DYFI ର ବ୍ରହ୍ମପରୁ RDC ଅଫିସ ସମ୍ମୁଖରେ ବିକ୍ଷୋଭ

ସମସ୍ତ ଅଗ୍ନିବୀରଙ୍କୁ ସ୍ଥାୟୀ ନିଯୁକ୍ତି ଦିଅ,ଫିଜିକାଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ନିଯୁକ୍ତି ସୁଯୋଗ ଦିଅ ଏବଂ ସୈନ୍ୟବାହିନୀରେ ଖାଲିଥିବା 2 ଲକ୍ଷ ରୁ ଉର୍ଦ୍ଧ୍ବ ପଦବୀ ପୂରଣ କରିବା ଦାବିରେ RDC ଅଫିସ ସମ୍ମୁଖରେ ବିକ୍ଷୋଭ ଓ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ।
ବ୍ରହ୍ମପରୁ (ନିପ୍ରା) ଆଜି ଭାରତର ଗଣତାନ୍ତ୍ରିକ ଯୁବ ଫେଡରେସନ(DYFI) ପକ୍ଷରୁ 3 ଦଫା ଦାବିରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ଅୟୋଜିତ କରାଯାଇଥିଲା।ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରୁ ଏକ ଯୁବ ପଟୁଆର ବାହାରି RDC ଅଫିସ ରେ ପହଞ୍ଚିଥିଲା।ସେଠାର ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ DYFI ର ପୂର୍ବତନ ରାଜ୍ୟସମ୍ପାଦକ ଯୁଧିଷ୍ଠିର ବେହେରା ବକ୍ତବ୍ୟ ପ୍ରଦାନ କରି ଅଗ୍ନିପଥ ଯୋଜନା ଦେଶର ନିରାପତ୍ତା ଓ ଯୁବ ସମାଜ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି ଅଭିଯୋଗ କରିଥିଲେ।କେନ୍ଦ୍ରର ବିଜେପି ସରକାର ଦେଶର କମ୍ପାନୀଗୁଡିକୁ ଲକ୍ଷ ଲକ୍ଷ କୋଟି ଟଙ୍କା ଛାଡ଼ ଓ ରିହାତୀଭାବେ ଦେଉଥିବା ବେଳେ ଦେଶ ରକ୍ଷା ପାଇଁ ଜୀବନ ଦେଉଥିବା ସୈନିକ ମାନଙ୍କୁ ସାମାଜିକ ସୁରକ୍ଷା ଓ ସ୍ଥାୟୀ ନିଯୁକ୍ତି ନଦେବା ନୀତିକୁ ତୀବ୍ର ସମାଲୋଚନା କରିଥିଲେ।ଜିଲା ସମ୍ପାଦକ ଅଜିତ ପାଣିଗ୍ରାହୀ ଯୁବନେତା ଦିଲ୍ଲୀପ ପଗଡ ଓ ଜିଲା ଉପସଭାପତି ଶ୍ରୀଧର ସ୍ୱାଇଁ ବକ୍ତବ୍ୟ ରଖିଥିଲେ।
ଗୋକୁଳ ତ୍ରିପାଠୀ, ରଞ୍ଜନ ପାତ୍ର,ଅଜୟ ଗୌଡ଼,
ଅଜିତ ପାଣିଗ୍ରାହୀ, ଶ୍ରୀଧର ସ୍ୱାଇଁ ,କୃଷ୍ଣ ତରାଇ, ପ୍ରଶାନ୍ତ ବିଶୋଈ, ଦିଲୀପ ପଗଡ, ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତିଙ୍କ ଉଦ୍ୟେଶରେ ସ୍ମାରକପତ୍ର RDCଙ୍କ ଜରିଆରେ ପ୍ରଦାନ କରିଥିଲେ।