ମାନ୍ୟବର ବାଚସ୍ପତିଙ୍କ ଡ୍ରାଇଭରମାନଙ୍କ ଆନ୍ଦୋଳନ ସମ୍ବନ୍ଧରେ ଦେଇଥିବା ରୁଲିଙ୍ଗ ଉପରେ ବିବରଣୀ

ମାନ୍ୟବର ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ତା.୧୬.୦୩.୨୦୨୩ ରିଖରେ ମୁଖ୍ୟ ଶାସନ ସଚିବ ଡ୍ରାଇଭର ଏକତା ମହାସଂଘର କର୍ମକର୍ତ୍ତାଙ୍କ ସହିତ ସେମାନଙ୍କ ଦାବୀ ବିଷୟରେ ଆଲୋଚନା କରିଥିଲେ । ଉକ୍ତ ଆଲୋଚନା ସମୟରେ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଆସନ୍ତା ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବୀଗୁଡିକୁ ଯଥୋଚିତ  ସମାଧାନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ମଧ୍ୟରେ ଡ୍ରାଇଭର ଏକତା ମହାସଂଘ ଆନ୍ଦୋଳନରୁ ଓହରି ଯିବା ପାଇଁ ବିଚାର କରି ନିଷ୍ପତ୍ତି ନେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *