ଜେ ଏସ ଡ ବ୍ଲୁ କମ୍ପାନୀର ପ୍ରତିଷ୍ଠାତା ଓ ପି ଜିନ୍ଦଲଙ୍କ ଶ୍ରାଦ୍ଧ ବାର୍ଷିକୀ

ପାରାଦୀପ: ଜେ ଏସ ଡ ବ୍ଲୁ କମ୍ପାନୀର ପ୍ରତିଷ୍ଠାତା ଓ ପି ଜିନ୍ଦଲଙ୍କ ଆଜି ୧୯ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ସ୍ଥାନୀୟ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। କାର୍ଯ୍ୟାଳୟ ପକ୍ଷରୁ ପାରାଦୀପ ପୈରାଞ୍ଜଳ ଅନ୍ତର୍ଗତ ବାଲିଝରା ସ୍ଥିତ ସନ୍ତୋଷୀ ଜରାଶ୍ରମର ସମସ୍ତ ଅନ୍ତେବାସୀଙ୍କ ପାଇଁ ଆଜି ଗୋଟିଏ ଦିନ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା। ଏଥି ସହିତ ବିଜୟଜନ୍ଦ୍ରପୁର ଠାରେ ଥିବା ମା ଶାରଳା ଗୋ ସେବା ଆଶ୍ରମ ରେ ରହୁଥିବା ଗୋମାତାଙ୍କ ପାଇଁ ଗୋଟିଏ ଦିନର ସମସ୍ତ ଖାଦ୍ୟ ପାନୀୟ ର ବ୍ୟବସ୍ଥା କରାଯାଇଥିଲା। ଯାହାକୁ ନେଇ ଉଭୟ ଆଶ୍ରମର ପରିଚାଳକ ଖୁସି ପ୍ରକାଶ କରିଥିଲେ।
ଏହି ଅବସରରେ ସ୍ଥାନୀୟ ମଧୁବନ ସ୍ଥିତ ଜଟାଧାର ଭବନ କାର୍ଯ୍ୟାଳୟ ପରିସରରେ ଏକ ସ୍ମୂତିସଭାର ଆୟୋଜନ କରାଯାଇଥିଲା। ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ସ୍ବର୍ଗତ ଓ ପି ଜିନ୍ଦଲଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥି ସହିତ ସେହି ଅମର ଆତ୍ମା ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ଏଥି ସହିତ ଜେ ଏସ ଡ ବ୍ଲୁ କମ୍ପାନୀର ଖଣି ଅଞ୍ଚଳ ଓ ଭୂବନେଶ୍ବର କାର୍ଯ୍ୟାଳୟ ପରିସରରେ ମଧ୍ୟ ସ୍ବର୍ଗତ ଓ ପି ଜିନ୍ଦଲଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯିବା ସହିତ ଫଟୋଚିତ୍ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ଏହା ବ୍ୟତୀତ ଜେ ଏସ ଡ ବ୍ଲୁ ବିଭିନ୍ନ କାର୍ଯ୍ୟାଳୟ ପରିସରରେ ସ୍ବର୍ଗତ ଜିନ୍ଦଲ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି। ଆଜିର ଏହି ସ୍ମୃତି ସଭାରେ ଜେ ଏସ ଡ ବ୍ଲୁ କମ୍ପାନୀର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।