ସିଧା ପ୍ରଶ୍ନର ଉତ୍ତର ଦେଉନାହାନ୍ତି ଧର୍ମେନ୍ଦ୍ର, ବଚସ୍କରଙ୍କୁ ଲଗାଇ ହେଉଛନ୍ତି ବାଉଳି
ଉଜ୍ଜାଳା ଟାଙ୍କି ଗଲା କୁଆଡେ ?
ନକଲି ଏଫିଡେଭିଟରେ ରାଜ୍ୟ ବାହାର ଲୋକଙ୍କୁ ମ୍ୟୁନିସିପାଲିଟି ଚେୟାରମ୍ୟାନ କରିଛନ୍ତି ଜୟନାରାୟଣ
– ଜୁନ ୯ ରେ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ….
ସମ୍ବଲପୁର – ବିଜେଡି ପଚାରିଥିବା ପ୍ରଶ୍ନର ଉତ୍ତର ନ ମିଳିବାରୁ ଆଜି ପୁଣି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଛି ବିଜୁ ଜନତା ଦଳ। ବାରମ୍ବାର ଓଡ଼ିଆ ଅସ୍ମିତା କଥା କହୁଥିବା ଧର୍ମେନ୍ଦ୍ର ଓଡ଼ିଆ ଲୋକଙ୍କ ପାଇଁ କଣ କରିଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଥିଲା। କିନ୍ତୁ ସିଧା ପ୍ରଶ୍ନର ଉତ୍ତର ନ ଦେଇ ନିଜ ବଚସ୍କରଙ୍କୁ ଲଗେଇ ବିଭିନ୍ନ ସମୟରେ ନାନା କଥା କହୁଛନ୍ତି ଧର୍ମେନ୍ଦ୍ର ବୋଲି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍ ମହାନ୍ତି କହିଛନ୍ତି। ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଲେନିନ୍ କହିଛନ୍ତି ନିର୍ବାଚନ ଆସିବ ଯିବ । କିନ୍ତୁ ଲୋକଙ୍କ ପ୍ରସଙ୍ଗ ଉପରେ ଲୋକଙ୍କ ସମସ୍ୟା ର ସମାଧାନ ପାଇଁ ଚେଷ୍ଟା କରୁଥିବା ନେତାଙ୍କୁ ଲୋକେ ଗ୍ରହଣ କରିବେ । ବାରମ୍ବାର ଓଡିଆ ଅସ୍ମିତା ଉପରେ ପ୍ରଶ୍ନ କରୁଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆମେ ଯେତେବେଳେ ପ୍ରଶ୍ନ କଲୁ ଆପଣଙ୍କ ପାଖରେ କ୍ଷମତା ଥାଇ ଓଡିଆ ଲୋକଙ୍କ ପାଇଁ କଣ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ବିଚଳିତ ହୋଇ ତାଙ୍କ ବାଚସ୍କରଙ୍କ ମାଧ୍ୟମରେ ନାନା କଥା କହୁଛନ୍ତି । ଆମେ ପଚାରିଥିବା ପ୍ରଶ୍ନର ଉତ୍ତର କେବେ ଦେବେ ତାହା ଅପେକ୍ଷା କରିଛୁ ବୋଲି କହିବା ସହିତ ଅନ୍ୟାନ୍ୟ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଛନ୍ତି ଲେନିନ୍ ମହାନ୍ତି ଓ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସଂଯୋଜକ ସିଦ୍ଧାର୍ଥ ଦାସ ।
ସ୍ଥାନୀୟ ପାନ୍ଥ ନିବାସରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ଡ. ଲେନିନ୍ ମହାନ୍ତି କହିଥିଲେ ଗୋଟିଏ ସପ୍ତାହ ତଳେ ଆମେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କିଛି ପ୍ରଶ୍ନ ପଚାରିଥିଲୁ । ଯଦିବା ସେ ଗଳାବାଟ ଦେଇଯାଇଛନ୍ତି । ଆଇଓସସିଏଲର ଦାୟିତ୍ୱ ନେବା ପରେ ସେ କେତେ ଓଡିଆ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଥିବା ସମୟରେ ଓଡିଶାକୁ ସିଏସଆର ଫଣ୍ଡ କେତେ ଦେଇଥିଲେ । ବିହାର ଓ ମଧ୍ୟପ୍ରଦେଶ ପ୍ରିତୀରେ ପଡି ଓଡିଶା ପ୍ରତି ପାତରଅନ୍ତର କରାଯାଇଛି । ସେହିଭଳି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ରେଢାଖୋଲ ରୁ ଗୋପଳପୁର ଯାଏ ରେଳ ଲାଇନ ହେବ । ତା ଉପରେ ତାଙ୍କର ଉତ୍ତର କଣ ? ବିଗତ ନିର୍ବାଚନରେ ଦେଓଗଡରେ ଲଜିଷ୍ଟିକ ହବ କରିବେ ବୋଲି ଧର୍ମେନ୍ଦ୍ର ପ୍ରଧା ନ ଦେବଗଡ ବାସୀଙ୍କୁ ଦିବାସ୍ୱପ୍ନ ଦେଖାଇଥିଲେ, ତାହା କୁଆଡେ ଗଲା ? ବାରକୋଟରେ ସାଂସଦ ପାଣ୍ଠି ଲୁଟ କରାଯାଇଛି । ଯୁଯୁମୁରା କେସରେ ଯେଉଁ ଲୁଟ ହେଲା ତାର ଉତ୍ତର କିଏ ଦେବ ? ସେହି ଘଟଣା ଉପରେ ପ୍ରତିକ୍ରିୟା ଦେବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କର ସତ ସାହାସ ନାହିଁ । ଯଦି ଅଛି ତାହେଲେ ଆମ ପ୍ରଶ୍ନର ଉତ୍ତର ରଖନ୍ତୁ ଧର୍ମେନ୍ଦ୍ର ପ୍ରଧାନ ବୋଲି ଡ. ଲେନିନ୍ ମହାନ୍ତି ଆହ୍ୱାନ କରିଛନ୍ତି । ପୁରପଲ୍ଲୀ ରେ ଟେଲିଫୋନ ନେଟୱାର୍କ ସଂଯୋଗ ପହଞ୍ଚିପାରିନାହିଁ । ଆମେ ଭଲ ଭାବରେ ଜାଣିଛୁ ସେ ଆମ ପ୍ରଶ୍ନର ଉତ୍ତର ଦେଇପାରିବେ ନାହିଁ । ସେ କେବଳ ମିଛ କୁହନ୍ତି ତେଣୁକରି ତାଙ୍କୁ ସୁପର ମିଛୁଆ ବୋଲି ଆଖ୍ୟା ଦେଇଛୁ ବୋଲି କହିଥିଲେ । ସେହିଭଳି ଭାରତୀୟ ଜନତା ପାର୍ଟିର ନେତା ପ୍ରମୋଦ ରଥ ସମ୍ବାଦିକ ସମ୍ମିଳନୀ କରି ପଚାରିଥିବା ପ୍ରଶ୍ନର ଉତ୍ତର ରଖି ସେ କହିଥିଲେ । ପ୍ରମୋଦ ରଥ ମିଶନ୍ ଶକ୍ତିକୁ କେନ୍ଦ୍ରୀୟ ଯୋଜନା ବୋଲି କହିଥିଲେ । ଅପରପକ୍ଷେ ଜୟନାରାୟଣ କହୁଛନ୍ତି ଏହା ରାଜ୍ୟର ଯୋଜନା । ଆଗ ସେମାନେ ସ୍ପଷ୍ଟ ହୁଅନ୍ତୁ ଏହା କାହାର ଯୋଜନା ବୋଲି । ମା ମାନଙ୍କ ଉନ୍ନତି ସହିପାରୁନାହନ୍ତି ଧର୍ମେନ୍ଦ୍ର ପ୍ରଧାନ ତେଣୁକରି ଏହାକୁ ବନ୍ଦ କରିବାକୁ ବାରମ୍ବାର ପ୍ରୟାସ କରୁଛନ୍ତି । ସେହିଭଳି ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଉପରେ ସିଦ୍ଧାର୍ଥ ଦାସ କହିଥିଲେ । ଯେତେବେଳେ ହାଇକୋର୍ଟ ପାଇଁ ଆନ୍ଦୋଳନ ହୋଇଥିଲା, ମୁଖ୍ୟମନ୍ତ୍ରୀ ଏହା ଜାଣିବା ପରେ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ଯେତେବେଳେ ମାନ୍ୟବର ସୁପ୍ରିମକୋର୍ଟ ଏହା ଉପରେ ଟିପ୍ପଣୀ ଦେଲେ ଆମକୁ ସେହି ଟିପ୍ପଣୀ ର ସୀମା ମଧ୍ୟରେ ରହିବାକୁ ପଡିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଚାହାନ୍ତି ପଶ୍ଚିମାଞ୍ଚଳର ବିଭିନ୍ନ ସ୍ଥାନରେ ହାଇକୋର୍ଟ ବେଞ୍ଚ ସ୍ଥାପନ ହେଉ । ଏଥିପାଇଁ ଆମେ କେନ୍ଦ୍ରକୁ ସହଯୋଗ ମାଗୁଛୁ । କିନ୍ତୁ ବିରୋଧୀ ଏହାକୁ ନିର୍ବାଚନୀ ପ୍ରସଙ୍ଗ କରି ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ । କେବଳ ନିର୍ବାଚନ ସମୟରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗକୁ ମୁଦ୍ଦା କରାଯାଏ । କିନ୍ତୁ ନିର୍ବାଚନ ପରେ ଏହାକୁ ପୁଣି ଦବେଇ ଦିଆଯାଏ । ସେହିଭଳି ପ୍ରଣବ ପ୍ରକାଶଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପଚାରିଥିବା ପ୍ରଶ୍ନର ଉତ୍ତରରେ କହିଥିଲେ ପ୍ରଥମେ ଜୟନାରାୟଣ ବାବୁଙ୍କୁ ପଚରାଯାଉ ସେ ନକଲି ଏଫିଡେଭିଟ ଦେଇ ତାଙ୍କର ଶିକ୍ଷାଗତ ଯୋଗ୍ୟତା କେତେ ଥର ବଦଳାଇଛନ୍ତି । ମୁ୍ୟନିସିପାଲଟି ନିର୍ବାଚନ ସମୟରେ ରାଜ୍ୟ ବାହାରର ଲୋକଙ୍କୁ ଆଣି ନକଲି ଏଫିଡେଭିଟ ଦେଇ ଗାଦିରେ ବସାଇଛନ୍ତି । କେବଳ ସମ୍ବଲପୁର ନୁୁହେଁ ବୁର୍ଲା ଏନଏସିରେ ମଧ୍ୟ ତାଙ୍କର ଏହି କରାମତି ସମ୍ପର୍କରେ ସମସ୍ତେ ଜାଣିଛନ୍ତି । ମୂଳ ପ୍ରସଙ୍ଗ ଠାରୁ କଥାକୁ ଓହରାଇଦେବା ତାଙ୍କ ସ୍ୱଭାବ । ଆପଣମାନେ ଜାଣିଥାନ୍ତୁ ସମ୍ବଲପୁରରେ ଜଣେ ଯୋଦ୍ଧା ସହ ଜଣେ ଦରବାରୀର ଲଢେଇ ହେଉଛି । ଦରବାରୀ ଜଣକ ଓଡିଶାରେ ରାଜନୀତି ପାଇଁ ସ୍ଥାନ ନପାଇ ବିହାର ମଧ୍ୟପ୍ରଦେଶ ଯାଇଛନ୍ତି । ଓଡିଶାର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଥିବା ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଥାଇ କେତୋଟି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିଛନ୍ତି । ରାଜ୍ୟ ସରାକରଙ୍କ ଉଦ୍ୟମକ୍ରମେ ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ହେବାକୁ ପ୍ରୟାସ ଚାଲିଛି । ଅନେକ ଜିଲ୍ଲା ମେଡିକାଲ କଲେଜ ଆରମ୍ଭ ହେଲାଣି । ପରିକ୍ରମା ପ୍ରକଳ୍ପ ଠାରୁ ଆରମ୍ଭ କରି ସମଲେଇ ପର୍ଯ୍ୟନ୍ତ ସବୁ ପ୍ରକଳ୍ପ କୁ ବିରୋଧ କରି ସେମାନେ ଅଦଲାତ ଯାଇଛନ୍ତି । ବିସ୍ଥାପିତଙ୍କ ବିଶ୍ୱାସ ଜିତି ଆମେ ପ୍ରକଳ୍ପ କରିଛୁ । ୨୦୦୦ ମସିହାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ୧୪ ହଜାର କୋଟି ବାର୍ଷିକ ଅଟକଳ ଥିଲା । ଆଜି ୩ ଲକ୍ଷ କୋଟି ହୋଇଛି । ତେଣୁକରି ରାଜ୍ୟସରକାରଙ୍କୁ ପ୍ରଶ୍ନ ପଚାରିବା ପୂର୍ବରୁ ନିଜକୁ ପ୍ରଥମେ ତର୍ଜମା କରନ୍ତୁ ବୋଲି ସିଦ୍ଧାର୍ଥ ଦାସ କହିଥିଲେ । ମହାନଦୀ ଓ ପାନୀୟ ଜଳ ସମସ୍ୟା ର ଉତ୍ତର ରଖି ଡ. ଲେନିନ୍ ମହାନ୍ତି କହିଥିଲେ ଯେଉଁ ଲୋକ ଛତିଶଗଡ ପାଇଁ ଓକିଲାତି କଲେ ସେ ଏବେ ମହାନଦୀ ଉପରେ ପ୍ରଶ୍ନ କରୁଛନ୍ତି । କୋଭିଡ ସମୟରେ ନିୟମ ଅନୁସାରେ ମାନନୀୟ ସୁପ୍ରିମକୋର୍ଟର ଅନୁମତି ପାଇ ରଥଯାତ୍ରା କରାଯାଇଛି । ଧର୍ମେନ୍ଦ୍ର ପ୍ରଧାନ ଏହାକୁ ବନ୍ଦ କରିବାକୁ ଚାହୁଁଥିବାବେଳେ ରଥଯାତ୍ରା ହେବାରୁ ସେ ଦୁଖିଃ ହୋଇ ତାଙ୍କ ବାଚସ୍କରଙ୍କ ମାଧ୍ୟମରେ ଏହି ପ୍ରଶ୍ନ କରୁଛନ୍ତି । ବିସ୍ଥାପିତଙ୍କ ପ୍ରସଙ୍ଗରେ କହିଥଲେ ଅନେକ ବିସ୍ଥାପିତଙ୍କୁ ପଟ୍ଟା ମିଳିସାରିଛି । ଆଉ କିଛି ବାକି ରହିଥିବାବେଳେ ଖୁବ ଶୀଘ୍ର ସେମାନଙ୍କୁ ମଧ୍ୟ ପଟ୍ଟା ପ୍ରଦାନ କରାଯିବ । ଆଗକୁ ନିର୍ବାଚନ ରହିଛି । ଏଠାରେ ପ୍ରତିଦ୍ୱନ୍ଦିତା କରୁଥିବା ଦୁଇ ନେତାଙ୍କ ମଧ୍ୟରେ ତଫାତ ରହିଛି । ଧର୍ମେନ୍ଦ୍ର କ୍ଷମତା ର ଲୋଭୀ ଅଟନ୍ତି । କ୍ଷମତା ପାଇଁ ସେ ଗଳାବାଟ ଦେଇ ଯାଉଛନ୍ତି ରାଜ୍ୟ ବୁଲୁଛନ୍ତି । କିନ୍ତୁ ସେ ପ୍ରଣବ ପ୍ରକାଶ ଙ୍କ ଠାରୁ ଶିଖିବା କଥା ସାଂଗଠାନିକ କାମ ପାଇଁ ମନ୍ତ୍ରୀ ପଦ ଛାଡିଛନ୍ତି । ତେବେ ପ୍ରସଙ୍ଗଭିତ୍ତିକ ପ୍ରଶ୍ନର ଉତ୍ତର ରଖି ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଆମକୁ ସାମ୍ନା କରନ୍ତୁ ବୋଲି ଡ. ଲେନିନ୍ ମହାନ୍ତି ଓ ସିଦ୍ଧାର୍ଥ ଦାସ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ।