ଦୁର୍ନୀତିର ପେଣ୍ଠସ୍ଥଳୀ ପାଲଟିଛି ଭୁବନେଶ୍ୱର ଗ୍ରାମଚଂଳ ସିଡିପିଓଙ୍କ କାର୍ଯ୍ୟାଳୟ

ଭୁବନେଶ୍ୱର:୧୦/୦୨ : ଶ୍ରୀମତୀ ବୀଣାପାଣି ଦାସ ଭୁବନେଶ୍ୱର ଉପକଣ୍ଠ ଗ୍ରାମାଚଂଳ ଶିଶୁପାଳଗଡ, ଲିଙ୍ଗିପୁର ଏବଂ ବାସୁଆଘାଇ ସୁପରଭାଇଜର ଦାୟିତ୍ୱରେ ଅଛନ୍ତି ଯିଏ କି ବର୍ତମାନ ଦୁର୍ନୀତିର ନିଜେ ପେଣ୍ଠସ୍ଥଳୀ ପାଲଟିଛନ୍ତି । ଏହି ନିକଟରେ ଶିଶୁପାଳଗଡ ଥିବା ନିର୍ଦ୍ଦିଷ୍ଟ ଅଙ୍ଗନବାଡୀ କେନ୍ଦ୍ରରେ ଗର୍ଭବତୀ ମହିଳାମାନଙ୍କୁ ଦିଆଯାଉଥିବା ଛତୁଆ, ତାହା ୨ବର୍ଷ ତଳର ପୁରୁଣା ଛତୁଆ, ବାହାରିଥିଲା । ବିଭାଗ ମଧ୍ୟ ଅବଗତ ଅଛି । ସୁପରଭାଇଜର ସବୁ ଜାଣିଶୁଣି ମଧ୍ୟ ଏହିଭଳି ଘଟଣା ଘଟିଯାଇଛି । ଉକ୍ତ ସୁପରଭାଇଜର ବୀଣାପାଣି ଦାସ ଗର୍ଭବତୀ ମହିଳା ଓ ଶିଶୁମାନଙ୍କର ଜୀବନ ସହିତ ଖେଳିବା ପାଇଁ ମଧ୍ୟ ପଛଘୁଂଚା ଦେଇନାହାଁନ୍ତି । ଏଠାରେ କଥା ଉଠୁଛି ଯେ ସୁପରଭାଇଜରଙ୍କର କାର୍ଯ୍ୟ ସନ୍ଦେହଜନକ ଏବଂ ମୁନାଫା କମାଇବା ସହିତ ନିଜର ସିଂହଭାଗ ଅଙ୍ଗନବାଡୀ ଦିଦିଙ୍କଠାରୁ ନେଇଯାଉଛନ୍ତି । ଏତଦ୍ ବ୍ୟତୀତ ଲିଙ୍ଗିପୁରରେ ଥିବା ଗାଙ୍ଗୋତ୍ରୀନଗର ପାଇଁ ଅଙ୍ଗନବାଡୀ କେନ୍ଦ୍ର ନୂତନ ଜମି ସରକାର ଦେଇଥିଲେ ମଧ୍ୟ ଉକ୍ତ ସୁପରଭାଇଜର ବୀଣାପାଣି ଦାସ ସ୍ଥାନୀୟ ମୁଷ୍ଟିମେୟ ଲୋକଙ୍କ ସହିତ ମିଶି ଏହାକୁ ବନ୍ଦ କରିଦେଇଥିଲେ । ବୀଣାପାଣି ଦାସ ବର୍ତମାନ ସୁପର ସିଡିପିଓ ବୋଲି କହି ବୁଲୁଛନ୍ତି । ମୋର କେହି କିଛି କରିପାରିବେ ନାହିଁ ଏବଂ ମୁଁ ଭୁବନେଶ୍ୱର ଗ୍ରାମାଚଂଳ ସିଡିପିଓ କବିତା ମହାପାତ୍ରଙ୍କର ନିର୍ଦ୍ଦେଶରେ ଏହି କାମ କରୁଛି । ଆଶ୍ଚର୍ଯ୍ୟର ବିଷୟ ଅଙ୍ଗନାବାଡୀ ସୁୁପରଭାଇଜର ବୀଣାପାଣି ଦାସ ଏବଂ ସିଡିପିଓ କବିତା ମହାପାତ୍ର ଉଭୟ ମିଶି ଅଙ୍ଗନବାଡୀ ଦିଦିମାନଙ୍କ ପାଖକୁ ଆସୁଥିବା ଗାଁ କଲ୍ୟାଣ ସମିତି ଟଙ୍କା, ହଡଫ କରିନେଇଥିବା ନିର୍ଦ୍ଦିଷ୍ଟ ଅଙ୍ଗନବାଡୀ କର୍ମୀ କନକ ପ୍ରଭା ନାୟକ ସୂଚନା ଦେଇଛନ୍ତି, ଏମାନଙ୍କର ଏହି ଦୁଇ ମହିଳାଙ୍କର ଚଚଂକତା ଏତେ ଯେ, ଲିଙ୍ଗିପୁର ପଂଚାୟତରେ ଥିବା ୱାର୍ଡ ନଂ-୭,୮ ଅଙ୍ଗନବାଡୀ କେନ୍ଦ୍ରରେ ମାତ୍ର ୨ବର୍ଷ ହେଲାଣି ୨ଟି ପିଲା ପାଢ ପଢୁଥିବାର ସ୍ଥାନୀୟ ଗ୍ରାମବାସୀମାନେ ବାରମ୍ବାର ସୁପରାଭାଇଜର ଓ ସିଡିପିଓଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସିଡିପିଓ କବିତା ମହାପାତ୍ର ଏବଂ ସୁପରଭାଇଜର ବୀଣାପାଣି ଦାସ କୌଣସି ପ୍ରକାର କର୍ଣ୍ଣର୍ପାତ କରିନଥିଲେ । ମାତ୍ର ଦୁଇରୁ ତିନି ଜଣ ପିଲାରେ କିପ୍ରକାର ଅଙ୍ଗନାବାଡୀ ଚାଲିଛି ଏବଂ ଫଲସ୍ ବିଲ୍ କରି ଅଣ୍ଡା, ଚାଉଳ ଯାବତୀୟ ସାମଗ୍ରୀ ହଡ଼ପ କରୁଥିବା ସ୍ଥାନୀୟ ଲୋକମାନେ ଆଖିରେ ଦେଖି କହୁଛନ୍ତି । ଗ୍ରାମବାସୀମାନେ ତୁରନ୍ତ ସରକାରଙ୍କ ହସ୍ତକ୍ଷେପ ଦାବୀ କରି ସିଡିପିଓ ଏବଂ ସୁପରଭାଇଙ୍କର ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *