ଦ ‘ଲ’ ଏକାଡେମୀ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ-୨୦୨୫

0
WhatsApp Image 2025-04-05 at 17.43.36_8f254e08

ଭାପୁର, ପ୍ରବାହ ନ୍ୟୁଜ୍ : ଦ ‘ଲ’ ଏକାଡେମୀ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ଅଜି ବୁଦ୍ଧ ମନ୍ଦିର ପରିସରରେ ଖୁବ ସୁନ୍ଦର ଭାବରେ ଆୟୋଜିତ ହୋଇଯାଇ ଅଛି।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ପୋଲିସ ଡିଜି ଶ୍ରୀଯୁକ୍ତ ବିଜୟ କୁମାର ଶର୍ମା, ସମ୍ମାନିତ ଅତିଥି ଭାବରେ ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟର ସ୍କୁଲ ଅଫ୍ ‘ଲ’ ର ଅଧ୍ୟାପକ ତଥା ବିଶିଷ୍ଟ ବକ୍ତା ଡ.ଗିରୀଶ ରଞ୍ଜନ ସାହୁ, ଦ ‘ଲ’ ଏକାଡେମୀ ର ନିର୍ଦ୍ଦେଶକ ତଥା ଓଡିଶା ଉଚ୍ଚ ନ୍ୟାୟାଳୟର ଆଡଭୋକେଟ ଶ୍ରୀଯୁକ୍ତ ମନୋଜ କୁମାର ଦାସ, ଓ ବିଶିଷ୍ଟ ଶିକ୍ଷବିତ୍ ଡ.ଜନାର୍ଦ୍ଦନ ମିଶ୍ର ଯୋଗ ଦେଇ ଥିଲେ।

ଏହି କାର୍ଯକ୍ରମ ରେ ୨୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ୩୦ ରୁ ବେଶି ବୁଦ୍ଧିଜୀବୀ ତଥା ଅଭିଭାବକଙ୍କ ସହ ପନ୍ଦର ଜଣ ଦ ‘ଲ’ ଏକାଡେମୀରେ ପାଠ ପଢି ନୂତନ ଭାବରେ ଓଡ଼ିଶା ଯୁଡ଼ିସିଆଲ ସର୍ଭିସରେ ସଫଳ ଲାଭ କରିଥିବା ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ସ୍ବାଗତ ଅଭିଭାଷଣ ପରେ ପରେ ସମ୍ମାନୀତ ଅତିଥି ଡ.ଗିରୀଶ ରଞ୍ଜନ ସାହୁ ନିଜର ସ୍ଵତନ୍ତ୍ର ଓ ନିଆରା ଢଙ୍ଗରେ ଛାତ୍ର ଛାତ୍ରୀ ମାନକୁ ରାମାୟଣର ରାମ ଚରିତ ମାନସର ଉଦାହରଣ ଦେଇ କେତେକ ଶିକ୍ଷଣୀୟ ଗପ ମାଧ୍ୟମ ରେ ଉତ୍ସାହିତ କରିଥଲେ। ପରେ ପରେ ମୁଖ୍ୟ ଅତିଥି ପୁର୍ବତନ ପୋଲିସ୍ ଡିଜି ଶ୍ରୀଯୁକ୍ତ ବିଜୟ କୁମାର ଶର୍ମା ନିଜର ଅଭିଜ୍ଞତା ସହ ଆଇନିର ବିଭିନ୍ନ ଦିଗ ଓ ବର୍ତ୍ତମାନର ସାମାଜିକ ଓ ଆଇ ନି ଗତ ଦିଗ ଗୁଡିକୁ ଆଲୋଚନା କରିଥଲେ। ଡ.ଜନାର୍ଦ୍ଦନ ମିଶ୍ର ନିଜର ଅନୁଭବ କୁ ବଖାଣି ଥିଲେ। ଶେଷରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ମନୋଜ କୁମାର ଦାସ ନିଜର ଅଭିଜ୍ଞତା ଓ କିଭଳି ଖୁବ୍ କମ୍ ଖର୍ଚ୍ଚରେ ତଥା ଗରିବ ପିଲାଙ୍କୁ ମାଗଣାରେ ପଢାନ୍ତି ସେ ବିଷୟରେ ଆଲୋଚନା କରିବା ସହ ଭାବ ବିଭୋର ହୋଇଥିଲେ ଓ ଧନ୍ୟବାଦ୍ ପ୍ରଦାନ କରିଥଲେ। ପରେ ପରେ ଓ.ଜେ.ଏସ୍ ପାଇ ଥିବା ୧୬ ଜଣ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା ।
ପିଲାମାନେ ନିଜ ନିଜର ସଫଳତାର ଶ୍ରେୟକୁ ବଖାଣି ଥିଲେ।କାର୍ଯକ୍ରମ ଟିକୁ ଅନୁଷ୍ଠାନ ର ଛାତ୍ରୀ। ପ୍ରତୁଷା ରଥ ଶାଶ୍ବତ କୁମାର ରାଉତ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *