ଷ୍ଟେଟ ବ୍ୟାଙ୍କରେ ଡଃ ଆମ୍ବେଦକର ଜୟନ୍ତୀ ପାଳନ

ଆମ ସମ୍ବିଧାନର ପ୍ରଣେତା ଓ ଭାରତରତ୍ନ ଡଃ ଭୀମ ରାଓ ଆମ୍ବେଦକରଙ୍କ ୧୩୩ତମ ଜନ୍ମ ବାର୍ଷିକୀ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ପରିଷଦ ତରଫରୁ, ଭୁବନେଶ୍ବର ସ୍ଥିତ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦିନେଶ ପରୁଥି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ସଭାକୁ ଉଦ୍ଘାଟନ କରିଥିଲେ ଓ ଷ୍ଟେଟ ବ୍ୟାଙ୍କ ଦ୍ଵାରା ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ କଲ୍ୟାଣ ନିମିତ୍ତ ନିଆଯାଉଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଷ୍ଟେଟ ବ୍ୟାଙ୍କ ତରଫରୁ , କର୍ପୋରେଟ ସାମାଜିକ ଦାୟିତ୍ଵ ନିର୍ବାହ ପୂର୍ବକ, ଚୁନୁକୋଳି , ମୁଣ୍ଡାସାହି ଓ ବାରମାନା (ଚନ୍ଦକା) ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍କୁଲ ବ୍ୟାଗ , ବେଞ୍ଚ ଓ ଡେସ୍କ, ଛାତ ପଙ୍ଖା ତଥା ଜଳ ବିଶୋଧକ ସହାୟତା ପ୍ରଦାନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ମହାପ୍ରବନ୍ଧକ ଶ୍ରୀ ପୋନ୍ନମବଲମ , ମଣ୍ଡଳ ବିକାଶ ଅଧିକାରୀ ଶ୍ରୀ ମନୋଜ କୁମାର ସିଂ , ଭୁବନଶ୍ଵର ଅଞ୍ଚଳ ଉପ-ମହାପ୍ରବନ୍ଧକ ଶ୍ରୀ ସଞ୍ଜୟ କୁମାର ଝା, ଭୁବନେଶ୍ବର ମୁଖ୍ୟ ଶାଖା ଉପ-ମହାପ୍ରବନ୍ଧକ ସସ୍ମିତା ସାହୁଙ୍କ ସମେତ ବହୁ ଅଧିକାରୀ ତଥା ଅବସର ପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଶ୍ରୀ ଗଣେଶ ଚନ୍ଦ୍ର ମିଶ୍ର ,ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ପରିଷଦର ସଭାପତି ସୌରଭ ଦାସ ଓ ସାଧାରଣ ସମ୍ପାଦକ ଜିତେନ୍ଦ୍ର ନାଏକ ଓ ଅନ୍ୟ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ ।