ପେଟି ଭିତରୁ ମିଳିଲା ନବଜାତ ଶିଶୁର ମୃତ ଦେହ

0
WhatsApp Image 2025-11-16 at 11.54.27_bbdad4fa


ଧର୍ମଶାଳା ( ପ୍ରବାହ ନ୍ୟୁଜ) ପେଟି ଭିତରୁ ମିଳିଲା ପଲିଥିନ ଗୁଡା ନବଜାତ ଶିଶୁର ମୃତ ଦେହ !ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧିନ ଅଣ୍ଟିଆ ଗ୍ରାମ ରାସ୍ତା କଡରେ !ଆଜି ପ୍ରାୟ ମଧ୍ୟାନ ସମୟରେ କିଛି ସ୍ଥାନୀୟ ଲୋକେ ଯାତାୟତ କରୁଥିବା ସମୟରେ ସେମାନଙ୍କ ନଜର ପଡିଥିଲା ଏହି ପଲିଥିନ ଗୁଡା ହୋଇଥିବା ପେଟି ଉପରେ ! ସେମାନଙ୍କ ସନ୍ଦେହ ହେବାରୁ ସେମାନେ ତୁରନ୍ତ ଜେନାପୁର ଥାନାକୁ ଯୋଗାଯୋଗ କରିଥିଲେ ! ତେବେ ଘଟଣା ସ୍ଥଳରେ ପୋଲିସ ପହଂଚି ପେଟି ଟିକୁ ଯାଞ୍ଚ କଲା ପରେ ଜଣା ପଡିଥିଲା କି ଏକ ନବଜାତ ଶିଶୁକୁ କେହି ପଲିଥିନ ରେ ଗୁଡ଼ାଇ ଏଠାରେ ଛାଡି ଦେଇ ଯାଇଛି ! ଉକ୍ତ ପଲିଥିନ ଗୁଡା ଶିଶୁ କୁ ପୋଲିସ ଧାର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଲା ପରେ ଡାକ୍ତର ତାକୁ ପରୀକ୍ଷା ନିରୀକ୍ଷା କରି ମୃତ ଘୋଷଣା କରିବା ପରେ ଏହି ଶିଶୁକୁ ଶବ ବ୍ୟବଚ୍ଛେଦ ନିମନ୍ତେ ରଖା ଯାଇଛି ! ତେବେ ଏହି ଶିଶୁଟିକୁ କିଏ ଏବଂ କେଉଁ ପରିସ୍ଥିତିରେ ଛାଡି ଚାଲି ଗଲା ତାହା ଉପରେ ଜେନାପୁର ପୋଲିସ ତଦନ୍ତ ଜାରି ରଖିବା ସୂଚନା ମିଳିଛି !

Leave a Reply

Your email address will not be published. Required fields are marked *