ଆଦାନୀ ଧାମରା ପୋର୍ଟକୁ ମିଳିଲା ମର୍ଯ୍ୟାଦାଜନକ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଂଶସା ପୁରସ୍କାର

ଧାମରା, ପ୍ରବାହ ନ୍ୟୁଜ୍ : ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍କୁ ଶିଳ୍ପ ବର୍ଗରେ ମର୍ଯ୍ୟାଦାଜନକ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଂଶସା ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଏହି ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଓଡ଼ିଶା ସରକାରଙ୍କ ବନ୍ୟ ଓ ପରିବେଶ ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଚିବ ସଦସ୍ୟ ଶ୍ରୀମତୀ ଉମା ନନ୍ଦୁରି ଏବଂ ପିସିସିଏଫ୍ ସୁରେଶ ପନ୍ତ ପ୍ରମୁଖ ଉପସ୍ଥିତ ଥିଲେ । .
ପରିବେଶରେ ସ୍ଥିରତା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପ୍ରତିି ନିରନ୍ତର ପ୍ରୟାସକୁ ଦୃଷ୍ଟିରେ ରଖି ଡିପିସିଏଲ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ କମ୍ପାନୀର ଅଭିନବ ପଦକ୍ଷେପ ଓ ସ୍ଥାୟୀତ୍ୱମୂଳକ କାର୍ଯ୍ୟପ୍ରଣାଳୀ ଯୋଗୁ ଶିଳ୍ପ ବର୍ଗରେ ଉଚ୍ଚ ପ୍ରଂଶସିତ ହୋଇପାରିଛି । କମ୍ପାନୀ ତରଫରୁ ଡିପିସିଏଲ୍ କର୍ପୋରେଟ ବ୍ୟାପାର ମୁଖ୍ୟ ଆଶିଷ ଦାସ, ପରିବେଶ ମୁଖ୍ୟ ସନ୍ତୋଷ ନାୟକ ଟ୍ରଫି ଓ ମାନପତ୍ର ଗ୍ରହଣ କରିଥିଲେ । ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇ ଆମେ ନିଜକୁ ଗୌରବାନ୍ୱିତ ଅନୁଭବ କରୁଛୁ । ପ୍ରଦୂଷଣ ନିୟନ୍ତ୍ରଣ କରିବାରେ କମ୍ପାନୀର ବଳିଷ୍ଠ ପଦକ୍ଷେପ ଓ ସ୍ଥାୟୀତ୍ୱକୁ ପ୍ରୋତ୍ସାହିତ କରିବାରେ ଆମର ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଛି ବୋଲି ପୁରସ୍କାର ଗ୍ରହଣ ଅବସରରେ ଡିପିସିଏଲ୍ ଅଧିକାରୀମାନେ କହିଥିଲେ ।