ବସୁଧା ସେଵା ସଙ୍ଘ ତରଫରୁ ଅର୍ଣ୍ଣ ପ୍ରସାଦ ଓ ଦହି ସର୍ବତ ବଣ୍ଟନ

ଭାପୁର:ପ୍ରବାହ ନ୍ୟୁଜ୍ : ପବିତ୍ର ବାରୁଣୀ ବୁଡ଼ ଅବସରରେ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ରେ ବସୁଧା ସେଵା ସଙ୍ଘ ତରଫରୁ ବିଭିନ୍ନ ପ୍ରକାର ର ସେଵା ଯୋଗାଇଦିୟl ଯାଇଥିଲା l ଏହି ପବିତ୍ର ବାରୁଣୀ ବୁଡ଼ ସମୟରେ ବହୁ ଭକ୍ତ ଙ୍କ ସମାଗମ ହୋଇଥାଏ l ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ବସୁଧା ସେଵା ସଙ୍ଘ ତରଫରୁ ଆସିଥିବା ସମସ୍ତ ଭକ୍ତ ମାନଙ୍କୁ କିଭଳି ଭାବେ ସଠିକ ରୂପରେ ସେଵା ଯୋଗାଇ ଦିଆଯିବ ସେ ନେଇ ଗୁରୁତ୍ୱ ପ୍ରଦାନ କରାଯାଇଥିଲା l
ବସୁଧା ସେବା ସଙ୍ଘ ର ସଭାପତି ମୃତୁଞ୍ଜୟ ଜେନା, ଉପସଭାପତି ବିଜୟ କୁମାର ଜେନା, ସମ୍ପାଦକ କୈଳାଶ ବରାଳ ଆଦି ସଙ୍ଘ ର ସମସ୍ତ ଦାୟିତ୍ୱ କୁ ଆଗେଇ ନେଇଥିଲେ l ତତ ସହିତ ଅନ୍ୟ ସଦସ୍ୟ ଙ୍କ ମଧ୍ୟ ରେ ଥିଲେ ଅରବିନ୍ଦ ଦଳାଇ, ଦେବାଶିଷ ପ୍ରଧାନ,ସୁଶାନ୍ତ ଜେନା, ସୁଶାନ୍ତ ସ୍ୱାଇଁ, ଚିନ୍ମୟ ଜେନା, ଅରୁଣ ବେହେରା,ବିଶ୍ୱଜିତ ପ୍ରଧାନ, ଜ୍ଞାନ ରଞ୍ଜନ ଜେନା, ବଳରାମ ଜେନା,ମିଥୁନ ଜେନା ଆଦି ସଦସ୍ୟ ଯୋଗଦେଇ ସମସ୍ତଙ୍କୁ ସହଯୋଗ ର ହାତବଢ଼ାଇ ଥିଲେ l ଏହି ବାରୁଣୀ ବୁଢ କାର୍ଯ୍ୟକ୍ରମ ଦୁଇ ଦିନ ହବ ଚାଲିଥିଲା l ପ୍ରଥମ ଦିନରେ ବସୁଧା ସେଵା ସଙ୍ଘ ତରଫରୁ ଅର୍ଣ୍ଣ ପ୍ରସାଦ ହୋଇଥିବା ବେଳେ ଦ୍ୱତୀୟ ଦିନରେ ଦହି ସର୍ବତ ବଣ୍ଟନ କରାଯାଇଥିଲା ଏବଂ ପରିଶେଷରେ ସେଵା ସଙ୍ଘ ତରଫରୁ ସଫେଇ କାର୍ଯ୍ୟକ୍ରମ ହୋଇଥିଲା l ବସୁଧା ସେଵା ସଙ୍ଘ ତାର ଏହି ଭଲି ସମାଜ ସେଵା କାର୍ଯ୍ୟକ୍ରମ ରେ ନିଜକୁ ନିୟୋଜିତ ରଖିବ ବୋଲି ସଦସ୍ୟ ମାନେ ମତ ପ୍ରକାଶ କରିଛନ୍ତି l