ହିଟ ୱେଭର ମୁକାବିଲା ପାଇଁ ଆରବିଆଇ କର୍ମଚାରୀଙ୍କ ଜନସାଧାରଣଙ୍କୁ ଘୋଳଦହି ବଣ୍ଟନ

0
R-1

ଓଡିଶାର ବିଭିନ୍ନ ସ୍ଥାନରେ ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ତୀବ୍ର ହିଟ ୱେଭ ପରିସ୍ଥିତିର ମୁକାବିଲା କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱରର କର୍ମଚାରୀମାନେ ଏକ ଅଭିନବ ଉପାୟ ଅବଲମ୍ବନ କରିଥିଲେ । ୨୦ ଅପ୍ରେଲ୨୦୨୪ ଭୁବନେଶ୍ୱରର ତିନୋଟି ଜନଗହଳି ପୂର୍ଣ୍ଣ ବଜାରରେ କର୍ମଚାରୀମାନଙ୍କ ଦ୍ୱାରା ଘୋଳଦହି ବଣ୍ଟନ ପାଇଁ ଏକ ସାମାଜିକ ପଦକ୍ଷେପ ନିଆଯାଇଥିଲା । ଆରବିଆଇ ଭୁବନେଶ୍ୱରର କର୍ମଚାରୀମାନେ ନିଜ ମଧ୍ୟରେ ସ୍ୱେଚ୍ଛାକୃତ ଅବଦାନ ଦେଇ ଏହି ଶିବିରର ଆୟୋଜନ କରିଥିଲେ ଏବଂ ଆରବିଆଇର ଆବାସିକ କଲୋନୀ ନିକଟ ସ୍ଥତି ତିନୋଟି ଜନଗହଳିପୂର୍ଣ୍ଣ ବଜାର ଅଞ୍ଚଳ ଯଥା ଇନ୍ଦ୍ରଧନୁ ମାର୍କେଟ, ୟୁନିଟ ୪ ମାର୍କେଟ ଏବଂ ରୁଚିକା ମାର୍କେଟରେ ଏହି ଘୋଳଦହି ବଣ୍ଟନ ଶିବିରଗୁଡିକୁ ପରିଚାଳନା କରିଥିଲେ । ଆରବିଆଇର କର୍ମଚାରୀଙ୍କ ଦ୍ୱାରା ଏଭିଳି ସାମାଜିକ ପଦକ୍ଷେପକୁ ଜନସାଧାରଣ ପ୍ରଶଂସା କରିଥିଲେ ।


ଜନସାଧାରଣଙ୍କ ପ୍ରଶଂସାରେ ଉତ୍ସାହିତ ହୋଇ କର୍ମଚାରୀମାନେ ୨୧ ଅପ୍ରେଲ୨୦୨୪ରେ ପୁନର୍ବାର ଏଭଳି ଶିବିରର ଆୟୋଜନ କରିଛନ୍ତି ।

Leave a Reply

Your email address will not be published. Required fields are marked *