ଜିଲାପାଳ ଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

କରଞ୍ଜିଆ (ପ୍ରବାହ ନ୍ୟୁଜ)- ମୟୁରଭଞ୍ଜ ଜିଲ୍ଲାପାଳ ଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଚଳିତ ମାସ ୧୬ ତାରିଖ ଦିନ କରଞ୍ଜିଆ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି |ଜିଲ୍ଲାପାଳ ହେମନ୍ତ ସୟ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶିବିରକୁ ଏସ. ପି. ବରୁଣ ଗୁଣ୍ଠାପଲ୍ଲୀ ଯୋଗ ଦେଇ ଶୁଣାଣି କରିଥିଲେ |ଶିବିରକୁ ମୋଟ ୭୪ଟି ଅଭିଯୋଗ ଆଗତ ହୋଇଥିଲା ସେଥିମଧ୍ୟରୁ ବ୍ୟକ୍ତିଗତ ୫୭ ଓ ଗୋଷ୍ଟୀଗତ ୧୭ଟି ଥିଲା |ମୁଖ୍ୟମତ୍ରୀଙ୍କ ରିଲିଫ ଫଣ୍ଡ ରୁ ଜଣକୁ ଆର୍ଥିକ ସହାୟତା ଭାବେ ଦଶ ହଜାର ଟଙ୍କା ପ୍ରଦାନ କରାଯାଇଥିଲା |ଶିବିରକୁ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ଅତିରିକ୍ତ ଉପଜିଲ୍ଲାପାଳ ପ୍ରକାଶ କୁମାର ଦତ୍ତ, ପି. ଏ. ପ୍ରବୀଣ ବାଣୁଆ, ଏସ. ଡି. ପି. ଓ. ସୁବ୍ରତ କୁମାର ସହଯୋଗ କରିଥିଲେ |ଉପଖଣ୍ଡର ସମସ୍ତ ବି. ଡି. ଓ, ତହସିଲଦାର, ସି. ଡି. ପି. ଓ ସମେତ ବିଧାୟକ ପଦ୍ମଚରଣ ହାଇବୁରୁ ଉପସ୍ଥିତ ଥିଲେ |ରାଜ୍ୟ ସରକାରଙ୍କ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପୂର୍ତ୍ତ, ଜଳ ସେଚନ, ବିଦ୍ୟୁତ, ମୃତ୍ତିକା ସରଂକ୍ଷଣ, ବନ ଅବକାରୀ , ପୁଲିସ, ସମେତ ସମସଦତ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *