ଆର୍ଯ୍ୟ, ଆମୋଘ କଲେକ୍ସନ ସହ ଚାନ୍ଦି ଭଣ୍ଡାରରେ ଦୁର୍ଗା ପୂଜା ସେଲିବ୍ରେଶନ

ଗଢ଼ା ମଜୁରିରେ ଫ୍ଲାଟ୍ ୩୦% ରିହାତି

ଭୁବନେଶ୍ଵର,ପ୍ରବାହ ନ୍ୟୁଜ୍‌ : ରାଜ୍ୟର ପ୍ରମୁଖ ପର୍ବ ଦୁର୍ଗା ପୂଜାକୁ ପାଳନ କରିବା ଅନ୍ୟତମ ଅଗ୍ରଣୀ ସିଲଭର ଚେନ୍ ଚାନ୍ଦି ଭଣ୍ଡାର ପରମ୍ପରା, ସୁନ୍ଦରତା କଲେକ୍ସନଗୁଡ଼ିକ ସହ ପୂଜା ସେଲିବ୍ରେଶନରେ ସାମିଲ ହୋଇଛି। ଏଭଳି ଭଣ୍ଡାର ରୁପାର ଉପଯୁକ୍ତ ସ୍ପର୍ଶ ପ୍ରଦାନ କରିଥାଏ।
ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା। ଏ ଅବସରରେ ରାଜ୍ୟର ଏବଂ ସୂକ୍ଷ୍ମ କାରିଗରୀର ସ୍ଵାଦକୁ ପରିପ୍ରକାଶ କରୁଥିବା ସ୍ଵତନ୍ତ୍ର ମୁହୂର୍ତ୍ତଗୁଡ଼ିକର ଆନନ୍ଦକୁ ବଢ଼ାଇବା ପାଇଁ ଚାନ୍ଦି
ଷ୍ଟୋର ପକ୍ଷରୁ ପ୍ରସ୍ତୁତ ଆର୍ଯ୍ୟ କଲେକ୍ସନରେ ଅକ୍ସିଡାଇଲ୍ଡ ଗହଣାର ବ୍ୟାପକ ରେଞ୍ଜ୍ ରହିଛି । ୯୨.୫% ଷ୍ଟଲିଂ ସିଲ୍‌ରରେ ଅତି ସୂକ୍ଷ୍ମ ଭାବେ ପ୍ରସ୍ତୁତ ଏହି ଗହଣାରେ ଅତ୍ୟନ୍ତ ଚମଦାର କଲର୍ ଷ୍ଟୋନ୍ ବ୍ୟବହାର ହୋଇଛି। ଉଭୟ ଉତ୍ସବ ଏବଂ ନିତିଦିନିଆ ବ୍ୟବହାର ପାଇଁ ଏହି ଗହଣାଗୁଡ଼ିକ ଉପଯୁକ୍ତ । ଏହି କାଳଜୟୀ ଗହଣା ପିଗୁଡ଼ିକ ଯେକୌଣସି ପୂଜା ସେଲିବ୍ରେଶନ୍‌ରେ ଲାବଣ୍ୟ ଏବଂ ଆଧୁନିକତା ଯୋଡ଼ିବ।
ପୁରୁଷଙ୍କ ପାଇଁ ଚାନ୍ଦ ଭଣ୍ଡାର ଆଣିଛି ଆମୋଘ କଲେକ୍ସନ। ଜିଲ୍‌କନ୍ ଷ୍ଟୋନ୍ ସହିତ ୯୨.୫% ଷ୍ଟଲିଂ ସିଲ୍‌ରରେ ଅତି ଯତ୍ନର ସହ ପ୍ରସ୍ତୁତ ଏହି ଗହଣା ଷ୍ଟାଇଲିସ୍ ଲୁକ୍ ପ୍ରଦାନ କରୁଛି। ଦୁର୍ଗା ପୂଜା ସେଲିବ୍ରେଶନ୍‌ରେ ଏ କଲେକ୍ସନ ଉପଯୁକ୍ତ ବିକଳ୍ପ ହେବ। ଏହାସହିତ ନିତିଦିନିଆ ବ୍ୟବହାର ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ । ପରମ୍ପରା ଏବଂ ଆଧୁନିକତାର ମିଶ୍ରଣ ହେଉଛି ଏ କଲେକ୍ସନ। ଏହି ପୂଜା ଋତୁ ସେଲିବ୍ରେଶନ ପାଇଁ ଚାନ୍ଦି ଭଣ୍ଡାର ଆଣିଛି ସ୍ୱତନ୍ତ୍ର ଅଫର। ଗ୍ରାହକ ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୧୨ ପର୍ଯ୍ୟନ୍ତ ଗଢ଼ା ମଜୁରିରେ ଫ୍ଲାଟ୍ ୩୦% ରିହାତି ପାଇବେ। ଏଥିସହିତ ଆକର୍ଷଣୀୟ ମୂଲ୍ୟରେ ନିଜ ମନ ପସନ୍ଦର ରୁପା ଗହଣା କିଣିବାର ସୁଯୋଗ
ପାଇବେ ଗ୍ରାହକ।
ଉତ୍ସାହକୁ ଆହୁରି ବଢ଼ାଇବା ପାଇଁ ଚାନ୍ଦି ଭଣ୍ଡାର ବ୍ରାଣ୍ଡ୍ ଆମ୍ବାସାଡର ଶିବାନୀ ସଙ୍ଗୀତାଙ୍କୁ ନେଇ ଏକ ସ୍ଵତନ୍ତ୍ର ଦୁର୍ଗା ପୂଜା ବିଜ୍ଞାପନ କ୍ୟାମ୍ପେନ ଉନ୍ମୋଚନ କରୁଛି। ପୂଜା ଋତୁରେ କିପରି ଉପହାର ବିନିମୟ କରାଯାଇଥାଏ ଏବଂ ପ୍ରତ୍ୟେକ ସେଲିବ୍ରେଶନ୍‌କୁ ସ୍ବତନ୍ତ୍ର କରିବାରେ କିପରି ଷ୍ଟାଇଲିଂ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ତାହାକୁ ଏହି ବିଜ୍ଞାପନରେ ଅତି ସୁନ୍ଦର ଭାବେ ଦର୍ଶାଯାଇଛି। ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍‌ସା ହଂସ କୁହନ୍ତି, ଏହି କ୍ୟାମ୍ପେନ ସହିତ ଆମେ ଉକ୍ତ ଆନନ୍ଦ ଏବଂ ଉତ୍ସାହକୁ ଦର୍ଶାଇବାକୁ ଲକ୍ଷ୍ୟ ରଖିଛୁ, ଯାହାକି ଚାନ୍ଦି ଭଣ୍ଡାରର ସିଲ୍‌ର କଲେକ୍ସନଗୁଡ଼ିକ ଦୁର୍ଗା ପୂଜାରେ ପ୍ରତି ଘରେ ପ୍ରସାରିତ କରିଥାନ୍ତି ଏବଂ ପ୍ରତ୍ୟେକ ଅବସରକୁ ଅର୍ଥପୂର୍ଣ୍ଣ କରିଥାନ୍ତି। ଉତ୍ସବର ପ୍ରକୃତ ଜୋଶ୍‌କୁ ପ୍ରତିପାଦନ କରି ଆମେ ଆମର ଉପସ୍ଥିତି ବଢ଼ାଉଛୁ। ଅକ୍ଟୋବର ୧ରେ ବାରିପଦା ଏବଂ ଭଦ୍ରକରେ ଦୁଇଟି ନୂଆ ଷ୍ଟୋର ଖୋଲିବ ଚାନ୍ଦି ଭଣ୍ଡାର। ଏହା ଦ୍ବାରା ଓଡ଼ିଶାର ବୃହତ୍ ସଂଖ୍ୟକ ଗ୍ରାହକ ଅତ୍ୟନ୍ତ ଉତ୍ତମମାନର ରୁପା ଗହଣା କଲେକ୍ସନର ଅନୁଭୂତି ନେଇପାରିବେ । ଏହି ଋତୁର ଶୋଭାକୁ ପ୍ରତିଫଳିତ କରୁଥିବା କଲେକ୍ସନକୁ ପ୍ରଦାନ କରି ଆମେ ଆମ ଗ୍ରାହକଙ୍କ ସହ ଦୁର୍ଗା ପୂଜା ପାଳନ କରି ଅତ୍ୟନ୍ତ ଆନନ୍ଦିତ। ଆମର ଆର୍ଯ୍ୟ ଏବଂ ଆମୋଘ କଲେକ୍ସନ ଓ ଆକର୍ଷଣୀୟ ପୂଜା ଅଫର ସହିତ ଏହି ଦୁର୍ଗା ପୂଜା ସମସ୍ତଙ୍କ ପାଇଁ ସ୍ଵତନ୍ତ୍ର ହେବ ବୋଲି ଆମେ ଆଶାବାଦୀ ।
ସୂଚନାଯୋଗ୍ୟ, ଚାନ୍ଦି ଭଣ୍ଡାର ରାଜ୍ୟର ଏକ ଏକ୍ସକୁସିଭ୍ ରୁପା ଚେନ୍ ଷ୍ଟୋର । ୨୦୧୩ରେ ଏକ ସ୍ଵତନ୍ତ୍ର ସିଲଭର ଷ୍ଟୋର ଭାବେ ଏହା ଓଡ଼ିଶାରେ ସ୍ଥାପିତ ହୋଇଥିଲା। ବର୍ତ୍ତମାନ ଏହାର ଷ୍ଟୋର ସଂଖ୍ୟା ସମଗ୍ର ରାଜ୍ୟରେ ୧୭ରେ ପହଞ୍ଚିଛି। ଭୁବନେଶ୍ବରର ସହିଦ ନଗର, ପଟିଆ, ଜନପଥ, ସୌଭାଗ୍ୟନଗର, ରସୁଲଗଡ଼ ଓ ନୟାପଲ୍ଲୀ, କଟକର କ୍ୟାଣ୍ଟନ୍‌ମେଣ୍ଟ ରୋଡ୍ ଏବଂ ସିଡିଏ, ରାଉରକେଲା, ଅନୁଗୁଳ, ଯାଜପୁର, ବ୍ରହ୍ମପୁର, ବାଲେଶ୍ଵର, ଢେଙ୍କାନାଳ, ତାଳଚେର, ଭଦ୍ରକ ଏବଂ ବାରିପଦାରେ ଏହାର ଷ୍ଟୋର ରହିଛି। ଗ୍ରାହକଙ୍କୁ ବ୍ୟାପକ ରେଞ୍ଜ୍ ରୁପା ଉତ୍ପାଦ ଯୋଗାଇବା, ଜୀବନକାଳ ମାଗଣା କ୍ଲିନିଂ, ସର୍ବୋତ୍ତମ ବଦଳ ନୀତି, କଷ୍ଟମାଇଜେସନ୍, କ୍ରୟ ପୂର୍ବରୁ ପରଖିବା, ଭ୍ୟାଲ୍ୟୁ ଫର୍ ମନି ଏବଂ ହଲ୍‌ମାର୍କଯୁକ୍ତ ଓ କ୍ବାଲିଟି ଉତ୍ପାଦ ଚାନ୍ଦି ଭଣ୍ଡାରର ପ୍ରତିଶ୍ରୁତି ।

Leave a Reply

Your email address will not be published. Required fields are marked *