ସମାଜ ତରଫରୁ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୬ତମ ଜନ୍ମଦିନ ପାଳିତ

ବ୍ରହ୍ମପୁର,୨୧/୬ : ଭାଷା ସୁରକ୍ଷା ସଂସ୍ଥାନ ଓ ବିଚ୍ଛିନ୍ନାଞ୍ଚଳ ଓଡ଼ିଅ । ସମାଜ ଅ ।ନୁକୂଲ୍ୟରେ ସ୍ଥାନୀୟ ଉକଳ ଅ ।ଶ୍ରମ ସଭାଗୃହ ପରିସରରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୬ତମ ଜନ୍ମଦିନ ପାଳନ ସହ ବ୍ରହ୍ମପୁର ମହାନଗରର ୫ ଜଣ ସ୍ୱନାମଧନ୍ୟ ଲେଖିକାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସଂସ୍ଥାନର ଉଦ୍ୟୋକ୍ତା, ଓଡ଼ିଅ । ଅସ୍ମିତା ସାମୟିକ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ତଥା ପ୍ରାକ୍ତନ ପ୍ରାଧ୍ୟାପକ ଜୟକୃଷ୍ଣ ଗୌଡ଼ (ଶ୍ରୀ ବିପ୍ଲବ)ଙ୍କ ଅ ।ବାହକତ୍ୱରେ ଅ ।ୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗରର ୫ ଜଣ ସ୍ୱନାମଧନ୍ୟ ଲେଖିକା ଯଥା କବୟିତ୍ରୀ ଅଞ୍ଜିଳ ଦାଶ, ଗାଳ୍ପିକା ଭାଗ୍ୟଲକ୍ଷ୍ମୀ ମହାରଣା, ଗାଳ୍ପିକା ସ୍ୱର୍ଣ୍ଣମୟୀ ପାଢ଼ୀ, କବୟିତ୍ରୀ ପଦ୍ମିନୀ ମିଶ୍ର ଓ ଶିଶୁ ସାହିତ୍ୟିକା ନୀହାରିକା ସାହୁ ପ୍ରମୁଖଙ୍କୁ ଉତ୍ତରୀୟ ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଓଡ଼ିଶାର ସ୍ୱନାମଧନ୍ୟ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ ଯୋଗଦେଇ ନିଜ ବକ୍ତବ୍ୟରେ ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷମୟ ଜୀବନ ଓ ସଫଳତା ସମ୍ପର୍କରେ ଭାବଗର୍ଭକ ବକ୍ତବ୍ୟ ରଖିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଅ ।ଇନଜୀବୀ ଲାଲ ବାହାଦୁର ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକ ଉଦୟ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ । ଶେଷରେ କବି ସୁଶାନ୍ତ କର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ ହୋଇଥିଲା ।
ଦ୍ୱିତୀୟ ପର୍ଯ୍ୟାୟରେ ଅ ।ୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ଖବରକାଗଜରେ ଅ ।ଜି ମଧ୍ୟ ଶହ ଶହ ଇଂରାଜୀ ଭାଷାରେ ଚିଠି, ବିଜ୍ଞାପନ ଓ ପରିପତ୍ର ପ୍ରକାଶିତ ହେଉଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ କରାଯାଇଥିଲା । ଏ ସମ୍ପର୍କରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରେରଣ କରାଯିବା ସହ ଓଡ଼ିଅ । ଭାଷା, ସାହିତ୍ୟ
ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏଥି ସମ୍ପର୍କରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ପ୍ରେସ୍‌? ବିବୃତ୍ତିରେ ସମ୍ପୃକ୍ତ ସଂସ୍ଥାନର ଅ ।ୟୋଜକ ଜୟକୃଷ୍ଣ ଗୌଡ଼ (ଶ୍ରୀବିପ୍ଲବ) ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *