ଓଡ଼ଗାଁ କାର୍ଯ୍ୟକାରୀ ସମ୍ମିଳନୀରେ କର୍ମୀଙ୍କୁ ପରାମର୍ଶ ଲୋକଙ୍କ ସୁଖଦୁଃଖର ସାଥୀ ହୁଅ: ଡ. ସମ୍ବିତ ପାତ୍ର ରାଷ୍ଟ୍ରପତିଙ୍କୁ ଅପମାନ କରିଥିବା ବିଧାୟକଙ୍କୁ ବହିଷ୍କାର କରାଯାଉ

ଭୁବନେଶ୍ୱର,୧୨ା୧୧ (ନି.ପ୍ର) : ଲୋକଙ୍କ ସହ ମିଶି କାମକର । ସେମାନଙ୍କ ସୁଖଦୁଃଖରେ ଠିଆହୁଅ । ସେମାନଙ୍କ ହକ୍ ଦେବାକୁ ଲଢ଼େଇ ଜାରି ରଖ । ଲୋକମାନେ ଯେପରି ସେମାନଙ୍କ ମୌଳିକ ଅଧିକାରରୁ ବଚାôତ ନହୁଅନ୍ତି ସେଥିପ୍ରତି ପ୍ରତ୍ୟେକ ବିଜେପି କର୍ମୀ କାମ କରନ୍ତୁ । ଜନତାଙ୍କ ସେବା ଆମର ମୂଳ ଲକ୍ଷ୍ୟ । କେନ୍ଦ୍ର ଓ ରାଜ୍ୟ ଉଭୟ ଯୋଜନା ଯେପରି ପ୍ରେତ୍ୟେକ ହିତାଧିକାରୀଙ୍କପାଖରେ ପହଚାôବ ସେଥିପାଇଁ କର୍ମୀମାନେ କାମ କରିବା ଉଚିତ ବୋଲି ବିଜେପିର ରାଷ୍ଟ୍ରୀୟ
ପ୍ରବକ୍ତା ଡ. ସମ୍ବିତ ପାତ୍ର ଆୟୋଜିତ କାର୍ଯ୍ୟକାରୀ ସମ୍ମିଳନୀରେ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।


ଶନିବାର ଡ. ପାତ୍ର ଏକ ବିଶାଳ ବାଇକ୍ ର୍ୟାଲିରେ ନୟାଗଡ଼ରୁ ବାହାରି ଓଡ଼ଗାଁର ବାଡ଼ିକିଲୋ ପଚାାୟତରେ ପହଚାôଥିଲେ । ଏହି ବାଇକ୍ ର୍ୟାଲିରେ ୩ହଜାରୁ ଅଧିକ କର୍ମୀ ସାମିଲ ଥିଲେ । ବିଭିଚା ଅଚାଳ ପରିଦର୍ଶନ କରି ସମ୍ମିଳନୀ କକ୍ଷରେ ପହଚାôଥିଲେ । ହଜାର ହଜାର ଜନସାଧାରଣ ଡ. ପାତ୍ରଙ୍କୁ ସ୍ୱାଗତ କରିଥିଲେ ।


ସେହିପରି ଟିଏମସି ନେତା ଅଖିଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ତାଙ୍କ ଗିରଫ ଦାବି କରି ଡ. ପାତ୍ର ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶ୍ରୀ ଗିରିଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଡ. ପାତ୍ର କହିଛନ୍ତି, ଶ୍ରୀ ଗିରି ଖାଲି ରାଷ୍ଟ୍ରପତିଙ୍କୁ ଅପମାନ କରିନାହାଁନ୍ତି, ସେ ସମଗ୍ର ଜନଜାତିଙ୍କୁ ଅପମାନ କରିଛନ୍ତି । ପ୍ରତି ଓଡ଼ିଆଙ୍କୁ ଅପମାନ କରାଯାଇଛି । ଓଡ଼ିଆଙ୍କ ସ୍ୱାଭିମାନ ପ୍ରତି କୁଠାରଘାତ କରାଯାଇଛି । ତାଙ୍କୁ ତୁରନ୍ତ ଗିରଫ କରିବା ସହ ବିଧାୟକ ପଦରୁ ବହିଷ୍କାର କରାଯାଉ ବୋଲି ଡ. ପାତ୍ର ଦାବି କରିଛନ୍ତି ।
ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାସଭାପତି ଲାଲାମନୋଜ ରାୟ, ଲୋକସଭା ପ୍ରଭାରୀ ଅମୀୟ ଦାଶ, ସଂଯୋଜକ ଶଙ୍କର ପରିଡ଼ା, ଜିଲ୍ଲା ପ୍ର ଭାରୀ ନିରଞ୍ଜନ ମିଶ୍ର, ସନ୍ୟାସୀ ନାୟକ, ଲକ୍ଷ୍ମୀଧର ମହାପାତ୍ର, ପ୍ରଭାତ ମହାପାତ୍ରଙ୍କ ସମେତ ହଜାର ହଜାର କର୍ମୀ ସାମିଲ ହୋଇଥିଲେ


