ବୁଲା କୁକୁରଙ୍କ ଆକ୍ରମଣ ରେ ହରିଣ ଗୁରୁତର

ଖୋର୍ଦ୍ଧା : ୦୮/୦୫/୨୦୨୧: ବୁଲା କୁକୁରଙ୍କ ଆକ୍ରମଣରେ ଏକ ହରିଣକୁ ଗୁରୁତର ଅବସ୍ଥାରେ ଗ୍ରାମବସୀ ଉଦ୍ଧାର କରି ବନବିଭାଗ ସହାୟତାରେ ହରିଣକୁ ଖୋର୍ଦ୍ଧା ପଶୁ ଚିକିତ୍ସାଳୟକୁ ପଠାଇଛନ୍ତି ।

ସୂଚନା ଯୋଗ୍ୟ ଖୋର୍ଦ୍ଧା ଉପଖଣ୍ଡ ମହୁଲ-ମାଜଣା ଗ୍ରାମରୁ ଉଦ୍ଧାର ହୋଇଥିବା ହରିଣଟି ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡ଼କୁ ଚାଲି ଆସୁଥିବା ବେଳେ  ଗ୍ରାମର କିଛି ବୁଲା କୁକୁରଙ୍କ ହାବୁଡ଼ରେ ପଡିଥିଲା। କୁକୁର ମାନଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ଜଣେ ଗ୍ରାମବାସୀଙ୍କ ବଗିଚାକୁ ଚାଲିଯାଇଥିଲା, ହେଲେ କୁକୁରଙ୍କ ଆକ୍ରମଣରୁ  ନିଜକୁ ବଞ୍ଚାଇ ନପାରି ଗୁରୁତର ଆହତ ହୋଇ ନିକଟସ୍ଥ ଏକ କେନାଲରେ ଖସି ପଡ଼ିଥିଲା ।

ଘଟଣାଟି ନଜରକୁ ଆସିବା ପରେ ସ୍ଥାନୀୟ ଲୋକମାନେ କୁକୁରଙ୍କ କବଳରୁ ଆହତ ହରିଣ କୁ ଉଦ୍ଧାର କରି ବନବିଭାଗକୁ ଜଣାଇବାରେ ହଳଦିଆ ରେଞ୍ଜର ଓ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି ହରିଣକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋର୍ଦ୍ଧା ପଶୁ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ହରିଣଟିର ଚିକିତ୍ସା ଚାଲିଛି, ଆଶୁ ଚିକିତ୍ସା ପରେ ହରିଣଟିକୁ ଭୁବନେଶ୍ୱର ସ୍ଥିତ ଓୟୁଏଟି କୁ ପଠାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *