କ୍ରୋମା ପକ୍ଷରୁ ଇଲେକ୍ଟ୍ରୋନିକ୍ସ ଓ ଟ୍ରାଭେଲ୍ ଉତ୍ପାଦ ଉପରେ ଆକର୍ଷଣୀୟ ଡିଲ୍ ଶୀତ ଋତୁକୁ କରିବ ସ୍ୱତନ୍ତ୍ର

ଭୁବନେଶ୍ୱର: ଟାଟା ଗ୍ରୁପ୍ର ସଂସ୍ଥ୍ ତଥା ଭାରତର ପ୍ରଥମ ଓ ସବୁଠୁ ବିଶ୍ୱାସନୀୟ ଓମ୍ନିଚ୍ୟାନେଲ୍ ଇଲେକ୍ଟ୍ରୋନିକ୍ସ ରିଟେଲର୍ କ୍ରୋମା ପକ୍ଷରୁ ଇଲେକ୍ଟ୍ରୋନିକ୍ସ ଓ ଟ୍ରାଭେଲ୍ ସାମଗ୍ରୀ ସେଲ୍ ଉପରେ ଆକର୍ଷଣୀୟ ଅଫର୍ ସହ ଶୀତ ଋତୁ ସେଲ୍ ଘୋଷଣା କରାଯାଇଛି । ଏହି ସେଲ୍ ଡିସେମ୍ବର ୮ ତାରିଖରୁ ସମସ୍ତ ଷ୍ଟୋର୍ ଏବଂ କ୍ରୋମା ଡଟ୍ କମ୍ରେ ଆରମ୍ଭ ହୋଇଛି ଯେଉଁଥିରେ ଇଲେକ୍ଟ୍ରୋନିକ୍ସ, ହୋମ୍ ଆପ୍ଲାଏନ୍ସେସ୍, ବ୍ଲୁଟୁଥ୍ ସ୍ପିକର୍, ଏସି, ପାୱାର ବ୍ୟାଙ୍କ୍, ଏୟାର୍ ପ୍ୟୁରିଫାୟର୍ ଓ ଆହୁରି ଅନେକ ଉତ୍ପାଦ ଉପରେ ଆକର୍ଷଣୀୟ ଅଫର୍ ମିଳୁଛି ।
ଶୀତ ଋତୁରେ ଭ୍ରମଣ କରିବାକୁ ପସନ୍ଦ କରୁଥିବା ଗ୍ରାହକମାନଙ୍କ ପାଇଁ ସ୍ମୃତିକୁ ଧରି ରଖିବା ଲାଗି ଦରକାର ଡିଏସ୍ଏଲ୍ଆର୍ କିମ୍ବା ଏମ୍ଏଲ୍ କ୍ୟାମେରାର ଲେକ୍ସାର୍ ମେମୋରି କାର୍ଡ ଉପରେ ୧୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ବ୍ୟାକ୍ପ୍ୟାକ୍ ଉପରେ ୭୦% ପର୍ଯ୍ୟନ୍ତ, ଇୟରଫୋନ୍ ଉପରେ ୮୦% ପର୍ଯ୍ୟନ୍ତ ଏବଂ ଟ୍ରାଭେଲ୍ ଆସେସୋରିଜ୍ ଯଥା ନେକ୍ ପିଲୋ, ଆଇ ମାସ୍କ, ଟ୍ରାଭେଲ୍ ବ୍ୟାଗ୍ ଆଦି ଉପରେ ୫% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ଚଳିତ ଋତୁର ସମସ୍ତ ଟ୍ରାଭେଲ୍ ଆବଶ୍ୟକତା ପୂରଣ କରିବା ଲାଗି କ୍ରୋମା ପ୍ରତିବଦ୍ଧ ରହିଛି । ଗ୍ରାହକମାନେ ୪୯୯ ଟଙ୍କା ମୂଲ୍ୟରୁ ଉପଲବ୍ଧ ହେଉଥିବା ପାୱାର ବ୍ୟାଙ୍କ୍ ଓ ଟ୍ରାଭେଲ୍ ଆଡାପ୍ଟର କିଣି ବ୍ୟାଟେରି ଚିନ୍ତା ଦୂର କରିପାରିବେ ।
ସେହିପରି, ଚିଲ୍ ଡେଜ୍ ଆଣ୍ଡ୍ ହଟ୍ ଅଫର ଅଭିଯାନରେ ଗ୍ରାହକମାନେ ସବୁ ଋତୁ ଭିତିକ ଏସି ଉପରେ ୪୫% ରିହାତି, ୬୯୯ ଟଙ୍କା ମୂଲ୍ୟରୁ ଆରମ୍ଭ ହେଉଥିବା ରୁମ୍ ହିଟର, ୭୯୯ ଟଙ୍କାରୁ ଆରମ୍ଭ ହେଉଥିବା ଇନଷ୍ଟାଂଟ୍ ଗିଜର, ୭୫୯୯ ଟଙ୍କାରୁ ଆରମ୍ଭ ହେଉଥିବା ଫିଲିପ୍ସ ଏୟାର ପ୍ୟୁରିଫାୟର, ୯୪୯ ଟଙ୍କାରୁ ଆରମ୍ଭ ହେଉଥିବା କେଟିଲ୍, ୮୪୯୦ ଟଙ୍କାରେ କ୍ରୋମାର ନିଜସ୍ୱ କନ୍ଭେନ୍ସନ୍ ମାଇକ୍ରୋୱେଭ୍ ଆଦି କିଣିପାରିବେ ।
ଶୀତ ଋତୁର ପ୍ରଦୂଷଣକୁ ଦୂରେଇ ରଖିବା ଲାଗି ଡାଇସନ୍ ଓ ଫିଲିପ୍ସ ଏୟାର ପ୍ୟୁରିଫାୟରକୁ କ୍ରୋମା ପକ୍ଷରୁ ଯଥାକ୍ରମେ ୨୭,୯୦୦ ଟଙ୍କା ଏବଂ ୧୯,୯୦୦ ଟଙ୍କାରେ ପ୍ରଦାନ କରାଯାଉଛି । ବଜେଟ୍ ସଚେତନ ଗ୍ରାହକମାନେ ୭,୯୯୯ ଟଙ୍କାରେ ମଧ୍ୟ ଏୟାର ପ୍ୟୁରିଫାୟର କିଣିପାରିବେ । ଗ୍ରୁମିଂ କିଟ୍ ଉପରେ ୬୦% ପର୍ଯ୍ୟନ୍ତ, ଡ୍ରାୟର ଉପରେ ୫୩% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ଗମନାଗମନ ବେଳେ ଆବଶ୍ୟକ ହେଉଥିବା ସାମଗ୍ରୀ ଉପରେ ଉପଲବ୍ଧ ହେଉଥିବା ଏହି ଅଫର ଡିସେମ୍ବର ୧୮ ପର୍ଯ୍ୟନ୍ତ ଚାଲିବ । ଶୀତ ଋତୁ ଆବଶ୍ୟକତା ସାମଗ୍ରୀ ଉପରେ ଡିଲ୍ ଡିସେମ୍ବର ୧୬ ପର୍ଯ୍ୟନ୍ତ ଉପଲବ୍ଧ ରହିବ ।