ମାଙ୍କଡ଼ା ପଥର ଖଣି ଖନନକୁ ନେଇ ଗ୍ରାମବାସୀ ଓ ଖଣି ଲିଜ୍ଧାରୀଙ୍କ ମଧ୍ୟରେ ବିବାଦ : ପ୍ରଶାସନ ତଞ୍ଚକତା କରିଥିବା ଅଭିଯୋଗ

ଖୋର୍ଦ୍ଧା : ୨୬/୦୩/୨୦୨୧ : ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ଲହଙ୍ଗା ମୌଜାରେ ମାଙ୍କଡା ପଥର ଖଣି ଖନନକୁ ନେଇ ସ୍ଥାନୀୟ ଗ୍ରାମବାସୀ ଓ ଖଣି ଲିଜଧାରୀଙ୍କ ମଧ୍ୟରେ ଦେଖା ଦେଇଛି ବିବାଦ । ଲହଙ୍ଗା ମୌଜାରେ ପଥର ଖନନ ପାଇଁ ଅନୁମତି ମିଳିଥିବା ବେଳେ କିନ୍ତୁ ଖଣି ମଳିପଡା ମୌଜାରେ ଚାଲିଥିବାର ଅଭିଯୋଗ ଆଣିଛନ୍ତି ମଳିପଡ଼ା ଗ୍ରାମବାସୀ । ସେପଟେ ପୂର୍ବରୁ ଜମି ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ତହସିଲ ପୁଣି ଆଉଥରେ ଅ।ରମ୍ଭ କରିଛି ବିବାଦୀୟ ଜାଗାକୁ ନେଇ ସୀମା ଚିହ୍ନଟ କାର୍ଯ୍ୟ।

ଏପଟେ ପଥର ଖନନ ପାଇଁ କଟା ଯାଇଥିବା କାଜୁ ଜଙ୍ଗଲ କୁ ନେଇ ହୋଇଥିବା ଅନିୟମିତତାର ତଦନ୍ତ ଦାବି କରିଛନ୍ତି ଗ୍ରାମାବସୀ । ସେପଟେ ଖଣି ଲିଜଧାରୀ ସମସ୍ତ ପ୍ରକାର ନିୟମ ପାଳନ କରିଥିବା ବେଳେ ସରକାରୀ ଅନୁମତି ପରେ ମଧ୍ୟ ଖଣି ଖନନ ନ କରିପାରି ଏବେ ବିବାଦ ଘେରରେ ଛନ୍ଦି ହୋଇ ଥିବାର କହିଛନ୍ତି ।

ସୂଚନା ଅନୁସାରେ ଖୋର୍ଦ୍ଧା ତହସିଲରେ ଥିବା ଲହଙ୍ଗା ମୌଜା ଖାତା ନମ୍ୱର ୫୭୧ ପ୍ଲଟ ନମ୍ୱର ୫୯ ରେ ଥିବା ମୋଟ ୩୧ ଏକର ଜମିରୁ ଦୁଇ ଏକର ଜମିରେ ମାଙ୍କଡା ପଥର ଖନନ କରିବାକୁ ସମସ୍ତ ସରକାରୀ ଅନୁମତି ସହିତ ଖୋର୍ଦ୍ଧା ତହସିଲ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିବା ଜଣାପଡିଛି ।

ତେବେ ଅନୁମତି ପାଇଥିବା ଲିଜ୍ଧାରୀ ଲହଙ୍ଗା ମୌଜାରୁ ପଥର ଖନନ ଓ ପରିବର୍ତ୍ତେ ଲହଙ୍ଗା ମୌଜାକୁ ଲାଗି ମଳିପଡା ମୌଜାରେ ଥିବା ଜମିରୁ କାଜୁ ଜଙ୍ଗଲକୁ କାଟି ଲିଜଧାରୀ ପଥର ଖନନ କରୁଥିବାର ଅଭିଯୋଗ ଆଣିଛନ୍ତି ମଳିପଡ଼ା ଗ୍ରାମବସୀ । ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଖଣି ମାଫିଆ କାହାକୁ ଭୃକ୍ଷେପ ନକରି ପଥର କାଟିବା ସହିତ ଧମକ ଦେଉଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ମଳିପଡ଼ା ମୌଜାରେ ଥିବା ଏହିସବୁ ଜମିରେ ଥିବା ରକ୍ଷିତ କାଜୁ କିସମ ଜମିକୁ ଜିଲ୍ଲା ପ୍ରଶାସନ ଚଞ୍ଚକତା କରି ଟେଣ୍ଡର ଦେଇଛି । ତେବେ ଏହି ଜମିରୁ ପ୍ରାୟ ୭୦୦ କାଜୁ ଗଛ କଟା ଯାଇଥିବାର ଅଭିଯୋଗ କରିବା ସହିତ ଏହାର ତଦନ୍ତ ଦାବି କରିଛନ୍ତି ମଳିପଡା ମୌଜାର ଗ୍ରାମବାସୀ । ଏପଟେ ଲିଜ ମିଳିବା ପରେ ସେମାନେ ପରିବେଶ ପଦୃଷଣ ବିଭାଗର ଅନୁମତି ସହିତ ଓଡ଼ିଶା ମାଇନିଙ୍ଗ ମିନେରାଲ କର୍ପୋରେସନ ପକ୍ଷରୁ ଅନୁମତି ପରେ ସେମାନେ ଖଣି ଖନନ କରୁଛନ୍ତି ବୋଲି ଯୁକ୍ତି ବାଢ଼ିଛନ୍ତି ଖୋଦ ଲିଜଧାରୀ ।

ଲିଜଧାରୀ ଙ୍କ କହିବା ଅନୁଯାୟୀ ଖୋର୍ଦ୍ଧା ଲହଙ୍ଗା ମୌଜାରେ ଥିବା ୫୭୧ ପ୍ଲଟରେ ୫୯ କିସମ ରକ୍ଷିତ ବଗାୟତ ଦୁଇ କାଜୁ ଥିବା ବେଳେ ଏହି ଦୁଇ ଏକର ଜମିକୁ ହରିହର ସ୍ବାଇଁକୁ ପଥର ଖନନ ପାଇଁ ଗତ ଫେବୃୟାରୀ ୧୮ ତାରିଖରୁ ଆଗାମୀ ୨୦୨୨ ମସିହା ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଖଣି ଖନନ କରିବାକୁ ଖୋର୍ଦ୍ଧା ତହସିଲ ପକ୍ଷରୁ ଲିଜ ଅର୍ଡର ମିଳିଛି । ତେବେ ଦୁଇ ମୌଜାର ସୀମା ବିବାଦକୁ ନେଇ ଏବେ ବିବାଦ ଧୀରେ ଧୀରେ ବଢ଼ିବାକୁ ଲାଗିଛି । ଖଣିରୁ କିପରି ପଥର ଖନନ କରିବେ ତାକୁ ନେଇ ଏବେ ଚିନ୍ତାରେ ଲିଜଧାରୀ ।

ଗ୍ରାମବାସୀଙ୍କ ଅଭିଯୋଗ ପରେ ପୂଣି ଥରେ ଖୋର୍ଦ୍ଧା ତହସିଲ ପକ୍ଷରୁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଘଟଣା ସ୍ଥଳରେ ତହସିଲ ବିଭାଗର ରାଜସ୍ୱ ନିରିକ୍ଷକ, ଅମିନ ପ୍ରମୁଖ ପହଞ୍ଚି ସୀମା ନିର୍ଦ୍ଧାରଣ କରିବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ପ୍ରକୃତ ତଦନ୍ତ କରାଗଲେ ଜମି ଜାଲିଆତି , ଖଣି ଖନନ ଓ କାଜୁ ଜଙ୍ଗଲ ନଷ୍ଟର ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
