ବାଚନୀ ପ୍ରଚାର ଆରମ୍ଭ

ଛତ୍ରପୁର : ସାଧାରଣ ନିର୍ବାଚନ କୁ ଆଉ ଅଳ୍ପ ଦିନ ରହିଲା, ଏଥି ନିମନ୍ତେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଭୋଟ ହାତେଇବା ନିମନ୍ତେ ବିଭିନ୍ନ ପ୍ରକାର ରଣନୀତି ଆରମ୍ଭ ହୋଇଯାଇଛି, ବିଜୁ ଜନତା ଦଳ ପକ୍ଷରୁ ଛତ୍ରପୁର ବିଧାନସଭା ଆସନ ନିମନ୍ତେ ବିଜେଡି ବିଧାୟକ ପ୍ରାର୍ଥୀ ସୁବାଷ ଚନ୍ଦ୍ର ବେହେରା ଓ ବ୍ରହ୍ମପୁର ଲୋକସଭା ଆସନ ନିମନ୍ତେ ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସି ପାତ୍ର ଙ୍କ ପାଇଁ ଛତ୍ରପୁର ପୌରପରିଷଦ ରେ ଶନିବାର ସନ୍ଧ୍ୟା ରେ ଆରମ୍ଭ ହୋଇଛି ନିର୍ବାଚନୀ ପ୍ରଚାର, ସ୍ଥାନୀୟ ପୁତିଗୋପାଳପୁର ଠାରୁ ୧ ଓ ୨ ୱାର୍ଡ ର ଘରକୁ ଘର ବୁଲି ଉପାଧ୍ୟକ୍ଷ ଜି. ପାପାରାଓ ଓ ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ ଙ୍କ ନେତୃତ୍ୱ ରେ ଦଳୀୟ କାଉନସିଲର ଏବଂ ଛାମୁଆ ନେତା ଓ ମହିଳା ମାନେ ଭୋଟ ଭିକ୍ଷା କରିଛନ୍ତି, ଉଭୟ ପ୍ରାଥୀ ଙ୍କୁ ବିଜୟୀ କରିବା ପାଇଁ ଯୋଡି ଶଙ୍ଖ ରେ ଭୋଟ ଦେବା ନିମନ୍ତେ ଲୋକଙ୍କୁ ନିବେଦନ କରିଛନ୍ତି, ଏହି ପ୍ରଚାର ରେ ବିଜୁ ଛାତ୍ର ଜନତା ଦଳ ର ଜିଲ୍ଲାସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଯୁବବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, କାଉନସିଲର ଦେବାଶିଷ ମିଶ୍ର, ସନ୍ତୋଷୀ ସେଠି, ପ୍ରୀତିଛନ୍ଦା ସାମଲ, ବି. ନିଶ୍ଚଳା, କେ. ରମେଶ, ମମତା ପାତ୍ର, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ପୂର୍ବତନ କାଉନସିଲର ଟି. ଧନଲକ୍ଷ୍ମୀ, ଟି. ନାରାୟଣ, ବି. ଗୋପାଳସ୍ୱାମୀ ଓ ମାଙ୍ଗଲେଶ୍ଵର ଙ୍କ ସମେତ ଦୁଇଟି ୱାର୍ଡ ବହୁ ମହିଳା ମାନେ ସାମିଲ ଥିଲେ