ଖୋର୍ଦ୍ଧା ଦେୱାନୀ ଓ ଫୌଜଦାରୀ ଅଦାଲତରେ ଆରମ୍ଭ ହେଲା ଇ-ସେବା ବ୍ୟବସ୍ଥା

ଖୋର୍ଦ୍ଧା : ୦୫/୦୪/୨୦୨୧ : ସ୍ଥାନୀୟ ଦେୱାନୀ ଓ ଫୌଜଦାରୀ ବିଚାରଳୟ ପରିସରରେ ଏକ ଇ-ସେବା କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ବିଚାରପତି ଦିଲ୍ଲିପ କୁମାର ବିଶ୍ୱାଳ, ଅମୀୟ କୁମାର ଜେନା, ସ୍ଵତନ୍ତ୍ର ବିଚାରପତି ଶୁରେନ୍ଦ୍ର ନାଥ ପାଢୀ, ଏସ.ଡ଼ି.ଜେ.ଏମ୍ ସୌଦାମିନୀ ସିଂ, ଜେ.ଏମ.ଏଫ.ସି ଶ୍ରୀମତୀ ସ୍ନାତକୀ ଦାଶ, ମୁନସି ଜ୍ୟୋତିମୟୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ନିର୍ମିତ ଇ-ସେବା କେନ୍ଦ୍ରର ଉଦ୍ଘାଟନ କରିଥିଲେ ।

ନୂତନ କରି ଆରମ୍ଭ ହୋଇଥିବା ଏହି
ଇ-ସେବା କେନ୍ଦ୍ରମାଧ୍ୟମରେ କୋର୍ଟ ସମ୍ବନ୍ଧୀୟ ସମସ୍ତ ତଥ୍ୟର ଅନ-ଲାଇନ ସେବା ମିଳିବ
ସେହିପରି ଅର୍ଜି ବା ଦରଖାସ୍ତ ଗୁଡିକୁ ଇ-ଫାଇଲିଂ କରିବାରେ ସହାୟତା, ସାର୍ଟିଫାଏଡ଼ କପି ଓ ଅନ୍ୟାନ୍ୟ ନଥିପତ୍ର ପାଇଁ ଅନ-ଲାଇନ ଦରଖାସ୍ତ । ଏହା ସହିତ ମକଦ୍ଦମା ରାୟ ଓ ଆଦେଶ ଗୁଡ଼ିକ ପାଇବା କ୍ଷେତ୍ରରେ ଡିଜିଟାଲ ସେବା, ନ୍ୟାୟାଳୟ ଅବସ୍ଥିତ, ବାଦତାଲିକା, ଓ ମକଦ୍ଦମା ଶୁଣାଣି ତଥ୍ୟ ସମେତ ଜେଲରେ ବିଚାରଧନ ବନ୍ଦୀମାନେ ସେମାନଙ୍କ ସମ୍ପର୍କୀୟ ଙ୍କ ସହିତ ଅନ-ଲାଇନ ଜରିଆରେ ସକ୍ଷାତ କରିବାର ସୁବିଧା ପାଇବେ ଏବଂ ବିଚାରପତି ମାନଙ୍କ ଛୁଟି, ବିଚାରାଧୀନ ମକଦ୍ଦମା ଗୁଡିକର ବର୍ତ୍ତମାନର ସ୍ଥିତି ଓ ପରବର୍ତ୍ତୀ ତାରିଖ ସମ୍ପର୍କରେ ଏହି କେନ୍ଦ୍ର ମାଧ୍ୟମରେ ଜାଣିବା ସହଜ ଓ ସରଳ ହେବ ।

ଏହି ଭଳି କୋର୍ଟ ସମ୍ବନ୍ଧୀୟ ମୋଟ ୧୩ ଗୋଟି ସେବାର ସୁବିଧା ଇ-କେନ୍ଦ୍ର ମାଧ୍ୟମରେ ସାଧାରଣ ଲୋକ ନେଇପାରିବେ ବୋଲି ଉଦ୍ଘାଟନୀ ଅବସରରେ ଅତିରିକ୍ତ ଜିଲ୍ଲା ଜଜ୍ ଦିଲ୍ଲିପ କୁମାର ବିଶ୍ବାଳ ସୂଚନା ଦେଇଥିଲେ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଓକିଲ ସଂଘ ସଭାପତି ଅଜିତ କୁମାର ପଟ୍ଟନାୟକ, ଉପ-ସଭାପତି ଲୋତକବିନ୍ଦୁ ପଟ୍ଟନାୟକ, ସମ୍ପାଦକ ସଂଜୟ ପଟ୍ଟନାୟକ, ପୂର୍ବତନ ଓକିଲ ସଂଘ ସଭାପତି ଶିଶିର ପରିଡ଼ା, ବରିଷ୍ଠ ଆଇନଜୀବି ପ୍ରାଣକୃଷ୍ଣ ଦଳ ବେହେରା, ସର୍ବେଶ୍ୱର ସାହୁ ଓ ବିଜୟ ସାମନ୍ତସିଂହାର ପ୍ରମୁଖଙ୍କ ସହିତ ଓକିଲ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ ।

ଏହା ସହିତ ଅଦାଲତର ନାଜିର ଅସୀମ କୁମାର ବେହେରା, ସହ ନାଜିର କୁନାଲ ମିଶ୍ର, କିରାଣୀ କିଶୋର ଭୋଇ, ନବ କିଶୋର ମହାପାତ୍ର ଓ ମନୋଜ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।