ଡ. ପ୍ରଶାନ୍ତ କୁମାର ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ସହକାରୀ ମହାନିର୍ଦ୍ଦେଶକ ନିଯୁକ୍ତ

ଡଃ ପ୍ରଶାନ୍ତ କୁମାର ଦାଶ ପ୍ରଥମ ଓଡ଼ିଆ ଭାବରେ ନୂଆ ଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଅର୍ଥକାରୀ ଫସଲ ବିଭାଗରେ ସହକାରୀ ମହା ନିର୍ଦ୍ଦେଶକ ପଦରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ରାଷ୍ଟ୍ରୀୟ ପାଦପ ବାୟୋଟେକ୍ନୋଲୋଜି ପ୍ରତିଷ୍ଠାନରେ ପ୍ରଧାନ ବୈଜ୍ଞାନିକ ହିସାବରେ କାର୍ଯ୍ୟ କରୁଥିଲେ । ଡଃ ଦାଶ ଜଣେ ମେଧାବୀ ଛାତ୍ର ଥିଲେ ।ସେ ଓୟୁଏଟିରୁ କୃଷି ବିଜ୍ଞାନରେ ସ୍ନାତକ,ଆଇ .ଏ .ଆର୍ .ଆଇ. ଇ ସ୍ନାତକୋତ୍ତର ଓ ପିଏଚଡ଼ି ଏବଂ ଆମେରିକା ସ୍ଥିତ କାର୍ଲିଫର୍ଣ୍ଣିଆ ବିଶ୍ବ ବିଦ୍ୟାଳୟ ଓ ସଲକ୍ ଇନଷ୍ଟିଚ୍ୟୁଟ୍ ଅଫ ବାୟୋଲୋଜିରୁ ପୋଷ୍ଟ ଡକ୍ଟରାଲ ଫେଲୋ ଡିଗ୍ରୀ ହାସଲ କରିଛନ୍ତି । ତାଙ୍କର ୨୫ ବର୍ଷର ଗବେଷଣା ଭିତରେ ସେ ୭୫ ଟି ସନ୍ଦର୍ଭ ରାଷ୍ଟ୍ରୀୟ ଓ ଅନ୍ତ ରାଷ୍ଟ୍ରୀୟ ଜର୍ନାଲରେ ପ୍ରକାଶିତ କରିଛନ୍ତି। ୨୧ ଟି ଛାତ୍ରଙ୍କୁ ଗାଇଡ୍ କରିଛନ୍ତି ଓ ୫ଟି ଧାନ କିସମ ମଧ୍ୟ ବିକଶିତ କରିଛନ୍ତି ।ସେ ଜଣେ ଉଚ୍ଚ କୋଟୀର ବୈଜ୍ଞାନିକ ହିସାବରେ ବହୁ ରାଷ୍ଟ୍ରୀୟ ଓ ଅନ୍ତ ରାଷ୍ଟ୍ରୀୟ ପୁରସ୍କାର ରେ ସମ୍ମାନିତ । ଡଃ ପ୍ରଶାନ୍ତ କୁମାର ଦାଶ ପ୍ରସିଦ୍ଧ ସ୍ତ୍ରୀ ରୋଗ ବିଶେଷଜ୍ଞ ଡଃ କିଶୋର ଚନ୍ଦ୍ର ଦାଶ ଓ ଶ୍ରୀମତୀ ସ୍ଵର୍ଣ୍ଣଲତା ଦାଶଙ୍କର ସୁପୁତ୍ର ଅଟନ୍ତି। ତାଙ୍କର ତତ୍ତ୍ବାବଧାନରେ ଅର୍ଥକାରୀ ଫସଲ ଆହୁରି ଉଚ୍ଚ ସ୍ଥାନ ପ୍ରାପ୍ତ କରିବ ବୋଲି ତାଙ୍କ ଶୁଭେଚ୍ଛୁ ଓ ଓଡ଼ିଶାବାସୀ ଆଶା ବ୍ୟକ୍ତ କରିଛନ୍ତି।