ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଡଃ ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳ ତରଫରୁ ଭାରତୀୟ ସମ୍ବିଧାନର ପ୍ରଣେତା ଡଃ ଭୀମ ରାଓ ଆମ୍ବେଦକରଙ୍କ 132ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମୁଖ୍ୟ ଶାଖା ପରିସରରେ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ପରିଷଦ ତରଫରୁ ପରିଷଦର ସଭାପତି ଶ୍ରୀ ସୌରଭ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ସଭାକୁ ଉଦ୍ଘାଟନ କରିଥିଲେ ।

ଶ୍ରୀ ଶର୍ମା  ଡଃ ଆମ୍ବେଦକରଙ୍କ ଜୀବନୀ ଓ ଉପଲବ୍ଧିକୁ ବର୍ଣ୍ଣନା କରିବା ସହିତ ବ୍ଯାଙ୍କ କ୍ଷେତ୍ର ଓ ନୂତନ ଭାରତ ଗଠନରେ ତାଙ୍କ ଭୂମିକାର ଆଲୋକପାତ କରିଥିଲେ । ଆସନ୍ତା ସମୟରେ ଦେଶ ଓ ନିଜ ସଂସ୍ଥାର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କୁ ମିଳିତ ଭାବରେ ଏକ ଦଳୀୟ ମନୋଭାବ ନେଇ କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଥିଲେ । ଉକ୍ତ ସଭାରେ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ତଥା ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିତ୍ବଙ୍କୁ ସମ୍ମାନିତ କରାଯାଇଥିଲା । ସଂଘର ମୁଖ୍ୟ ପରାମର୍ଶଦାତା ଶ୍ରୀ ବଂଶିଧର ସେଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ଶ୍ରୀ ଜିତେନ୍ଦ୍ର ନାଏକ  ପରିଷଦ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିବା ସହିତ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଶ୍ରୀମତୀ ସଂଯୁକ୍ତ ଶେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ପୂର୍ବାହ୍ନରେ ମଣ୍ଡଳ ବିକାଶ ଅଧିକାରୀ ଶ୍ରୀ ମନୋଜ କୁମାର ସିଂ ଓ ପରିଷଦର ସମ୍ପାଦକ ଶ୍ରୀ ଜିତେନ୍ଦ୍ର ନାୟକଙ୍କ ନେତୃତ୍ବରେ ବ୍ଯାଙ୍କ ତରଫରୁ ସ୍ଥାନୀୟ ଭରତପୁର ସ୍ଥିତ ଲୁଇସ ବ୍ରେଲି ବିଦ୍ୟାଳୟର ଅନ୍ତେବାସୀ ମାନଙ୍କ ପାଇଁ Cooler cum Water Filter ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ସନ୍ଧ୍ୟା କାର୍ଯ୍ଯକ୍ରମରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ଏକ ସୁନ୍ଦର ସ୍ଵାଗତ ସଙ୍ଗୀତ ପରିବେଷିତ ହୋଇଥିଲା ଓ ସେମାନଙ୍କ ଉତ୍କୃଷ୍ଟ କଳା ଚାତୁରୀ ପାଇଁ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମାଙ୍କ ଦ୍ଵାରା ଏକ ଆଧୁନିକ ହାରମୋନିଅମ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *