ଧର୍ମଶାଳା ପ୍ରେସ କ୍ଲବର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତା ନିର୍ବାଚନ

0
Press club Dharmasala

ଧର୍ମଶାଳା,ପ୍ରବାହ ନ୍ୟୁଜ୍ : ଧର୍ମଶାଳା ପ୍ରେସ କ୍ଳବର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତା ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାପତି ଡ଼. ରମାକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଦେଷ୍ଟା ବଟକୃଷ୍ଣ ପରିଡ଼ା, ଇନ୍ଦ୍ରମଣି ନାୟକ, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ଶତପଥୀ ଓ ସାଧାରଣ ସମ୍ପାଦକ ଅବିନେଶ୍ୱର ଶତପଥୀ ପ୍ରମୁଖ ଯୋଗଦେଇ ପ୍ରେସ କ୍ଳବର କାର୍ଯ୍ୟାଧାରା ଉପରେ ଆଲୋଚନା କରିଥିଲେ। ଏଥିସହ ବାର୍ଷିକ ଆୟବ୍ୟୟ ସମୀକ୍ଷା କରାଯାଇଥିଲା। ଏହି ଅବସରରେ ଆଗାମୀ ଦୁଇ ବର୍ଷପାଇଁ ନୂତନ କର୍ମକର୍ତା ଚୟନ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ରମାକାନ୍ତ ଜେନା, ବଟକୃଷ୍ଣ ପରିଡ଼ା, ଇନ୍ଦ୍ରମଣି ନାୟକ, ଗୁଲାମ ଗସ ଓ ସୀତାକାନ୍ତ ସାମଲଙ୍କୁ ଉପଦେଷ୍ଟା ଭାବରେ ମନୋନୀତ କରାଯାଇଥିଲା। ପ୍ରେସ କ୍ଳବର ନୂତନ ସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କୁ ମନୋନୀତ କରାଯାଇଥିବା ବେଳେ ଅବିନେଶ୍ୱର ଶତପଥୀଙ୍କୁ ଦ୍ୱିତୀୟ ଥର ପାଇଁ ସାଧାରଣ ସମ୍ପାଦକ ଭାବରେ ଚୟନ କରାଯାଇଥିଲା। ସେହିପରି କାର୍ଯ୍ୟକାରୀ ସଭାପତି ଭାବରେ ଅଖିଳ କୁମାର ସ୍ୱାଇଁ, ଉପ-ସଭାପତି ମାନସ ରଞ୍ଜନ ଜେନା , ସହ ସଂପାଦକ ପ୍ରଶାନ୍ତ କୁମାର ଗନ୍ତାୟତ, କୋଷାଧ୍ୟକ୍ଷ ଭାବେ ବିବେକାନନ୍ଦ ରାୟ ଓ ଆଇନ ପରାମର୍ଶଦାତା ଭାବରେ କ୍ଷୀରୋଦ ଚନ୍ଦ୍ର ମୁଦୁଲିଙ୍କୁ ଚୟନ କରାଯାଇଥିଲା। ଏହି ବୈଠକରେ ସାମ୍ବାଦିକ କପିଳେନ୍ଦ୍ର ରାଉତ, ଗିରିଧାରୀ ବେହେରା, ସୁବ୍ରତ ଜେନା, କିଶୋର ରାଉତ, ବିନୋଦ ବିହାରୀ ସାହୁ, ଅନିଲ ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ବିକ୍ରମ କେଶରୀ ମହାନ୍ତି ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *