୬ରୁ ୧୨ ବର୍ଷର ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା, ଡିସିଜିଆଇ ଦେଲା ଅନୁମତି

ନୂଆଦିଲ୍ଲୀ: କରୋନାର ଚତୁର୍ଥ ଲହରକୁ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ କୋଭିଡ ସହ ଲଢେଇ ପାଇଁ ଏଣିକି ୬ରୁ ୧୨ ବର୍ଷର ପିଲାଙ୍କୁ କୋଭିଡ ଟିକା ଦିଆଯିବ | ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ( ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ) ଅନୁମତି ଦେଇଛନ୍ତି | ସୂଚନା ଥାଉ କି ପୂର୍ବରୁ ୫ରୁ ୧୨ ବର୍ଷର ପିଲାମାନଙ୍କ ନିମନ୍ତେ ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ କରୋନା ଟିକା କର୍ବେଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ଡିସିଜିଆଇ ବିଶେଷଜ୍ଞ କମିଟିର (ସବଜେକ୍ଟ ଏକ୍ସପର୍ଟ କମିଟି)କୁ ସୁପାରିଶ କରିଥିଲା । ସେହିପରି ୨ରୁ ୧୨ ବର୍ଷ ପିଲାଙ୍କ ନିମନ୍ତେ ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଅନୁମତି ଦେବାକୁ ବିଶେଷଜ୍ଞ କମିଟି ଅନୁଧ୍ୟାନ କରିଥିଲା |

ଏବେ ଡିସିଜିଆଇ ଏହି ଟିକାର ବ୍ୟବହାରକୁ ଅନୁମତି ଦେଇଛି | ତେବେ ଏହି ଟିକା ବର୍ତ୍ତମାନ କେବଳ ୬ରୁ ୧୨ ବର୍ଷର ପିଲାଙ୍କୁ ହିଁ ଦିଆଯିବ ବୋଲି କୁହାଯାଇଛି | ସୂଚନା ଥାଉ କି ଗତ ବର୍ଷ ୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ କୋଭାକ୍ସିନ ବ୍ୟବହାର ସମ୍ପର୍କିତ ପରୀକ୍ଷଣ ତଥ୍ୟ ଭାରତ ବାୟୋଟେକ କମିଟି ନିକଟରେ ରଖିଥିଲା ।

Leave a Reply

Your email address will not be published. Required fields are marked *