ବିକାଶ ଅନୁଷ୍ଠାନର ସଡକ ସୁରକ୍ଷା ସଚେତନତା ଅଭିଯାନ

ଛତ୍ରପୁର ତା ୧୯ .୦୭.୨୦୨୩ ବୁଧବାର ଦିନ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ବିକାଶ ଆନୁକୁଲ୍ଯରେ ଆଜି ଛତ୍ରପୁର ସ୍ଥିତ ସଂସ୍କୃତି ଭବନ ପରିସରରେ ସଡକ ସୁରକ୍ଷା ଆଧାରିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ସଡକ ଓ ପରିବହନ ରାଜପଥ ମନ୍ତ୍ରଣାଳୟ ସହାୟତାରେ ଆଞ୍ଚଳିକ ପରିବହନ କାର୍ଯ୍ୟIଳୟ ତତ୍ତ୍ବାବଧାନରେ ସ୍କୁଲ ଓ କଲେଜ ସ୍ତରୀୟ ଚିତ୍ରାଙ୍କନ, ପ୍ରବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା I

ଉକ୍ତ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଓ ସହ ଆଞ୍ଚଳିକ ଅଧିକାରୀ ସନ୍ତୋଷ କୁମାର ସାହୁ, ପ୍ରତିଭା ଆବାସିକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଚିନ୍ମୟ ଦାସ ଓ ଜାତୀୟ ରାଜପଥ ଅଧିକାରୀ ସିବା ପ୍ରସାଦ ସାହୁ ଓ ଜଣାଣ ମହାନ୍ତି ଯୋଗଦେଇ କୃତି ଛତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହ ସଡକ ସୁରକ୍ଷା ସଚେତନତା ଓ ଗାଡି ଚାଳକ ମାନେ ସଚେତନ ହେବI

ସହସଡକ ସୁରକ୍ଷା ସମ୍ପର୍କିତ ନିୟମ କାନୁନ ମନି ଚାଲିବ ପାଇଁ ଅତିଥି ମାନେ ମତ ବ୍ୟକ୍ତ ପୋଷଣ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରପୁର ସ୍ଥିତ ଅନସ୍ଲୋ ଉଚ୍ଚ ବିଦ୍ୟାଳୟ , ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, କର୍ମେଲ କନଭେଣ୍ଟ ସ୍କୁଲ, ପ୍ରତିଭା ବିଜ୍ଞାନ ମହାବିଦ୍ୟାଳୟ, ହୁମ୍ମା ଉଚ୍ଚ ବିଦ୍ୟାଳୟ, ସବୁଲିଆ ଉଚ୍ଚବିଦ୍ୟାଳୟ, ରମ୍ଭI ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ  ଛାତ୍ର ଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ I ଶେଷରେ ବିକାଶ ଅନୁଷ୍ଠାନର ସମ୍ପାଦକ ଗୋକୁଳା ଚନ୍ଦ୍ର ଦାସ ସ୍ଵାଗତ ଭାଷଣ ଦେଇଥିବାବେଳେ ଅରୁଣ କୁମାର ଶତପଥି, ଭେଙ୍କଟ ରାଉଳ , ନିରାକାର ବିଶୋଇ , ରାଜେନ୍ଦ୍ର ସାହୁ, ସନ୍ତୋଷ ସ୍ଵାଇଁ ପ୍ରମୁଖ ବିକାଶ ର କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା କରିଥିଲେ I

Leave a Reply

Your email address will not be published. Required fields are marked *