ଡ. ତୁଳସୀ ଓଝାଙ୍କୁ ‘ଜଗବନ୍ଧୁ ସିଂହ ସ୍ମୃତି ସମ୍ମାନ-୨୦୨୪ ଜ୍ଞାନୀ ଦେବାଶୀଷଙ୍କୁ ‘ଜଗବନ୍ଧୁ ସିଂହ ଯୁବ ଗବେଷକ ସମ୍ମାନ-୨୦୨୪’

ଭୁବନେଶ୍ୱର : ବିଶିଷ୍ଟ ଗବେଷକ ତଥା ପ୍ରାବନ୍ଧିକ ସ୍ୱର୍ଗତଃ ଜଗବନ୍ଧୁ ସିଂହଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ‘ଜଗଗନ୍ଧୁ ସିଂହ ସ୍ମୃତି ସମ୍ମାନ-୨୦୨୪’ ପାଇବେ ଗବେଷିକା ଓ ଲେଖିକା ଡ. ତୁଳସୀ ଓଝା । ଡ. ଓଝା ଦୀର୍ଘ ବର୍ଷ ଧରି ସାହିତ୍ୟ ପ୍ରତି ସମର୍ପିତ ରହିଛନ୍ତି । ନାଟକ ଓ ଜଗନ୍ନାଥ ସଂସ୍କୃତି ଉପରେ ତାଙ୍କର ଗବେଷଣାମୂଳକ ଅନେକ ପୁସ୍ତକ ପ୍ରକାଶ ପାଇଛି । ଏବେ ମଧ୍ୟ ସେ ଜଗନ୍ନାଥ ସଂସ୍କୃତିକୁ ନେଇ ଅଧିକ ଗବେଷଣାରତ ରହିଛନ୍ତି । ସେହିଭଳି ‘ଜଗବନ୍ଧୁ ସିଂହ ଯୁବ ଗବେଷକ ସମ୍ମାନ-୨୦୨୪’ ପାଇବେ ଯୁବ ଗବେଷକ ଜ୍ଞାନୀ ଦେବାଶୀଷ ମିଶ୍ର । ଆଗାମୀ ଫେବୃଆରୀ ୧୫ ତାରିଖରେ ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଜ୍ଞାପୁରୁଷ ଜଗବନ୍ଧୁ ସିଂହଙ୍କର ୧୪୮ତମ ଜୟନ୍ତୀ ଉତ୍ସବରେ ଉଭୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଜଗବନ୍ଧୁ ସିଂହ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷା ସୁଜାତା ସିଂହ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *